www.samajalive.in
Tuesday, December 9, 2025
17.1 C
Bhubaneswar

ମହୁମାଛି ଆକ୍ରମଣରେ ୨ ମୃତ, ୩ ଗୁରୁତର

ଲାଞ୍ଜିଗଡ଼: ଏକ ଅତ୍ୟନ୍ତ ଦୁଃଖଦ ପରିସ୍ଥିତିରେ ମହୁମାଛି ଆକ୍ରମଣରେ ୨ଜଣ ଯୁବକ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ୩ଜଣ ଗୁରୁତର ହୋଇ ପଡିଥିବା ଜଣାପଡିଛି। ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ କରୋନା ଭୟରେ ଗୁରୁତର ରୋଗୀ ହସ୍ପିଟାଲକୁ ଚିକିତ୍ସା ପାଇଁ ନ ଆସି ଘରେ ଥିବା ଓ ଏକ ମେଡିକାଲ ଟିମ୍‍ ଘରକୁ ଯାଇ ସ୍ଥିତି ଯାଞ୍ଚ କରି ଫେରିଥିବା ସୂଚନା ମଳିଛି।

ଖବର ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଲାଞ୍ଜି ପଞ୍ଚାୟତ ଦୁର୍ଗମ କୁଲାନାଳ ଗାଁରେ ଅର୍ଦ୍ଧାଧିକ ଲୋକେ ଆଦିବାସୀ ଶ୍ରେଣୀର ହୋଇଥିବାବେଳେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରିଥାନ୍ତି। ଶୁକ୍ରବାର ଅପରାହ୍ନରେ ଗାଁର ପାଞ୍ଚଜଣ ବ୍ୟକ୍ତି ଜଙ୍ଗଲକୁ କାଠ କାଟିବାକୁ ଯାଇଥିବାବେଳେ ହଠାତ୍‍ ଏକ ମହୁମାଛି ବସା ସଂସ୍ପର୍ଶରେ ଆସିଯାଇଥିଲେ। ସଂଘବଦ୍ଧ ଭାବେ ଆକ୍ରମଣ କରିବାରୁ ସେମାନେ ଗୁରୁତର ଭାବେ ଆହତ ହୋଇଥିଲେ। ଗାଁ ଲୋକେ ତାଙ୍କୁ ଘରକୁ ବୋହି ଆଣିଥିବାବେଳେ ଦିନକ ପରେ ଗୁରୁତର ଅବସ୍ଥାରେ ଘାସି ମାଝୀ(୨୩) ଓ ଡମେ ମାଝୀ(୨୭) ମୃତ୍ୟୁବରଣ କରିଥିଲେ। ସେହିପରି ଗାଁର ନାରାୟଣ ମାଝୀ, କବି ମାଝୀ ଓ ଅନ୍ୟଜଣେ ଯୁବକ ଗୁରୁତର ଥିବାବେଳେ କରୋନା ସଂକ୍ରମଣର ଭୟରେ ସେମାନଙ୍କୁ ହସ୍ପିଟାଲ ନିଆଯାଇନଥିବା ଜଣାପଡିଛି। ଏ ସଂପର୍କରେ ଖବର ପାଇ ଲାଞ୍ଜିଗଡ ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବା ପରେ ଏକ ମେଡିକାଲ ଟିମ୍‍ କୁଲାନାଳ ଯାଇ ସ୍ଥିତି ପରଖି ଫେରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ତିନିଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାବେଳେ ସେମାନଙ୍କୁ ଉଚ୍ଚତର ଚିକିତ୍ସାର ଆବଶ୍ୟକତା ଥିବାରୁ ଏଥିପ୍ରତି ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି।

- Advertisement -

ଅପରପକ୍ଷରେ ମୃତ ଘାସି, ଡମେଙ୍କ ସମେତ ପାଞ୍ଚଜଣ ଯାକ ବ୍ୟକ୍ତି ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଦେବାକୁ ସାଧାରଣରେ ଦାବି ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories