www.samajalive.in
Monday, December 8, 2025
24.1 C
Bhubaneswar

ଭାରତୀୟ ସେନାଙ୍କ ନିମନ୍ତେ ଆମେରିକାରୁ କିଣାଯିବ ୭୨୦୦୦ ରାଇଫଲ; ଖର୍ଚ ହେବ ୭୮୦ କୋଟି ଟଙ୍କା

ଭାରତୀୟ ସେନାଙ୍କ ନିମନ୍ତେ ଅତି ଜରୁରୀ ସାମଗ୍ରୀ ଖରିଦ ନିମନ୍ତେ କେନ୍ଦ୍ର ସରକାର ନିର୍ଧାରିତ ସୀମା ଧାର୍ଯ୍ୟ କରିଛନ୍ତି । ସାଉଥବ୍ଲକରେ ଆଜି (ସୋମବାର) ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ସେନାଙ୍କ ଆବଶ୍ୟକତା ନିମନ୍ତେ ୭୮୦ କୋଟି ଟଙ୍କା ମୂଲ୍ୟର ୭୨୦୦୦ ଆସଲ୍ଟ ରାଇଫଲ ଖରିଦ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ସିଡ଼ିଏସ ମୁଖ୍ୟ ବିପିନ ରାୱତ ଓ ୩ ସେନାର ମୁଖ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

- Advertisement -

ନୂତନ ପ୍ରତିରକ୍ଷା ସାମଗ୍ରୀ କିଣିବା ନିମନ୍ତେ ଆସନ୍ତା ୫ ବର୍ଷରେ ୨୨୯୦ କୋଟି ଟଙ୍କା ବ୍ୟୟ କରାଯିବ । ଏହା ମଧ୍ୟରୁ ୭୮୦ କୋଟି ଟଙ୍କା ଆମେରିକୀ ସିଂଗସାର ଆସଲ୍ଟ ରାଇଫଲ କ୍ରୟ ନିମ​‌ନ୍ତେ ବ୍ୟୟ ହେବ । ଏହି ବର୍ଗର ରାଇଫଲ ମଧ୍ୟରେ ଏହା ସର୍ବାଧୁନିକ ବୋଲି କୁହାଯାଉଛି । ଏହି ବୈଠକରେ ମଧ୍ୟ ୯୭୦ କୋଟି ଟଙ୍କା ବ୍ୟୟରେ ଆଣ୍ଟି ଏୟାରଫିଲ୍ଡ଼ ହତିଆର ଓ ବାୟୁସେନା ନିମ​‌ନ୍ତେ ୫୪୦ କୋଟି ଟଙ୍କା ବ୍ୟୟରେ ହାଇ ଫ୍ରିକ୍ୟୁଏନ୍ସି ରେଡ଼ିଓ ସେଟ୍ କ୍ରୟକୁ ମଧ୍ୟ ମଂଜୁରୀ ମିଳିଛି ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories