www.samajalive.in
Friday, December 12, 2025
26.1 C
Bhubaneswar

ମିଳିତ କୃଷକ ଆନ୍ଦୋଳନକୁ ସମର୍ଥନ, ବିଭିନ୍ନ ସଙ୍ଗଠନ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନରେ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର: ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି-ଏନଡିଏ ସରକାର ସମଗ୍ର ଦେଶର କୃଷି, କୃଷକ ଓ ଗ୍ରାହକମାନଙ୍କ ସର୍ବନାଶକାରୀ ପାଲଟିଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ–୧୯୫୫, ସଂଶୋଧନ ବିଲ୍-୨୦୨୦, କୃଷିଜାତ ସାମଗ୍ରୀର ବିପଣନ ଓ କାରବାର (ପ୍ରୋତ୍ସାହନ ଏବଂ ସୁବିଧା ପ୍ରଦାନ ବିଲ୍– ୨୦୨୦ ଓ ୩) କୃଷକ (ସଶକ୍ତିକରଣ ଏବଂ ସୁରକ୍ଷା) ରାଜିନାମା ସଂକ୍ରାନ୍ତ ମୂଲ୍ୟ ସୁନିଶ୍ଚିତା ଏବଂ କୃଷି ସେବା ବିଲ୍– ୨୦୨୦ ସଂସଦରେ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରାଇ ଯେଭଳି ଅନୁମୋଦନ କରାଇନେଲେ ତାହା ସମଗ୍ର ଦେଶର କୃଷକ, କୃଷି ଶ୍ରମିକ ଓ ଗ୍ରାହକମାନଙ୍କ ସର୍ବନାଶ କରିବା ସହ କମ୍ପାନୀମାନଙ୍କୁ ଲୁଣ୍ଠନର ସାହାଣ ମେଲା କରିବାକୁ ଉଦ୍ଦିଷ୍ଟ। ଏହି ଆଇନ କୃଷକମାନଙ୍କୁ ତାଙ୍କ ନିଜ ଜମିରେ ବନ୍ଧୁଆ ଶ୍ରମିକ ବନାଇଦେବ, ଭାଗଚାଷୀ ଉଚ୍ଛେଦ ହୋଇଯିବେ ଓ କଳାବଜାରୀମାନେ ମନଇଚ୍ଛା ମହଜୁଦ କରି କୃତ୍ରିମ ଅଭାବ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ସର୍ବେକ୍ଷଣ କରିବ। ଏହି ପ୍ରସ୍ତାବିତ ଆଇନ ପ୍ରତ୍ୟାହାର ଦାବିରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ୱାନରେ ଅଖିଳ ଭାରତ କୃଷକ ସଭା ସମେତ ଅଧିକାଂଶ କୃଷକ ସଂଗଠନ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରତିବାଦ ଆନ୍ଦୋଳନ ସପକ୍ଷରେ ଭାରତୀୟ କ୍ଷେତ ମଜଦୁର ୟୁନିୟନ (ବିକେଏମୟୁ), ଅଖିଳ ଭାରତ ଟ୍ରେଡ଼ ୟୁନିୟନ କଂଗ୍ରେସ (ଏଆଇଟିୟୁସି), ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସଏଫ), ଅଖିଳ ଭାରତ ଯୁବସଂଘ (ଏଆୱାଇଏଫ) ଓ ସର୍ବୋପରି ସିପିଆଇ ପକ୍ଷରୁ ସମର୍ଥନ ପୂର୍ବକ ଆନ୍ଦୋଳନ କରାଯାଇଛି। ଆଜି ସିପିଆଇର ପୂର୍ବତନ ସାଧାରଣ ସମ୍ପାଦକ ଏ. ବି. ବର୍ଦ୍ଧନଙ୍କ ଜନ୍ମ ଦିବସ ହୋଇଥିବାରୁ ସିପିଆଇ ରାଜ୍ୟ କାର୍ଯ୍ୟାଳୟରେ ଲାଲ୍ ଝଣ୍ଡା ଉତ୍ତୋଳନ ସହ ଶ୍ରୀ ବର୍ଦ୍ଧନଙ୍କ ସ୍ମୃତିଚାରଣ କରାଯାଇଥିଲା। ଏହାପରେ ଅଶୋକ ନଗରଠାରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ମାଷ୍ଟରକ୍ୟାଣ୍ଟିନଠାରେ ଶକ୍ତିଶାଳୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଆନ୍ଦୋଳନରେ ବିକେଏମୟୁ ରାଜ୍ୟ ସମ୍ପାଦକ ସୁର ଜେନା, ଜିଲ୍ଲା ସଭାପତି ସର୍ବେଶ୍ୱର ମାର୍ଥା, ଲୋକନାଥ ଭୋଇ, ଛେତମ୍ବର ଭୋଇ, କୈଳାସ ପୁହାଣ, ଏଆଇଟିୟୁସିର ରାଜ୍ୟ ଉପସାଧାରଣ ସମ୍ପାଦକ ବିଜୟ ଜେନା, ପ୍ରତାପ ଚନ୍ଦ୍ର ମହାପାତ୍ର, ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ ରାଜ୍ୟ ସମ୍ପାଦକ ନମିତା ସାହୁ, ଏଆଇଏସଏଫ ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା, ମାନସ ରଞ୍ଜନ କର, ବିବେକ କ୍ରିଷ୍ଣା, ସୁଚିସ୍ମିତା ଜେନା, ଏଆଇୱାଇଏଫର ପ୍ରବିତ୍ର କୁମାର ସ୍ୱାଇଁ, ଗୋହୀଗୋବିନ୍ଦ ବେଶ୍ରା, ସୁନିଲ୍ କୁମାର ବଟୁ, ସଞ୍ଜୟ କୁମାର ସାହୁ ପ୍ରମୁଖ ଉଦ୍ବୋଧନ ଦେଇଥିଲେ। ଅଖିଳ ଭାରତ କୃଷକ ସଭା ରାଜ୍ୟ ସଭାପତି ଶଶୀଭୂଷଣ ସ୍ୱାଇଁ, ପ୍ରଶାନ୍ତ ପାଇକରାୟ, ସର୍ବେଶ୍ୱର ବେଉରା ଓ ଗୁଣନିଧି ଖଟୁଆଙ୍କ ନେତୃତ୍ୱରେ ଏହି ମିଳିତ କୃଷକ ଆନ୍ଦୋଳନ ଅନୁଷ୍ଠିତ ହୋଇଥିବାବେଳେ ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଜୟନ୍ତ ଦାସ ଓ ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ନୃସିଂହ ଚରଣ ବେହେରା କୃଷକ, ଶ୍ରମିକ, ଛାତ୍ର, ଯୁବକମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଉଦ୍ବୋଧନ ଦେଇଥିଲେ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories