www.samajalive.in
Friday, December 12, 2025
23.1 C
Bhubaneswar

ଆରପାରିରେ ବିଶିଷ୍ଠ କଣ୍ଠଶିଳ୍ପୀ ବାଲ୍‌ ସୁଭ୍ରମଣ୍ୟମ

ମୁମ୍ବଇ: ବିଶିଷ୍ଠ କଣ୍ଠଶିଳ୍ପୀ ବାଲ୍‌ ସୁଭ୍ରମଣ୍ୟମଙ୍କ ଶୁକ୍ରବାର ପରଲୋକ ହୋଇଛି। ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଗତ କିଛିଦିନ ହେଲା ସେ କରୋନାରେ ପୀଡ଼ିତ ଥାଇ ଚିକିତ୍ସିତ ହେଉଥିଲେ। କରୋନା ପଜିଟିଭ ଜଣାପଡ଼ିବା ପରେ ଅଗଷ୍ଟ ୫ ତାରିଖରେ ତାଙ୍କୁ ହସପିଟାଲାର ଭର୍ତି କରାଯାଇଥିଲା। ତେବେ ସେ କରୋନାରୁ ଆରୋଗ୍ୟ ହୋଇଥିଲେ। ମାତ୍ର ଫୁସଫୁସ ସଂକ୍ରମଣ ହୋଇଥିବାରୁ ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଥିଲା। ସେବେଠାରୁ ସେ ଭେଣ୍ଟିଲେଟରେ ରହିଥିଲେ।

ବାଲାସୁବ୍ରମଣ୍ୟମ ୧୬ଟି ଭାଷାରେ ୪୦ ହଜାରରୁ ଅଧିକ ଗୀତ ଗାଇଛନ୍ତି। ୧୯୮୯ ମସିହାରେ ମେନେ ପ୍ୟାର୍ କିୟା ଫିଲ୍ମର ‘ମେରେ ରଙ୍ଗ ମେ’ ଗୀତ ତାଙ୍କୁ ହିନ୍ଦୀ ଫିଲ୍ମରେ ସ୍ୱତନ୍ତ୍ର ପରିଚୟ ଦେଇଥିଲା । କଣ୍ଠଶିଳ୍ପୀ ଭାବେ ସେ ୬ଟି ଜାତୀୟ ପୁରସ୍କାର ପାଇଛନ୍ତି। ତାଙ୍କୁ ପଦ୍ମଶ୍ରୀ ଓ ପଦ୍ମଭୂଷଣରେ ବି ସମ୍ମାନିତ କରାଯାଇଛି।

Hot this week

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

Related Articles

Popular Categories