www.samajalive.in
Friday, December 12, 2025
23.1 C
Bhubaneswar

ବାଜିଲା ବିହାର ନିର୍ବାଚନ ବିଗୁଲ: ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଅକ୍ଟୋବର ୨୮ରେ, କରୋନା ଆକ୍ରାନ୍ତ ଦେଇପାରିବେ ଭୋଟ୍

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ସହ ବିଭିନ୍ନ ରାଜ୍ୟର ଉପନିର୍ବାଚନ ପାଇଁ ଶୁକ୍ରବାର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ନିର୍ବାଚନୀ ତାରିଖ ଘୋଷଣା କରିଛନ୍ତି। ୨୪୩ଟି ଆସନ ପାଇଁ ୩ଟି ପର୍ଯ୍ୟାୟରେ ବିହାରର ନିର୍ବାଚନ ଅନୁଷ୍ଠିତ ହେବକୁ ଯାଉଛି।  ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଅକ୍ଟୋବର ୨୮ ତାରିଖରେ ୭୧ଟି ଆଶନ ପାଇଁ ୧୬ଟି ଜିଲାରେ ଅନୁଷ୍ଠିତ ହେବ। ଦ୍ବିତୀୟ ପର୍ଯ୍ୟାୟ ନଭେମ୍ବର ୩ରେ ୯୪ଟି ଆଶନ ପାଇଁ ୧୭ଟି ଜିଲାରେ ଭୋଟ ଗ୍ରହଣ ହେଉଥିବା ବେଳେ ଓ ତୃତୀୟ ପର୍ଯ୍ୟାୟ ନଭେମ୍ବର ୭ ତାରିଖରେ ୭୮ ଟି ଆଶନ ପାଇଁ ୧୫ଟି ଜିଲାରେ ମତଦାନ ଗ୍ରହଣ କରାଯିବ। ନଭେମ୍ବର ୧୦ ରେ ବିହାର ନିର୍ବାଚର ଭୋଟ ଗଣତି ହେବ। ଏ ନେଇ ସମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, କରୋନା ମହାମରୀ ଭିତରେ ଏହା ପ୍ରଥମ ନର୍ବଚନ ହେବାକୁ ଯାଉଛି। ୭୦ ଦେଶରେ କରୋନା ପାଇଁ ନିର୍ବାଚନ ଘୁଞ୍ଚାଯାଇଛି। କରୋନା ମହାମାରୀ ସମୟରେ ନିର୍ବାଚନା କରାଯାଉଥିବାରୁ ନିର୍ବାଚନୀକୁ ସୂଚାର ରୁପେ କରିବା ପାଇଁ ନିର୍ବାଚନ କମିଶନରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

- Advertisement -

ସମସ୍ତ ପୁଲିଂ ବୁଥରେ ଭୋଟରଙ୍କ ସଂଖ୍ୟା ହ୍ରାସ କରାଯାଇଛି। ଗୋଟିଏ ବୁଥରେ ଏକ ହଜାର ଭୋଟର ଭୋଟ ଦେଇପାରିବେ । ନିର୍ବାଚନରେ ୪୬ ଲକ୍ଷ ମାସ୍କ ବ୍ୟବହାର ହେବ। ନିର୍ବାଚନରେ କରୋନା ଆକ୍ରାନ୍ତ ମଧ୍ୟ ଦେଇପାରିବେ ଭୋଟ। ଭୋଟ ଗ୍ରହଣ ଶେଷ ପର୍ଯ୍ୟାୟରେ ସୁରକ୍ଷା ବ୍ୟବସ୍ଥା ସହ ଭୋଟ ଦେବେ। ଭୋଟ ସମୟ ସୀମା ୧ ଘଣ୍ଟା ବୃଦ୍ଧି କରାଯାଇଛି। ସକାଳ ୭ରୁ ସନ୍ଧ୍ୟା ୬ପର୍ଯ୍ୟନ୍ତ ମତଦାନ ଚାଲିବ। ପ୍ରାର୍ଥୀମାନେ ଅନଲାଇନରେ ପ୍ରାର୍ଥିପତ୍ର ଦାଖଲ କରିବେ। ପ୍ରାର୍ଥିପତ୍ର ଓ ସତ୍ୟପାଠ ଅନଲାଇନରେ ଦାଖଲ କରିବେ। ନିର୍ବାଚନ ପ୍ରଚାରରେ ମାତ୍ର ୨ଟି ଗାଡ଼ି ବ୍ୟବହାକ କରାଯାଇ ପାରିବ।  ଘରକୁ ଘର ବୁଲି ପ୍ରଚାରରେ ପ୍ରାର୍ଥୀଙ୍କୁ ମିଶାଇ ୫ଜଣ ରହିପାରିବେ। ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ସବୁ ବୁଥ ଗ୍ରାଉଣ୍ଡ ଫ୍ଲୋରରେ କରାଯିବ।

ସେହିପରି ସୋସିଆଲ ମିଡିଆର ଅପବ୍ୟବହାର ଉପରେ ମଧ୍ୟ ନଜର ରଖାଯାଇଛି ।

 

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories