www.samajalive.in
Wednesday, December 10, 2025
18.1 C
Bhubaneswar

ମହାନଆତ୍ମା ଗାନ୍ଧିଜୀ ; ଜାଣନ୍ତୁ ଏହି ସୁନ୍ଦର କାହାଣୀ ମାଧ୍ୟମରେ ଏହି କଥାର ମହତ୍ତ୍ୱ

ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ। ମହାନ ଆତ୍ମା ବାପୁଜୀଙ୍କ ଜନ୍ମଦିନ। କଥାରେ ଧୀରସ୍ଥିର, ମୁଖରେ ମଧୁରତା ଗାନ୍ଧିଜୀଙ୍କୁ କରିଥିଲା ମହାନ। ସେ ଥିଲେ ଉଦାର। ସାରା ଜୀବନ ଅହିଂସା ଓ ସତ୍ୟକୁ ଆପଣେଇ ନେଇଥିଲେ।
ମଣିଷ ପଣିଆକୁ ସେ ସର୍ବଦା ଗୁରୁତ୍ୱ ଦେଉଥିଲେ। ଲୋକଙ୍କ ଦୁଃଖକୁ ସେ ପ୍ରଥମେ ଗୁରୁତ୍ୱ ଦେଉଥିଲେ।
ଏକ ସୁନ୍ଦର କାହାଣୀ ମାଧ୍ୟମରେ। ଶାବରମତୀ ଆଶ୍ରମର ଏହି କଥା। ଥରେ ରାତିରେ ଏକ ଚୋର ଏହି ଆଶ୍ରମକୁ ପଶିଆସିଥିଲା। ମାତ୍ର ଆଶ୍ରମର ଏକ ଲୋକ ତାକୁ ଦେଖି ପାଟି କରିବାରୁ ଅନ୍ୟମାନେ ମଧ୍ୟ ଉଠି ଆସି ତାକୁ ଧରିନେଲେ ଏବଂ ଏକ କୋଠରୀ ମଧ୍ୟରେ ବନ୍ଦ କରି ରଖିଦେଲେ। ସକାଳ ହେବାରୁ ସେହି ଚୋରଟିକୁ ଗାନ୍ଧିଙ୍କ ଆଗକୁ ଆଣି ଠିଆ କରାଇଲେ। ଚୋରଟି ଖୁବ ଡ଼ରି ଯାଇଥିଲା। ମାତ୍ର ବାପୁଜୀ ତାକୁ ଚାହିଁ କହିଲେ ‘ତୁମେ ଜଳଖିଆ ଖାଇଛ କି’ ? ଏହା ଶୁଣି ସଭିଁଏ ଆଶ୍ଚର୍ୟ୍ୟ ହୋଇଗଲେ। ଜଣେ କହିଲା ସେ ତ ଚୋର, ତାକୁ ଏକଥା ଏକ ପଚାରୁଛନ୍ତି! ଏହା ଶୁଣି ଗାନ୍ଧି ଉତ୍ତର ଦେଲେ ସେ କଅଣ ମଣିଷ ନୁହେଁ। ତାକୁ ପ୍ରଥମେ ଜଳଖିଆ ଦିଅ। ବାସ୍ ଏଇ ପଦକ କଥାଟିରେ ଚୋରଟି ପାଲଟିଯାଇଥିଲା କେବଳ ଏକ ମଣିଷ ଓ ତାର ଆଖିରୁ ପଶ୍ଚାତାପର ଲୁହ ବହିଯାଇଥିଲା। ସୁନାର ପରଖ ଯେପରି ବଣିଆକୁ ଭଲ ଭାବେ ଜଣା, ସେହିପରି ବାପୁ ସମସ୍ତୁଙ୍କୁ କେବଳ ସୁନା ନଜରରେ ହିଁ ଦେଖୁଥିଲେ।
ଆତ୍ମବିଶ୍ୱାସକୁ ନେଇ ଗାନ୍ଧିଜୀଙ୍କ ଉପଦେଶ
ବେଳେବେଳେ ମଣିଷ ଦ୍ୱନ୍ଦରେ ଥାଏ। ନିଜକୁ ଅସହାୟ ମନେ କରେ। ସେହି ସମୟରେ କୌଣସି ସଠିକ୍ ରାସ୍ତା ମଧ୍ୟ ଜାଣିପାରେ ନାହିଁ। ସାରା ଦୁନିଆର ଅସୁବିଧା ତା ଉପରେ ଅଜାଡ଼ି ହେବା ଭଳି ଅନୁଭବ ହୋଇଥାଏ। ସେହି ସମୟରେ ମହାତ୍ମା ଗାନ୍ଧୀଙ୍କ ଏକ ସୁନ୍ଦର ବାଣୀ ଏହି ସମସ୍ୟାକୁ ସହଜରେ ଦୂର କରିପାରିବ।
ବାପୁଜୀଙ୍କ ମତରେ ଯେଉଁ ସମୟରେ ଏଭଳି ସମସ୍ୟା ଆସିବ, ସେହି ସମୟରେ ତୁମେ ସର୍ବଦା ନିଜ ଠାରୁ ଅସହାୟ ଏବଂ ଅସୁବିଧାରେ ଥିବା ଲୋକମାନଙ୍କ କଥା ଓ ତାଙ୍କ ମୁହଁ ମନେ ପକାଇବ। ଏହା ଦ୍ୱାରା ନିଜ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସମସ୍ୟାକୁ ସାମ୍ନା କରିବାକୁ ଶକ୍ତି ମଧ୍ୟ ମିଳିଯିବ। ବାପୁଙ୍କ ଏହି ପଦେ ସରଳ କଥାରେ ବୃହତ୍ତର ସମସ୍ୟା ମଧ୍ୟ ଦୂରେଇ ଯିବ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories