www.samajalive.in
Monday, December 8, 2025
27.1 C
Bhubaneswar

୮୦% ଆଇସିୟୁ ଶଯ୍ୟା ସଂରକ୍ଷଣ – ହାଇକୋର୍ଟରେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ପାଇଁ ଦିଲ୍ଲୀର ଘରୋଇ ଡାକ୍ତରଖାନାରେ ୮୦ ପ୍ରତିଶତ ଆଇସିୟୁ ବେଡ୍ ସଂରକ୍ଷଣ ଉପରେ ସ୍ଥଗିତାଦେଶ ଦେଇଥିବା ଜଣିକିଆ ବିଚାରପତିଙ୍କ ନିଷ୍ପତ୍ତି ବିରୋଧରେ ଦିଲ୍ଲୀ ସରକାର ହାଇକୋର୍ଟର ଆବେଦନ କରିଛନ୍ତି। ଆଜି ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଡିଏନ୍ ପଟେଲ ଏବଂ ଜଷ୍ଟିସ୍ ପ୍ରତୀକ ଜାଲାନଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବେ।

ମଙ୍ଗଳବାର ଦିନ ଜଣିକିଆ ବେଞ୍ଚ ଦିଲ୍ଲୀର ଘରୋଇ ଡାକ୍ତରଖାନାଗୁଡ଼ିକୁ କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ୮୦ ପ୍ରତିଶତ ଆଇସିୟୁ ଶଯ୍ୟା ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଥିବା ଆଦେଶ ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ବେସରକାରୀ ନର୍ସିଂହୋମ ଏବଂ ଡାକ୍ତରଖାନାଗୁଡ଼ିକ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଅନୁଭବ ନକରି ଏଭଳି ଆଦେଶ ଦିଆଯାଇଥିବା ସେଠାକାର ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂଘ କୋର୍ଟଙ୍କୁ ଅବଗତ କରାଇଛି।

- Advertisement -

ଆବେଦନକାରୀଙ୍କ ବରିଷ୍ଠ ଓକିଲ ମନିନ୍ଦର ସିଂ ଦାଖଲ କରିଥିବା ଆବେଦନରେ ଦର୍ଶାଇଛନ୍ତି ଯେ ଘରୋଇ ଡାକ୍ତରଖାନାଗୁଡ଼ିକରେ ଅଧିକାଂଶ ଆଇସିୟୁଗୁଡିକରେ ଏବେ ରୋଗୀମାନଙ୍କ ଚିକିତ୍ସା ଚାଲିଛି। ଏହି ଆଦେଶ କାର୍ଯ୍ୟକାରୀ ହେଲେ ଅଣ – କୋଭିଡ ରୋଗୀଙ୍କ ସ୍ୱାସ୍ଥ୍ୟ ଏବଂ ଜୀବନ ପ୍ରତି ବିପଦ ରହିଛି। ଏହି ନିର୍ଦ୍ଦେଶ ଫଳରେ ଗୁରୁତର ଚିକିତ୍ସା ଆବଶ୍ୟକ କରୁଥିବା ଅନ୍ୟ ରୋଗୀମାନଙ୍କ ଆବଶ୍ୟକତାକୁ ଅଣଦେଖା କରାଯାଇଛି। ଅନ୍ୟପକ୍ଷରେ ଆଇସିୟୁରେ ୮୦ ପ୍ରତିଶତ ଶଯ୍ୟା ସଂରକ୍ଷଣ କରିବା ଦ୍ୱାରା ଗୁରୁତର ଅସୁସ୍ଥ ରୋଗୀମାନଙ୍କ ପାଇଁ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ପ୍ରଭାବିତ ହେବ ବୋଲି ଆବେଦନରେ ଦର୍ଶାଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories