www.samajalive.in
Thursday, December 11, 2025
18.1 C
Bhubaneswar

କୃଷି କ୍ଷେତ୍ର ସଂକ୍ରାନ୍ତ ବିଲ୍ ପ୍ରତିବାଦରେ ଆଜି ଭାରତ ବନ୍ଦ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ କୃଷି କ୍ଷେତ୍ର ସଂକ୍ରାନ୍ତ ବିଧେୟକ ସଂସଦରେ ଗୃହୀତ ହେବା ପ୍ରତିବାଦରେ ଭାରତୀୟ କିଶାନ ୟୁନିୟନ (ବିକେୟୁ), ଅଲଇଣ୍ଡିଆ କୃଷକ ସଂଗଠନ (ଏଆଇଏଫୟୁ), ଅଖିଳ ଭାରତ କିଶାନ ସଂଘର୍ଷ ସମନ୍ବୟ କମିଟି (ଏଆଇକେଏସସିସି) ଓ ଅଲ୍‌ ଇଣ୍ଡିଆ କିଶାନ ମହାସଙ୍ଘ (ଏଆଇକେଏମ), ଓଡ଼ିଶାର ନବନିର୍ମାଣ କୃଷକ ସଂଗଠନ ସମେତ ଦେଶବ୍ୟାପୀ ୨୪ଟି କୃଷକ ସଂଗଠନ ଓ ୧୮ଟି ରାଜନୈତିକ ଦଳ ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର (୨୫ତାରିଖ)ରେ ଭାରତ ବନ୍ଦ ଡାକରା ଦେଇଛନ୍ତି।

ଆଜି ଦେଶର ସମସ୍ତ କୃଷକ ଏହି ବିଲ୍‌କୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବାକୁ ବିକେୟୁ ପକ୍ଷରୁ କୁହାଯାଇଛି। ଏହି ବନ୍ଦ ଡାକରାକୁ ପଶ୍ଚିମବଙ୍ଗର ଶାସକ ଦଳ ଟିଏମସି, କେରଳର ଶାସକ ବାମପନ୍ଥୀ ଦଳ, ତେଲେଙ୍ଗାନାର ଟିଆରଏସ, ଦିଲ୍ଲୀର ଆମ୍‌ ଆଦ୍‌ମୀ ପାର୍ଟି, ପଞ୍ଜାବର କଂଗ୍ରେସ ଭଳି ଦେଶର ୧୮ଟି ରାଜନୈତିକ ଦଳ ଏହାକୁ ସମର୍ଥନ କରୁଛନ୍ତି।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories