www.samajalive.in
Sunday, December 14, 2025
26.1 C
Bhubaneswar

ବିଜୁ ମହିଳା ଜନତା ଦଳର ସାଙ୍ଗଠନିକ ବୈଠକ

ଫୁଲବାଣୀ: ଫୁଲବାଣୀ ନାରାୟଣୀ ଯାତ୍ରା ପଡ଼ିଆ ସ୍ଥିିତ ସଭାଗୃହ ଠାରେ କନ୍ଧମାଳ ବିଜୁ ମହିଳା ଜନତା ଦଳର ସାଙ୍ଗଠନିକ ବୈଠକ ଜିଲା ସଭାପତି ସରୋଜ କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ମହିଳା ଜନତା ଦଳର କନ୍ଧମାଳ ଇନ୍‍ଚାର୍ଜ ସଂଘମିତ୍ରା ଦଳେଇ ଯୋଗଦେଇ ସଂଗଠନ ଉପରେ ଆଲେଚନା କରିବା ସହିତ ତୃଣମୂଳ ସ୍ତରରେ ସଂଗଠନ ଯେଭଳି ଭାବେ ସୁଦୃଢ ହୋଇ ପାରିବ ସେ ଦିଗରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଜିଲା ମହିଳା ସଭାନେତ୍ରୀ ସୁଶ୍ରୀ ଅନିମା କହଁର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଓ ଜିଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ଆକାଂକ୍ଷା ପ୍ରଧାନ ପ୍ରମୁଖ ଯୋଗଦେଇ ଜିଲାର ବିଜୁ ମହିଳା ତନତା ଦଳର ସଂଗଠନ ସୁଦୃଢ ଉପରେ ଆଲୋକାପାତ କରିଥିଲେ। ଏହି ଅବସରରେ ନୂତନ ସଦସ୍ୟ ମାନଙ୍କ ପାଇଁ ଏକ ତଥ୍ୟ ସମ୍ମଳିତ ପୃଷ୍ଟା ଉନ୍ମୋଚିତ ହୋଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲାର ପ୍ରତ୍ୟେକ ବ୍ଳକ ସ୍ତରୀୟ ମହିଳା ସଭାପତି, ସଂପାଦକ ଓ ପୌର ପରିଷଦ, ଏନ୍‍ଏସି ସମେତ ସମସ୍ତ ମହିଳା ଜିଲା ପରିଷଦ ସଭ୍ୟା, ବ୍ଳକ ଅଧ୍ୟକ୍ଷା ଓ ଅନ୍ୟମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories