ବଲାଙ୍ଗିର : ଗତ ୨୦ ସେପ୍ଟେମ୍ବରରେ ‘ଅପହଞ୍ଚ ଯୋଜନା, ଦୁର୍ବିସହ ଜୀବନ’ ଶୀର୍ଷକ ଖବର ଦୈନିକ ସମାଜ ଖବର କାଗଜରେ ପ୍ରକାଶିତ ହୋଇଥିଲା। ସୋମବାର ଏ ନେଇ ଅସହାୟ ବୃଦ୍ଧା ସୁରେଖାଙ୍କ ପାଖରେ ପହଞ୍ଚିଥିଲା ପାଟଣାଗଡ ବ୍ଲକ ପ୍ରଶାସନ। ନିଜେ ବିଡିଓ ନୀଳମାଧବ ସୁନା ବିଭାଗୀୟ ଅଧିକାରୀ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଘସିଏନ ସ୍ୱାସ୍ଥ୍ୟ କର୍ମୀଙ୍କୁ ନେଇ ଫଟାମୁଣ୍ଡା ଅନ୍ତର୍ଗତ ପାଣ୍ଡେସରା ଗାଁର ସୁରେଖା ନାଗଙ୍କ ଘରେ ପହଞ୍ଚିଥିଲେ। ବିଡିଓ ଶ୍ରୀ ସୁନା ସୁରେଖାଙ୍କ ଯା ଆସ ପାଇଁ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ। ଏହା ସହ ଖୁବଶୀଘ୍ର ଆବାସ ଯୋଜନାରେ ଘର ଖଣ୍ଡିଏ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟ କର୍ମୀମାନେ ଅସହାୟ ବୃଦ୍ଧାଙ୍କ ଚିକିତ୍ସା କରିବା ସହ ତାଙ୍କୁ ଆବଶ୍ୟକୀୟ ଔଷଧ ପ୍ରଦାନ କରିଥିଲେ। ଜରୁରୀ ହେଲେ ବଲାଙ୍ଗିର ଭୀମ ଭୋଇ ମେଡିକାଲ ଓ କଲେଜ ସ୍ଥିତ ଡାକ୍ତରଖାନାକୁ ନିଆଯିବ ବୋଲି ସ୍ୱାସ୍ଥ୍ୟ କର୍ମୀମାନେ ସୂଚନା ଦେଇଥିଲେ।
Popular Categories



