www.samajalive.in
Saturday, December 6, 2025
26.1 C
Bhubaneswar

ଏସିଡ଼ିଟି ଦୂର କରେ ଡାଲଚିନି, ଜିରା

ଆଜିକାଲି ଏସିଡ଼ିଟି ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଅଧିକ ପରିମାଣରେ ଖାଦ୍ୟ ଖାଇ ହେଉ କିମ୍ବା କେତେକ ଖାଦ୍ୟ ଖାଇବା ଦ୍ୱାରା ସ୍ୱତଃ ଏସିଡ଼ିଟି ସୃଷ୍ଟି ହୋଇଥାଏ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ବହୁ ଲୋକେ ବିଭିନ୍ନ ପ୍ରକାରର ଔଷଧର ମଧ୍ୟ ବ୍ୟବହାର କରିଥାଆନ୍ତି। ମାତ୍ର କିଛି ଘରୋଇ ଉପାୟ ଦ୍ୱାରା ଆମେ ଏହି ସମସ୍ୟାକୁ ଦୂର କରି ପାରିବା। ଜାଣନ୍ତୁ ତାହା କ’ଣ
ଡ଼ାଲଚିନି –
ଡ଼ାଲଚିନିକୁ ପାଣିରେ ଅଳ୍ପ କିଛି ସମୟ ଫୁଟାଇବା ପରେ ଏହି ପାଣିକୁ ଥଣ୍ଡା କରି ପିଅନ୍ତୁ। ଏହା ଦ୍ୱାରା ଏସିଡ଼ିଟି ଦୂର ହେବା ସହ ଖାଦ଼୍ୟ ଭଲ ଭାବେ ହଜମ ହୋଇଥାଏ। ପେଟ ଜନିତ ବିଭିନ୍ନ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।
ଦହି –
ବହୁ ଲୋକଙ୍କର ଯେକୌଣସି ଖାଦ୍ୟ ଖାଇଲେ ମଧ୍ୟ ଏସିଡ଼ିଟି ହୋଇଥାଏ। ସେମାନେ ନିୟମିତ ଦହି ଖାଇବା ଦ୍ୱାରା ଏହି ଏସିଡ଼ିଟି ସମସ୍ୟା ଦୂର ହୋଇଥାଏ।
ତୁଳସୀ ପତ୍ର-
ତୁଳସୀ ପତ୍ରରେ ବହୁ ଔଷଧୀୟ ଗୁଣ ରହିଛି। ଏହା ଏସିଡ଼ିଟି ମଧ୍ୟ ଦୂର କରିଥାଏ। ଏକ ଗ୍ଲାସ ପାଣିରେ କିଛି ତୁଳସୀ ପତ୍ରକୁ ୨ଘଣ୍ଟା ଭିଜାଇ ପିଅନ୍ତୁ। ଏହାକୁ ପ୍ରତି ଦୁଇ ଦିନକୁ ଥରେ ପିଇବା ଦ୍ୱାରା ଏସିଡ଼ିଟିରୁ ମୁକ୍ତି ମିଳିଥାଏ।
ଲବଙ୍ଗ –
ଲବଙ୍ଗରେ ବହୁ ଆୟୁବୈଦିକ ଗୁଣ ରହିଛି। ଯାହା ଏସିଡ଼ିଟିକୁ ଦୂର କରିବା ପାଇଁ ଲାଭଦାୟକ ଅଟେ। ନିଜ ଖାଦ୍ୟ ସହ ପ୍ରତିଦିନ ଲବଙ୍ଗର ବ୍ୟବହାର କରନ୍ତୁ। ଏହା ଏସିଡ଼ିଟି ଦୂର କରେ ଓ ଖାଦ୍ୟକୁ ଭଲ ଭାବେ ହଜମ କରିବାରେ ସାହାଯ୍ୟ କରେ।
ଜିରା –
ଜିରା ଏସିଡ଼ିଟି ଦୂର କରିବା ସହ ପେଟ ଜନିତ ସମସ୍ତ ସମସ୍ୟା ଦୂର କରେ। ନିୟମିତ ଜିରାକୁ ଅଳ୍ପ ଉଷୁମ ପାଣିରେ ଫୁଟାଇ ଏହାକୁ ପିଅନ୍ତୁ। ଏହା ଖୁବ ଲାଭଦାୟକ ଅଟେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories