www.samajalive.in
Saturday, December 13, 2025
17.1 C
Bhubaneswar

ଆସନ୍ତାକାଲି ଭାରତ – ଡେନମାର୍କ ଭର୍ଚୁଆଲ୍ ଦ୍ୱିପାକ୍ଷିକ ସମ୍ମିଳନୀ

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ଡେନମାର୍କ ପ୍ରତିପକ୍ଷ ମେଟେ ଫ୍ରେଡେରିକସେନଙ୍କ ମଧ୍ୟରେ ଭର୍ଚୁଆଲ୍ ଦ୍ୱିପାକ୍ଷିକ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ଅବସରରେ ଭାରତ ଏବଂ ଡେନମାର୍କ ମଧ୍ୟରେ ବୌଦ୍ଧିକ ସମ୍ପତ୍ତି ସହଯୋଗ କ୍ଷେତ୍ରରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବ। ଏହି ଦ୍ୱିପାକ୍ଷିକ ସମ୍ମିଳନୀର ଅନ୍ୟ ଏକ ଦିଗ ହେଉଛି ଯେ ଡେନମାର୍କ ଆନ୍ତର୍ଜାତୀୟ ସୋଲାର ଆଲାଏନ୍ସରେ ଯୋଗ ଦେବ। ଭର୍ଚୁଆଲ୍ ସମ୍ମିଳନୀରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ପାରସ୍ପରିକ ଆଗ୍ରହ ସମ୍ବଳିତ ପ୍ରସଙ୍ଗଗୁଡିକ ଉପରେ କେନ୍ଦ୍ରିତ ହେବା ସହ କେତେକ ବିଶେଷ ପ୍ରସଙ୍ଗ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

ଭାରତ ଏବଂ ଡେନମାର୍କ ମଧ୍ୟରେ ଦ୍ରବ୍ୟ ଏବଂ ସେବା କ୍ଷେତ୍ରରେ ଦ୍ୱିପାକ୍ଷିକ ବାଣିଜ୍ୟ ୨୦୧୬ରେ ୨.୮୨ ବିଲିୟନ ଡ଼ଲାରରୁ ୨୦୧୯ରେ ୩.୬୮ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଁ ୩୦.୪୯ ପ୍ରତିଶତରେ ପହଂଚିଛି। ପରିବହନ, ଅକ୍ଷୟ ଶକ୍ତି, ପରିବେଶ, କୃଷି ଭଳି କ୍ଷେତ୍ରରେ ପ୍ରାୟ ୨୦୦ଟି ଡେନମାର୍କ କମ୍ପାନୀ ଭାରତରେ ପୁଞ୍ଜି ବିନିଯୋଗ କରିଛନ୍ତି। ଖାଦ୍ୟ ପ୍ରକ୍ରିୟାକରଣ, ସ୍ମାର୍ଟ ସହରୀ ବିକାଶ ଅନେକ କ୍ଷେତ୍ରରେ ପ୍ରମୁଖ ଡେନମାର୍କ କମ୍ପାନୀଗୁଡିକ ‘ମେକ୍ ଇନ୍ ଇଣ୍ଡିଆ’ ଯୋଜନା ଅଧୀନରେ ଦେଶରେ କାରଖାନା ନିର୍ମାଣ କରିଛନ୍ତି। ଅନ୍ୟ ପକ୍ଷରେ ଡେନମାର୍କରେ ଆଇଟି, ଅକ୍ଷୟ ଶକ୍ତି ଏବଂ ଇଞ୍ଜିନିୟରିଂରେ ପ୍ରାୟ ୨୫ଟି ଭାରତୀୟ କମ୍ପାନୀ ମଧ୍ୟ କାର୍ଯ୍ୟ କରୁଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories