www.samajalive.in
Thursday, December 11, 2025
16.1 C
Bhubaneswar

ଆର୍ଥିକ ସ୍ୱଚ୍ଛଳ ଓ ପ୍ରଗତିଶୀଳ ବିକାଶ ପାଇଁ ବ୍ୟକ୍ତିଗତ ସାମାଜିକ ଦାୟିତ୍ୱବୋଧ ଅଧିକ ଜରୁରୀ

କଟକ କୁଆଁପାଳ ସ୍ଥିତ ଜବାହରଲାଲ ନେହେରୁ ମହାବିଦ୍ୟାଳୟର ଇତିହାସ ଓ ରାଜନୀତି ବିଜ୍ଞାନ ବିଭାଗ ଓ ଓଡ଼ିଶା ସେଣ୍ଟର ଫର ଆଦିବାସୀ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ପକ୍ଷରୁ ଭର୍ଚୁଆଲ ମୋଡ଼ରେ ଆୟୋଜିତ ହେଉଥିବା ଆନ୍ତର୍ଜାତିୟ ସମ୍ପାନ କାର୍ୟ୍ୟକ୍ରମର ଏକାଦଶ ସଂସ୍କରଣରେ ବକ୍ତା ଭାବରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଜୟ କୁମାର ସିଂ ଯୋଗ ଦେଇ ବିଶ୍ୱ ବ୍ୟବସାୟ ଉପରେ କରୋନା ପ୍ରଭାବ ଶୀର୍ଷକ ବିଷୟବସ୍ତୁ ଉପରେ କହିଛନ୍ତି ଯେ ମହାମାରୀ ସମୟରେ ବ୍ୟବସାୟିକ କାର୍ଯ୍ୟରେ ମନ୍ଥର ନଗଦ ନେଣ ଦେଣ କିଭଳି ହ୍ରାସ ପାଇବ ଓ ଲୋକମାନଙ୍କର କ୍ରୟ କ୍ଷମତା କିପରି ବୃଦ୍ଧି ପାଇବ ପ୍ରମୁଖ ପ୍ରସଙ୍ଗ ଅଟେ।

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଦୀପକ କୁମାର ମିଶ୍ର ପ୍ରବାସୀ ଶ୍ରମିକଙ୍କ ସମସ୍ୟା ବିଷୟରେ କହିଥିଲେ ଯେ ପ୍ରବାସୀ ଶ୍ରମିକମାନଙ୍କର ଜୀବନ, ଜୀବିକା, ଶ୍ରମ ଅଧିକାର ଓ ସର୍ବନିମ୍ନ ପାରିଶ୍ରମିକକୁ ସରକାର ଗୁରୁତ୍ୱ ଦେଲେ ସେମାନଙ୍କ ବହୁବିଧ ସମସ୍ୟାର ସମାଧାନ ହୋଇପାରିବ। ଅନ୍ୟପକ୍ଷରେ କଳିଙ୍ଗନଗର ଟାଟା ଷ୍ଟିଲର ପୂର୍ବତନ ଅଧିକାରୀ ତଥା ଆମେରିକା ଆମନାୟା କର୍ପୋରେସନର ସଦସ୍ୟ ପାର୍ଥସାରଥୀ ମିଶ୍ର ଯୋଗଦେଇ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଉପରେ କହିଥିଲେ ଯେ ରାଷ୍ଟ୍ରୀୟ ଓ ବାହୁରାଷ୍ଟ୍ରୀୟ କମ୍ପାନୀଗୁଡିକ ଜନସାଧାରଣଙ୍କ ବିଶ୍ୱାସ ଭାଜନ ହୋଇପାରିଲେ ହିଁ ସାମାଜିକ, ଆର୍ଥିକ ଓ ଶିଳ୍ପର ବିକାଶ ହୋଇପାରିବ। ଆର୍ଥିକ ସ୍ୱଚ୍ଛଳ ଓ ପ୍ରଗତିଶୀଳ ସାମାଜିକ ବିକାଶ ପାଇଁ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଅପେକ୍ଷା ବ୍ୟକ୍ତିଗତ ସାମାଜିକ ଦାୟିତ୍ୱବୋଧ ଜରୁରୀ ବୋଲି ସେ ମତ ପ୍ରକାଶ କରିଥିଲେ।

- Advertisement -

ଏହି ୱେବିନାର ରେ ଦେଶ ବିଦେଶରୁ ଅନେକ ପ୍ରାଧ୍ୟାପକ, ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ପ୍ରଫେସର ଶରତ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ପାୟଲ ଅଗ୍ରୱାଲ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ରୁଦ୍ରନାରାୟଣ ଦାଶ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ଓ ଅଧ୍ୟାପକ ବାଇଧର ଦାସ ସହଯୋଗ କରିଥିଲେ। ଅଧ୍ୟାପକ ଶୁଭମ ଦାଶ ପ୍ରଶ୍ନୋତ୍ତର କାର୍ୟ୍ୟକ୍ରମ ପରିଚାଳିତ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories