www.samajalive.in
Thursday, December 11, 2025
18.1 C
Bhubaneswar

ଲଗାଣ ବର୍ଷାରେ ସ୍ମାର୍ଟ ସିଟି ଭୁବନେଶ୍ବରରେ ବନ୍ୟା ଭ୍ରମ

ଭୁବନେଶ୍ବର: ଲଗାଣ ବର୍ଷା ସ୍ମାର୍ଟ ସିଟି ଭୁବନେଶ୍ବରରେ କୃତିମ ବନ୍ୟା ସୃଷ୍ଟି କରିଛି। ପ୍ରବଳ ବର୍ଷାରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡିଥିବାରୁ ପାଣି  ନିଷ୍କାସନ ପାଇଁ ବିଏମ୍‌ସି ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏଭଳି ପରିସ୍ଥିତିର  ମୁକାବିଲା ପାଇଁ ବିଏମ୍‌ସି ପକ୍ଷରୁ ଏକ ହେଲ୍ପ ଲାଇନ୍ ୦୬୭୪-୨୪୩୦୦୩୮ ନମ୍ବର ଜାରି କରାଯାଇଛି।

- Advertisement -

ଜାତୀୟ ରାଜପଥ ସମେତ ପୁରୁଣା ଭୁବନେଶ୍ବର, ନୂଆପଲ୍ଲୀର ବେହେରା ସାହି ଏବଂ ଅନ୍ୟାନ୍ୟ ସ୍ଥାନରେ ବର୍ଷା ଜଳ ଜମି ରହିଛିନ୍ତ। ଇସ୍କନ ମନ୍ଦିର ସମ୍ମୁଖରେ ଦୀର୍ଘ ସମୟ ଧରି ବର୍ଷା ପାଣି ଜମି ରହିଥିବାରୁ ଛୋଟ ଗାଡି ସହ ବସ୍ ମଧ୍ୟ ଅଟକି ରହିଥିଲା। ଏହା ସହ ମେଘାଶ୍ବର ମନ୍ଦିର, ପୁରୁଣା ଭୁବନେଶ୍ବରସ୍ଥିତ ବୈତାଲ ମନ୍ଦିର ଓ କେଦାର ଗୌରୀ ମନ୍ଦିରରେ ଆଣ୍ଠୁଏ ଆଣ୍ଠୁ ପାଣି ଜମି ରହିଛି। ଆଜି ଭୁବନେଶ୍ବରରେ ୧୨୩ ମିମି ବର୍ଷା ଜଳ ରେକର୍ଡ କରାଯାଇଛି। ଏହି  ସମସ୍ୟାର ସମାଧାନ କରିବାକୁ ୪୦ ଅଫିସରଙ୍କ ସହ ୧୨୦ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ୩୦୦ ସଫେଇ କର୍ମଚାରୀ ମଧ୍ୟ ନିୟୋଜିତ ହୋଇଛନ୍ତି। ପାଣି ବାହାର କରିବାକୁ ୯ଟି ପମ୍ପ ବିଭିନ୍ନ ସ୍ଥାନରେ ଲଗାଯାଇଛି। ବିଏମ୍‌ସିର ୪ଟି ଏବଂ ଅଗ୍ନିଶମ ବିଭାଗର ୫ଟି ପମ୍ପ ସାହାଯ୍ୟରେ ଜଳ ନିଷ୍କାସନ ଚାଲିଛି। କିଛି ସ୍ଥାନରେ ଜେସିବି ସାହାଯ୍ୟରେ ସଫେଇ କାର୍ଯ୍ୟ ଚାଲିଛି।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories