www.samajalive.in
Tuesday, December 9, 2025
16.1 C
Bhubaneswar

ସାମ୍ବାଦିକ ଭବନ ନିର୍ମାଣ ପାଇଁ ବିନିକା ବ୍ଲକ ଅଧ୍ୟକ୍ଷଙ୍କ ଭୂମିପୂଜନ

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଠାରେ ବହୁ ପ୍ରତିକ୍ଷିତ ସାମ୍ବାଦିକ ଭବନ ନିର୍ମାଣ ପାଇଁ ଆଜି ବିନିକା ସହର ଉପକଣ୍ଠରେ ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦଙ୍କ ଦ୍ଵାରା ଭୁମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିନିକା ସାମ୍ବାଦିକ ସଂଘର କର୍ମକର୍ତ୍ତା ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦଙ୍କ ବାସଭବନ ସିଂଘଯୁବା ଗ୍ରାମକୁ ପହଞ୍ଚି ବ୍ଲକ ଅଧ୍ୟକ୍ଷ ଶ୍ରୀ ନନ୍ଦଙ୍କୁ ଏକ ବାଇକ୍ ଶୋଭାଯାତ୍ରାରେ ବିନିକା ପାଛୋଟି ଆଣିଥିଲେ। ତତ୍ପରେ ବିନିକା ସହରରେ ଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏପରି ସ୍ଥିତିରେ ପୂର୍ବ ପ୍ରତିଶ୍ରୁତି ପାଳନ କରିବା ନିମନ୍ତେ ବିନିକା ବ୍ଲକ ଅଧ୍ୟକ୍ଷ ଶ୍ରୀ ନନ୍ଦ ଦେଇଥିବା ପୂର୍ବ ପ୍ରତିଶ୍ରୁତି ପୂରଣ କରିବା ପାଇଁ ବିନିକା ଆଞ୍ଚଳିକ ସାମ୍ବାଦିକ ସଂଘ କର୍ମକର୍ତ୍ତାଙ୍କ ସହିତ ପୂର୍ବାହ୍ନରେ ସହର ଉପକଣ୍ଠ ସ୍ଥିତ ମହାନଦୀ ସେତୁ ନିକଟକୁ ଯାଇ ସେଠାରେ ଥିବା ଏକ ସରକାରୀ ତଫସିଲ ବର୍ଣ୍ଣିତ ଉପଯୁକ୍ତ ଜମିରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ନନ୍ଦ ଭୂମିପୂଜନ କରିଥିଲେ। ଏହି ପରିପ୍ରେକ୍ଷୀରେ ବିନିକା ଆଞ୍ଚଳିକ ସାମ୍ବାଦିକ ସଂଘ ସଭାପତି ଅକ୍ଷୟ ପୂଜାହାରୀଙ୍କ ସମେତ ବ୍ଲକ ସରପଞ୍ଚ ସଂଘ ସଭାପତି ଲକ୍ଷ୍ମଣ କୁମାର ସାହୁ, କୃଷି ବିଭାଗର ଆତ୍ମା ଅଧ୍ୟକ୍ଷ ପ୍ରତାପ ଚାନ୍ଦ, ସୂର୍ୟ୍ୟ ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠିତ କାର୍ୟ୍ୟକ୍ରମରେ ବିନିକା ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦ ପୂଜାର୍ଚ୍ଚନା ସହିତ ନଡ଼ିଆ ଭାଙ୍ଗି ଉକ୍ତ ସ୍ଥାନରେ ଭୂମିପୂଜନ କରିଥିଲେ। ଏହି ପରିପ୍ରେକ୍ଷୀରେ ବିନିକା ଆଞ୍ଚଳିକ ସାମ୍ବାଦିକ ସଂଘର ଉପ ସଭାପତି ଅଶୋକ କୁମାର ପଣ୍ଡା, ସାଧାରଣ ସମ୍ପାଦକ ଦଧିବାମନ ନାୟକ,ସହ ସମ୍ପାଦକ ବିପ୍ଳବ ରଞ୍ଜନ ଦାଶ, କୋଷାଧ୍ୟକ୍ଷ ବିକାଶ ମହାନ୍ତିଙ୍କ ସମେତ ସଂଘର ବରିଷ୍ଠ ସଦସ୍ୟ ଦିଲ୍ଲୀପ କୁମାର ସାହୁ, ଅଫିସ ଇନଚାର୍ଜ ନରସିଂହ ପଧାନ, ଶ୍ରୀବତ୍ସ ମଣ୍ଡଲ, ରାଜକୁମାର ମହାକୁର, ମିଥୁନ ବାରିକ, ସଂଗ୍ରାମ ଶେଖର ହୋତା,ଗଣ୍ଡାରାମ ଭୋଇ, ରାଜକୁମାର ବାରିକ, ପରୀକ୍ଷିତ ବାଗ,ରାଜା ସାହୁ ପ୍ରମୁଖ ସାମ୍ବାଦିକଙ୍କ ସହ ବିନିକା ସହରର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories