www.samajalive.in
Friday, December 5, 2025
26.1 C
Bhubaneswar

ଛାତ୍ରବୃତ୍ତିରୁ ବଞ୍ଚିତ +୩ ଭିନ୍ନକ୍ଷମ ଛାତ୍ର, ଆର୍ଥିକ ଅନଟନ ପାଠରେ ଡୋରି ବାନ୍ଧିବ!

ନବରଙ୍ଗପୁର: ଭିନ୍ନକ୍ଷମ ହେଲେ ହେଁ ପାଠ ପଢିବାକୁ ବହୁତ ଇଛା। ଦୃଢ ମନୋବଳ ଆଗରେ ହାର ମାନିଛି ତାଙ୍କର ଶାରୀରିକ ଅକ୍ଷମତା। ତାଙ୍କର ଦୁଇଟି ଗୋଡ ପୋଲିଓରେ ଆକ୍ରାନ୍ତ ହୋଇଥିଲେ ହେଁ କଠୋର ମନୋବଳ ଯୋଗୁଁ ଉଚ୍ଚଶିକ୍ଷାରେ ଅଧ୍ୟୟନରତ। କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ମାଳିପଦର ଗ୍ରାମର ଘାସିଆ ମାଳି ବର୍ତ୍ତମାନ ନବରଙ୍ଗପୁର ମହାବିଦ୍ୟାଳୟରେ +୩ ଦ୍ୱିତୀୟ ବର୍ଷର ଛାତ୍ର। ତାଙ୍କର ଗରୀବ ବୃଦ୍ଧ ବାପା ରହିଥିବାବେଳେ ମା’ ମଧ୍ୟ ଭିନ୍ନକ୍ଷମ। ଗୋଟିଏ ଭଉଣୀ ବିବାହିତ। ତେବେ ଏହି ଗରୀବ ଭିନ୍ନକ୍ଷମ ଘାସିଆ ସବୁବର୍ଷ ଜାତୀୟ ଭିନ୍ନକ୍ଷମ ଛାତ୍ରବୃତ୍ତି ପାଇ ଆସୁଥିଲେ। ଫଳରେ ଏହି ବୃତ୍ତିଟଙ୍କା ଦ୍ୱାରା ସେ ତାଙ୍କର ପୋଷାକ,ବହିଖାତା ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇପାରୁଥିଲେ। ଏହି ଛାତ୍ରବୃତ୍ତି ପାଇଁ ସେ ପୂର୍ବବର୍ଷ ଭଳି ଅନ୍‍ଲାଇନରେ ଆବେଦନ କରିଥିଲେ ହେଁ ଏକବର୍ଷହେଲା ବୃତ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି। ତେବେ କେଉଁକାରଣରୁ ସେ ବୃତ୍ତିରୁ ବଞ୍ଚିତ ହେଲେ ତାହା ଜଣାପଡିନାହିଁ। ଏସଂପର୍କରେ ସେ ବାରମ୍ବାର ଜିଲା ସମାଜିକ ସୁରକ୍ଷା ଅଧିକାରୀଙ୍କର କାର୍ୟ୍ୟାଳୟକୁ ଦୈାଡିଦୈାଡି ନୟାନ୍ତ ହୋଇଥିବାବେଳେ କୈାଣସି ସୁଫଳ ମିଳିପାରିନଥିବା କହିଛନ୍ତି। ଆବଶ୍ୟକ ଟଙ୍କା ଅଭାବରୁ ସେ ପାଠପଢିବାରେ ବହୁ ଅସୁବିଧା ଭୋଗୁଥିବା ପ୍ରକାଶ କରିଛନ୍ତି। ତେବେ ଏହି ଗରୀବ ଭିନ୍ନକ୍ଷମ ଛାତ୍ର ପରିବାରର ଆର୍ଥୀକ ପରିସ୍ଥିତି ଦୟନୀୟ ହୋଇଥିବାବେଳେ ସେ ଛାତ୍ରବୃତ୍ତି ନ ମିଳିଲେ ସେ ପାଠ ଛାଡିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି। ତେବେ ପାଠଛାଡିବା ପୂର୍ବରୁ ଜିଲା ପ୍ରଶାସନ ପକ୍ଷରୁ ମାନସିକ ଅଶାନ୍ତିରେଥିବା ଘାସିଆଙ୍କର ଛାତ୍ରବୃତ୍ତି ପାଇଁ ପଦକ୍ଷେପ ନେବାକୁ ଜିଲା ଭିନ୍ନକ୍ଷମ ସଂଘର ସଭାପତି ସୁଜିତ କୁମାର ରଥ ଅନୁରୋଧ କରିଛନ୍ତିା

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories