www.samajalive.in
Thursday, December 11, 2025
13.1 C
Bhubaneswar

ଆର୍‌ବିଆଇ ମୁଦ୍ରାନୀତି କମିଟି ବୈଠକ ୨୯ରୁ; ସୁଧହାର ଅପରିବର୍ତ୍ତିତ ରହିପାରେ

ମୁମ୍ବଇ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଗୁରୁତ୍ବପୂର୍ଣ୍ଣ ମୁଦ୍ରାନୀତି କମିଟି ବୈଠକ ଚଳିତମାସ ୨୯ରେ ବସିବାକୁ ଯାଉଛି। ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ବୈଠକ ଚଳିତମାସ ୨୯ରୁ ଅକ୍ଟୋବର ପହିଲା ଯାଏ ଚାଲିବ। ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ପ୍ରମୁଖ ସୁଧହାର ଅପରିବର୍ତ୍ତିତ ରଖିବାକୁ ବିଚାର କରୁଥିବା ଜଣାଯାଇଛି। ବିଭିନ୍ନ ସାମଗ୍ରୀର ଯୋଗାଣ ଜନିତ ସମସ୍ୟା ଦେଖାଦେଇଥିବା ଯୋଗୁ ଖୁଚୁରା ମୁଦ୍ରାସ୍ଫୀତିରେ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ବ୍ୟାଙ୍କ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି।
ଚଳିତମାସ ୨୯ରୁ ଆରମ୍ଭ ​ହେଉଥିବା ରିଜର୍ଭ ବ୍ୟାଙ୍କର ଏହି ସୁଧହାର ସମୀକ୍ଷା ବୈଠକ ଅକ୍ଟୋବର ପହିଲାରେ ​ଶେଷ ହେବ। ସେହିଦିନ ସୁଧହାର ଉପରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। କରୋନା ମହାମାରୀ ଯୋଗୁ ସମ୍ପ୍ରତି ଦେଶର ଅର୍ଥନୀତି ଅତି ଖରାପ ସ୍ଥିତିରେ ରହିଛି। ଚଳିତବର୍ଷ ଫେବୃଆରୀଠାରୁ ରିଜର୍ଭ ବ୍ୟାଙ୍କ ପ୍ରମୁଖ ସୁଧହାରରେ ୧୧୫ ବେସିସ୍‌ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ ଘଟାଇଛି। ତେବେ ଚଳିତ ଥର ବୈଠକରେ ରିଜର୍ଭ ବ୍ୟାଙ୍କ ସୁଧହାର ଅପରିବର୍ତ୍ତିତ ରଖିପାରେ ​ବୋଲି ଆର୍ଥିକ କ୍ଷେତ୍ରର ବିଶେଷଜ୍ଞମାନେ ଆକଳନ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories