www.samajalive.in
Thursday, December 11, 2025
16.1 C
Bhubaneswar

ଦୁବାଇ ଓ ଇଂଲଣ୍ଡରୁ ଭାରତକୁ ଆସିଛି କୋଭିଡ଼ ୧୯ ଭୂତାଣୁ: ଆଇଆଇଟି ଗବେଷକଙ୍କ ରିପୋର୍ଟ

ଯଦିଓ କରୋନା ଭୂତାଣୁ ଚୀନରୁ ଉଦ୍ଭବ ହୋଇଛି, କିନ୍ତୁ ଚୀନରୁ ଭାରତକୁ ସିଧାସଳଖ କରୋନା ଭୂତାଣୁ ଆସିନାହିଁ । ମଧ୍ୟପ୍ରାଚ୍ୟ ଦେଶ ଓ ୟୁରୋପୀୟ ଦେଶ ଦେଇ ଏହା ଭାରତକୁ ଆସିଛି । ବିଶେଷ ଭାବରେ ଦୁବାଇ ଓ ବ୍ରିଟେନରୁ ଏହି ଭୂତାଣୁ ଭାରତକୁ ଆସିଛି । ଆଇଆଇଟିର ଏକ ରିପୋର୍ଟରେ ଏହା ପ୍ରଦର୍ଶିତ ହୋଇଛି । ମଣ୍ଡି ଆଇଆଇଟି ପକ୍ଷରୁ ପ୍ରକାଶିତ ଏକ ବିଶ୍ଲେଷଣରେ କୁହାଯାଇଛି ଯେ ଭାରତରେ କରୋନା ସଂକ୍ରମଣର ମୁଖ୍ୟସ୍ରୋତ ଦୁବାଇ ଓ ଇଂଲଣ୍ଡ । ଏହି ଅଞ୍ଚଳରୁ ଓ ଅଞ୍ଚଳ ଦେଇ ଆସିିଥିବା ଲୋକମାନଙ୍କ ଦ୍ବାରା ହିଁ ଭାରତରେ ସଂକ୍ରମଣ ବଢ଼ିଛି । ଏହି ଅଧ୍ୟୟନରେ କୁହାଯାଇଛି ଯେ ତାମିଲନାଡ଼ୁ, ଦିଲ୍ଲୀ, ଆନ୍ଧ୍ରପ୍ରଦେଶରେ ସଂକ୍ରମଣରେ ବାହାରୁ ଆସିଥିବା ଲୋକମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାବେଳେ ଗୁଜରାଟ, ମହାରାଷ୍ଟ୍ର, କେରଳ, ଜାମ୍ମୁକାଶ୍ମୀର, କର୍ଣ୍ଣାଟକରେ ସଂକ୍ରମଣର ମୁଖ୍ୟ କାରଣ ସ୍ଥାନୀୟ ସଂକ୍ରମଣ । ଅନ୍ୟରାଜ୍ୟକୁ ଏହି ସବୁ ରାଜ୍ୟରୁ ସଂକ୍ରମଣ ଲମ୍ବିଛି ।

- Advertisement -

ଗବେଷିକା ସରିତା ଆଜାଦଙ୍କ ସୂଚନା ଅନୁସାରେ ଆନ୍ତର୍ଜାତିକସ୍ତରରୁ ଆଞ୍ଚଳିକସ୍ତର ପର୍ଯ୍ୟନ୍ତ କରୋନା ସଂକ୍ରମଣ ଅଧ୍ୟୟନ କରାଯିବା ପରେ ଭାରତରେ ସଂକ୍ରମଣ ବୃଦ୍ଧିର ମୁଖ୍ୟକାରଣ ଅନୁଧ୍ୟାନ କରାଯାଇଛି । ଏଥିରେ ଭାରତରେ ସ୍ଥାନୀୟ ସଂକ୍ରମଣ ଅଧିକ ହୋଇଥିବା ସ୍ପଷ୍ଟ ହୋଇଛି । ସେ କହିଛନ୍ତି ଯେ ଷ୍ଯାଟିଷ୍ଯିକାଲ ମ୍ୟାଟ୍ରିକ୍ସ ଅନୁସାରେ ଭାରତରେ କରୋନା ଭୂତାଣୁ ପ୍ରସାରରେ ଦୁବାଇ ଓ ବ୍ରିଟେନର ଭୂମିକା ସର୍ବାଧିକ ରହିଛି । ପ୍ରାରମ୍ଭରେ ଏହି ଦୁଇ ଦେଶ ଅଧିକ ସଂକ୍ରମିତ ହୋଇଥିଲା ଓ ଏଠାରୁ ବହୁ ଲୋକ ଭାରତ ଆସିଥିଲେ  । ୨୫ ମାର୍ଚରୁ ୧୪ ଏପ୍ରିଲ ଲକଡ଼ାଉନର ପ୍ରଥମ ପର୍ଯ୍ୟାୟରେ ଏହି ଅଞ୍ଚଳରୁ ଆସିଥିବା ଲୋକଙ୍କ କାରଣରୁ ତାମିଲନାଡ଼ୁ, ଦିଲ୍ଲୀ, ଆନ୍ଧ୍ରରେ ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଥିଲେ ।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories