www.samajalive.in
Sunday, December 14, 2025
14.1 C
Bhubaneswar

ଛାତ୍ର କଂଗ୍ରେସର ଦୁଇଗୋଷ୍ଠୀ ମୁହାଁମୁହିଁ; କଂଗ୍ରେସ ଭବନ ପାଲଟିଲା ରଣକ୍ଷେତ୍ର

ଭୁବନେଶ୍ୱର: ରାଜ୍ୟ ଛାତ୍ର କଂଗ୍ରେସ ଏବେ ଦୁଇଫାଳ। କିଏ ନେବ ରାଜ୍ୟ ଛାତ୍ର କଂଗ୍ରେସର ନେତୃତ୍ୱ ସେଥିପାଇଁ ଚାଲିଛି ଶକ୍ତି ପ୍ରଦର୍ଶନ। ଏମିତି ଏକ ସାଂଘାତିକ ପରିସ୍ଥିତି ଦେଖିବାକୁ ମିଳିଛି ରବିବାର ଅପରାହ୍ନରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ପୋଷ୍ଟର ମରା ଓ ମୁହାଁମୁହି ପରିସ୍ଥିତିରୁ । କେତେକ ଛାତ୍ର ନେତା କଂଗ୍ରେସ ଭବନର କବାଟ ଝରକା ଭାଙ୍ଗିଥିବା ବେଳେ ଆଉ କେତେକ ଛାତ୍ର ନେତା ପୋଷ୍ଟର ବ୍ୟାନ୍‍ର ମାରି ନାରାବାଜି କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ରାଜ୍ୟ ଛାତ୍ର କଂଗ୍ରେସ କମିଟି ଭାଙ୍ଗି ଯାଇଥିବାରୁ ନୂତନ କମିଟି ଗଠନ ନେଇ ଜାତୀୟ ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟ ପ୍ରଭାରୀ ରୁଚି ଗୁପ୍ତାଙ୍କୁ ଦାୟିତ୍ୱ ଦିଆଯାଇଛି । ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଆସନ୍ତାକାଲି ସମନ୍ୱୟ କମିଟି ବୈଠକ ପାଇଁ ଭୁବନେଶ୍ୱରେ ରହିଥିବାରୁ କଂଗ୍ରେସ ଭବନଠାରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଶକ୍ତି ପ୍ରଦର୍ଶନ ଲାଗି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।
ସୂଚନା ଯୋଗ୍ୟ ଯେ ପ୍ରସାଦ ହରିଚନ୍ଦନ ପିସିସି ସଭାପତି ଥିବା ସମୟରେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କୁ ଛାତ୍ରନେତା ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଥିିଲା । ପୂର୍ବରୁ ସେ ସଂଗ୍ରାମ ଜେନାଙ୍କ ଶିବିରରେ ରହିଥିବା ବେଳେ ଏବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟବର୍ତ୍ତୀ ହୋଇଛନ୍ତି । ଛାତ୍ର ନେତା ଚୟନ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବାରୁ କଂଗ୍ରେସ ଭବନଠାରେ ଉଭୟ ଗୋଷ୍ଠୀର ଛାତ୍ର ନେତାମାନେ ଭିନ୍ନ ଭିନ୍ନ ସ୍ୱାଗତ ପୋଷ୍ଟର ମାରିଥିବା ଦେଖିବାକୁ ମିଳିଥିଲା । ଏବେଠାରୁ ଛାତ୍ର କଂଗ୍ରେସର ସଦସ୍ୟ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି । ଆଗାମୀ ଦିନରେ ଛାତ୍ର କଂଗ୍ରେସର ନିର୍ବାଚନକୁ ନେଇ ଉଭୟ ଗୋଷ୍ଠୀଙ୍କ ଶକ୍ତି ପ୍ରଦର୍ଶନ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବ ବୋଲି କେତେକ ବରିଷ୍ଠ ନେତା ମତ ପ୍ରକାଶ କରିଛନ୍ତି।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories