www.samajalive.in
Monday, December 8, 2025
24.1 C
Bhubaneswar

ମିଥ୍ୟା ପ୍ରଚାର କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବିରୋଧୀ – ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସଂସଦରେ ନିକଟରେ ଗୃହୀତ ହୋଇଥିବା କୃଷି ବିଲ୍ ଏବଂ ଶ୍ରମ ଆଇନ ଦେଶର କୃଷକ ଓ ଶ୍ରମିକମାନଙ୍କୁ ଅନାବଶ୍ୟକ ଆଇନର ବନ୍ଧନରୁ ମୁକ୍ତ କରିବ। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ବାର୍ଷିକୀ ଅବସରରେ ବିଜେପି ଦଳର କର୍ମୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବିରୋଧୀ ଦଳଗୁଡିକୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ ସେମାନେ ମିଥ୍ୟା ପ୍ରଚାର କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ପ୍ରଧାନମନ୍ତ୍ରୀ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ କୃଷି ବିଲ୍ ଏବଂ ଶ୍ରମ ସଂସ୍କାରକୁ ପ୍ରଶଂସା କରି କହିଛନ୍ତି ଯେ ସ୍ୱାଧୀନତା ପରଠାରୁ କ୍ଷମତାରେ ଥିବା ଦଳମାନେ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଶ୍ରମିକ ଓ କୃଷକଙ୍କଠାରୁ ରାଜନୈତିକ ଲାଭ ହାସଲ କରିବାକୁ ଚେଷ୍ଟା କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ନୂତନ କୃଷି ବିଲ୍ ଦ୍ୱାରା କୃଷି କ୍ଷେତ୍ରରେ ବହୁ ପ୍ରତୀକ୍ଷିତ ସଫଳତା ହାସଲ ହେବ। ସେ କହିଛନ୍ତି, କୃଷକମାନେ ସେମାନଙ୍କର ଉତ୍ପାଦକୁ ମଣ୍ଡି ବ୍ୟତୀତ ଦେଶର ଯେକୌଣସି ସ୍ଥାନରେ ବିକ୍ରି କରିପାରିବେ। ସେ କହିଛନ୍ତି ଯେ ନୂତନ ଆଇନ ଦ୍ୱାରା ୧୦୦ ଜଣ କୃଷକଙ୍କ ମଧ୍ୟରୁ ୮୫ ଜଣ ଉପକୃତ ହେବେ ଏବଂ ବିଜେପି ଦଳର କର୍ମୀଙ୍କୁ କୃଷକଙ୍କ ନିକଟରେ ପହଞ୍ଚିବାକୁ ଏବଂ ନୂତନ ବ୍ୟବସ୍ଥାର ଉପକାରିତା ବିଷୟରେ ବୁଝାଇବାକୁ ସେ ଆହ୍ୱାନ ଦେଇଛନ୍ତି। କୃଷି ଅର୍ଥନୀତିକୁ ଶକ୍ତିଶାଳୀ କରିବା ପାଇଁ ସରକାର ଆଣିଥିବା ଐତିହାସିକ ସଂସ୍କାର ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories