www.samajalive.in
Monday, December 8, 2025
24.1 C
Bhubaneswar

ବିପୁଳ ପରିମାଣର ମହୁଲ ପୋଚ ଓ ମହୁଲି ମଦ ଜବତ: ୪ ଗିରଫ

ଦେବଗଡ଼: ଦେବଗଡ ଅବକାରୀ ବିଭାଗ ଓ ଦେବଗଡ ଆଦର୍ଶ ଥାନା ପୁଲିସ ପକ୍ଷରୁ ଆଜି ଦେବଗଡ ଥାନା ଅନ୍ତର୍ଗତ କାଲକାଠ ଓ ଗଉଡନାଳି ଗ୍ରାମରେ ମିଳିତ ଚଢାଉ କରାଯାଇ ବିପୁଳ ପରିମାଣର ମହୁଲ ପୋଚ ଓ ଦେଶୀ ରନ୍ଧାମଦ ଜବତ କରାଯିବା ସହ ୪ ଜଣଙ୍କୁ ଗିରଫ କରିଛି। ଅନ୍ୟଜଣେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ଥାନା ଅନ୍ତର୍ଗତ କାଲକାଠ ଓ ଗଉଡନାଳି ଗ୍ରାମରେ ବେଆଇନ ଦେଶୀ ରନ୍ଧାମଦ କାରବାର ହେଉଥିବା କୌଣସି ସୂତ୍ରରୁ ସୂଚନା ପାଇ ସେଠାରେ ଚଢାଉ ପାଇଁ ଦେବଗଡ ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଅନୁଯାୟୀ ଆଜି ଦେବଗଡ ଅବକାରୀ ବିଭାଗ ନିରୀକ୍ଷକ ପଦ୍ମଲୋଚନ ପ୍ରଧାନ,ଅବକାରୀ ସବଇନ୍ସପେକ୍ଟର ରାଧାକାନ୍ତ ଭୋଇ,ଅବକାରୀ ଏ.ଏସ୍‍.ଆଇ. ଗୋବିନ୍ଦ ସାହୁ , ଲୋକନାଥ ବେହେରା ଓ ପଦ୍ମାଳୟା ମୁଣ୍ଡା କାଲକାଠ ଗ୍ରାମର ଜଗା କିସାନ(୨୮) ଘରେ ଅତର୍କୀତ ଚଢାଉ କରି ୬୦ କିଲୋ ମହୁଲ ପୋଚ ଓ ୫ ଲିଟର ଦେଶୀ ରନ୍ଧାମଦ ଜବତ କରିବାସହ ଜଗାକୁ ଗିରଫ କରିଥିଲେ। ସେହିପରି ଉକ୍ତ ଗ୍ରାମର ଦ୍ୱାରୀ କିସାନ(୨୬) ଘରେ ଚଢାଉ କରି ୧୦ ଲିଟର ଦେଶୀ ରନ୍ଧାମଦ ଜବତ କରି ଦ୍ୱାରୀକୁ ଗିରଫ କରିଥିଲେ। ଏହାପରେ ଉକ୍ତଗ୍ରାମର ନଳାଖ୍ନଡରେ ଚଢାଉ କରି ମଦ ରାନ୍ଧିବାପାଇଁ ପ୍ରସ୍ତୁତ କରାଯାଇଥିବା ୪୦୦ କିଲୋ ମହୁଲ ପୋଚ ମଦ ରନ୍ଧା ସରଞ୍ଜାମ ଜବତ କରିଥିଲେ। ତେବେ ମଦ ପ୍ରସ୍ତୁତକାରୀ ପଟେଲ କିସାନ ସେଠାରୁ ଫେରାର ହୋଇଯାଇଥିଲା।ଏହି ଦଳ ଗଉଡନାଳି ଗ୍ରାମର ବାସନ୍ତୀ କିସାନ(୩୦)ଙ୍କ ଘରେ ଚଢାଉ କରି ୮୦ କିଲୋ ମହୁଲ ପୋଚ ଓ ୩ ଲିଟର ମହୁଲୀ ମଦ ଜବତ କରିବାସହ ବାସନ୍ତୀକୁ ଗିରଫ କରିଥିଲେ। ଅନୁରୂପ ଭାବେ ଗଉଡନାଳି ଗ୍ରାମର ତନୁ କିସାନ ଘରେ ଚଢାଉ କରି ୩୦ କିଲୋ ମହୁଲ ପୋଚ ଓ ୩ ଲିଟର ମହୁଲି ମଦ ଜବତ କରିବାସହ ତାକୁ ଗିରଫ କରିଥିବା ଜଣାପଡ଼ିଛି। ଏହି ଚଢାଉରେ ଦେବଗଡ ଆଦର୍ଶ ଥାନାର ବହୁ କର୍ମଚାରୀ ମଧ୍ୟ ଅଂଶ ଗ୍ରହଣ କରିଥିବା ଅବକାରୀ ବିଭାଗ ସୂତ୍ରରୁ ସୂଚନା ମିଳିଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories