www.samajalive.in
Saturday, December 13, 2025
26.1 C
Bhubaneswar

ପଲିଥିନ୍‍ ତଳେ ଜୀବନ ବିତାଉଛନ୍ତି ୬୦ ବର୍ଷୀୟା ବୃଦ୍ଧା

ଫୁଲବାଣୀ: ଝାଟିମାଟିରେ ତିଆରି ଭଙ୍ଗା ଦଦରା ପଲିଥିନ ଛପର ଘରେ ବିତୁଛି ଜଣେ ଅସହାୟ ୬୦ ବର୍ଷୀୟ ବୃଦ୍ଧା ମହିଳାଙ୍କ ଜୀବନ। କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ ମିଣିଆ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଶ୍ରାସାନାଣ୍ଡା ଗ୍ରାମରେ ଦେଖାଯାଇଛି ଏଭଳି ଦୃଶ୍ୟ। ସରକାର ଗରିବ ଓ ବାସହୀନ ପରିବାର ଲୋକଙ୍କୁ ଯୋଗାଇ ଦେଇଥିବା ଆବାସ ଯୋଜନାର ଘରଟିଏ ପାଇଁ ବାରମ୍ବାର ନିବେଦନ କରି ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଏବେ ନିଜ ଜୀବନକୁ ପାଣି ଛଡେଇ ବିପଦ ସଙ୍କୁଳ ଅବସ୍ଥାରେ ପଲିଥିନ୍‍ ଟଣା ଭଙ୍ଗା ଦଦରା ଝାଟିମାଟିରେ ତିଆରି ଜଙ୍ଗଲ ତଳିଆ କୁଡିଆ ଘରେ ରହୁଛନ୍ତି ବିଧବା ଅସହାୟ ମହିଳା ପ୍ରତିମା ମଲ୍ଲିକ (୬୦)। ଖରା, ବର୍ଷା ଓ ଶୀତ କାକରରେ ପ୍ରତିମା ଯେଉଁଭଳି ଜୀବନ ବିତାଉଛନ୍ତି ତାହା ନ ଦେଖିବା ଲୋକ ବିଶ୍ୱାସ କରିପାରିବ ନାହିଁ। ହଠାତ ହେଉଥିବା ଲଘୁଚାପ ଜନିତ ବର୍ଷା ବିଜୁଳି ଘଡଘଡି ଯୋଗୁଁ ଏହି ଅସହାୟ ବୃଦ୍ଧା ମହିଳାଙ୍କ ପ୍ରତି ବିପଦ ରହିଥିବା କହିଛନ୍ତି ଅଞ୍ଚଳ ବାସୀ।

ପ୍ରକାଶ ଯେ, କେହି ମଧ୍ୟ ଯୋଗ୍ୟ ବିବେଚିତ ଗରିବ ହୀତାଧିକାରୀ ଆବାସ ଯୋଜନାରେ ଘର ପାଇବାରେ ବଞ୍ଚିତ ହେବେ ନାହିଁ ବୋଲି ରାଜ୍ୟ ଓ କେନ୍ଦ୍ର ସରକାର ଘୋଷଣା କରି ଆବାସ ଘର ଯୋଗାଇ ଦେବାର ପ୍ରଚେଷ୍ଟା କରୁଛନ୍ତି। କିନ୍ତୁ ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କ ଦାୟିତ୍ୱହୀନତା, ସ୍ଥାନୀୟ ଜନ ପ୍ରତିନିଧିମାନଙ୍କ ଆନ୍ତରିକତା ଅଭାବ ଯୋଗୁଁ ଅନେକ ଗରିବ ଯୋଗ୍ୟ ବିବେଚିତ ହିତାଧିକାରୀ ଆଜି ପର୍ୟ୍ୟନ୍ତ ଅଯୋଗ୍ୟ ହୋଇ ଆବାସ ଯୋଜନାରୁ ଘର ଖଣ୍ଡେ ପାଇବାରୁ ବଂଚିତ ହୋଇ ରହୁଛନ୍ତି, ଯାହାର ଜ୍ୱଳନ୍ତ ଉଦାହାରଣ ହେଉଛନ୍ତି ଅସହାୟତ ବିଧବା ପ୍ରତିମା। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଅସହାୟ ହୋଇ ତାଙ୍କ ପୈତୃକ ଗାଁକୁ ଆସିଥିଲେ। ଏକାକି ବିଧବା ମହିଳା ହୋଇଥିବାରୁ ତାଙ୍କୁ କେବଳ ୫ କେଜି ଚାଉଳ ଏବଂ ବିଧବା ଭତା ବାବଦକୁ ୫୦୦ଟଙ୍କା ଦିଆଯାଉଥିବା ବେଳେ ସେଥିରେ ସେ କୌଣସି ପ୍ରକାର କଷ୍ଟେମଷ୍ଟେ ଜୀବନ ବିତାଉଛନ୍ତି। ତଥାପି ୫ କେଜି ଚାଉଳରେ ମାସ ସାରା ଚଳିବା କେତେଦୂର ସମ୍ଭବ ତାହା ସହଜେ ଅନୁମେୟ। ବୟସାଧିକ ଦୃଷ୍ଟିରୁ ବର୍ତ୍ତମାନ କାମ କରି କିଛି ରୋଜଗାର କରିବା ମଧ୍ୟ ତାଙ୍କ ପାଇଁ ଅସମ୍ଭବ ବୋଲି ସେ ପ୍ରକାଶ କରିଛନ୍ତି। ସେଥିପାଇଁ ତାଙ୍କୁ ନିକଟ ଜଙ୍ଗଲରୁ ଶାଳ ପତ୍ର ସଂଗ୍ରହ କରି ସେଥିରେ ଖଲି ଦନା ତିଆରି କରି ସେଥିରୁ ଯାହା ମିଳେ ସେଥିରେ ଚଳିଥାନ୍ତି। ତେବେ ନିକଟରେ କରୋନା କଟକଣା ଯୋଗୁଁ ଲକ୍‍ଡ଼ାଉନ୍‍ ଓ ସଟ୍‍ ଡ଼ାଉନ୍‍ ପଳରେ ଖଲି ଦନା ତିଆରି କରିଥିଲେ ମଧ୍ୟ ତାହାକୁ ବିକିକା ତାଙ୍କ ପକ୍ଷେ ହୋଇନଥିଲା ସମ୍ଭବ। ଫଳରେ ଏହି ଦିନରେ ଦୁଇ ଓଳି ପେଟ ପୁରାଇ ଖାଇବା ମଧ୍ୟ ସମ୍ଭବ ହୋଇ ନ ଥିବା ସେ ପ୍ରକାଶ କରିଛନ୍ତି।

- Advertisement -

ଅନ୍ୟପକ୍ଷରେ ସବୁଦିନ ମଧ୍ୟ ଜଙ୍ଗଲରୁ ପତ୍ର ମିଳିବା ସହଜ ହେଉନାହିଁ। ପାହାଡ଼ ଜଙ୍ଗଲ ତଳେ କରିଥିବା ଘର ସମ୍ମୁଖରେ ରହିଛି ବିଶାଳକାୟ ପଥର। ଯଦି ଘର ଉପରେ ପଥର ଖଣ୍ଡେ ପଡ଼ିଯିବ ତାହାହେଲେ ଘରର ପରିସ୍ଥିତି କଣ ହେବ ତାହା କେହିହେବ ନାହିଁ। ଏଭଳି ସ୍ଥଳେ ଏହି ଅସହାୟ ବୃଦ୍ଧାଙ୍କୁ ସରକାରୀ ସହାୟତା ଯୋଗାଇଦେବା ସହିତ ଅନ୍ତର୍ଦୟ ଯୋଜନାରେ ସାମିଲ କରି ଚାଉଳ ୩୫ କେଜି ଏବଂ ଆବାସ ଘର ଖଣ୍ଡେ ଯୋଗାଇ ଦେଲେ ତାଙ୍କର ବାର୍ଦ୍ଧକ୍ୟ ସମୟରେ ଏହାୟକ ହୁଅନ୍ତା ବୋଲି କହିଛନ୍ତି ପ୍ରତିମା ମଲ୍ଲିକ।

ତେବେ ଏ ସଂପର୍କରେ ଫୁଲବାଣୀ ବିଡିଓ ସୁବ୍ରତ କୁମାର ଜେନାଙ୍କୁ ଯୋଗାଯୋଗ କରିବାରୁ ବୃଦ୍ଧା ଜଣକ ସେହି ଗ୍ରାମର ହୋଇଥିଲେ ହେଁ ସେ ଅନ୍ୟତ୍ର ବିବାହ କରିଥିଲେ। ତେଣୁ ସେ ଗତ ୨୦୧୧ ମସିହା ହୋଇଥିବା ଜନଗଣନା ବେଳକୁ ସେ ଗ୍ରାମରେ ରହୁନଥିବାରୁ ତାଙ୍କର ନାମ ତାଲିକା ଭୁକ୍ତ ହୋଇପାରିନାହିଁ। ତେବେ ଗତ ୨୦୧୯ ମସିହାରେ ମଧ୍ୟ ଏହି ସୁବିଧାରୁ ବଂଚିତ ଥିବା ଲୋକଙ୍କ ତାଲିକା କରାଯାଇଥିଲା। ହେଲେ ସେତେବେଳେ ମଧ୍ୟ ପ୍ରତିମା ମଲ୍ଲିକ ତାଙ୍କର ନାମ ପଞ୍ଜିକରଣ କରିନଥିବା କିମ୍ବା ସେ କୌଣସି ଆବେଦନ ମଧ୍ୟ କରିନଥିଲେ। ତେବେ ତାଙ୍କର ଆବଶ୍ୟକତାକୁ ନେଇ ତଦନ୍ତ କରାଯିବା ସହ ସରକାରୀ ଯୋଜନା ଅନୁସାରେ ସମସ୍ତ ସହାୟତା କରାଯିବ ବୋଲି କହିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories