www.samajalive.in
Monday, December 8, 2025
24.1 C
Bhubaneswar

ତାରରେ ବନ୍ଧା ଜୀବନ

ଫୁଲବାଣୀ: ବର୍ଷ ବର୍ଷ ଧରି ନିର୍ମାଣ ହୋଇ ପାରୁନି ପୋଲ। ବିପଦସଙ୍କୁଳ ତାର ହିଁ ପାଲଟିଛି ଗମନାଗମନର ମାଧ୍ୟମ। କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକର ଗୁଞ୍ଜିବାଡି ପଞ୍ଚାୟତ ଅନ୍ତର୍ଗତ ୧୪ ନମ୍ବର ୱାର୍ଡ଼ର ବ୍ରିନ୍ଦାପଡ଼ା ଗ୍ରାମବାସିନ୍ଦା ବର୍ଷ ବର୍ଷ ଧରି ଏଭଳି ବିପଦସଙ୍କୁଳ ସ୍ଥିତିରେ ନଦୀରେ ଏମୁଣ୍ଡରୁ ସେ ମୁଣ୍ଡକୁ ବନ୍ଧା ଯାଇଥିବା କ୍ଷୀଣ ତାରରେ ହିଁ ଚଳାଚଳ କରୁଛନ୍ତି । ଏହି ଗ୍ରାମରେ ପ୍ରାୟ ୨୦ ଆଦିବାସୀ ପରିବାର ବସବାସ କରନ୍ତି। ଏହି ଗ୍ରାମବାସୀଙ୍କୁ ବିଛିନ୍ନ କରି ରଖିଛି ବ୍ରିନ୍ଦାପଡ଼ା ନଦୀ। ଉକ୍ତ ନଦୀ ଉପରେ ପୋଲ ନିର୍ମାଣ ହୋଇନଥିବାରୁ ଗ୍ରାମବାସୀ ନଦୀର ଦୁଇକୂଳରେ ଥିବା ଗଛରେ ତାର ବାନ୍ଧି ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି। ତାର ମାଧ୍ୟମରେ ପଞ୍ଚାୟତ ସଦରମହକୁମାକୁ ଯାଇ ଲୋକେ ଚାଉଳ , କିରାସିନି ଓ ଅତ୍ୟାବଶ୍ୟକୀୟ ଜିନିଷପତ୍ର ନେବାଆଣିବା କରୁଛନ୍ତି। ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ଅଙ୍ଗନବାଡ଼ି କେନ୍ଦ୍ର ଗାଁରେ ରହିଥିବା ବେଳେ ନଦୀ ଆରପାରି ଲକବାଡ଼ି ଗ୍ରାମରେ ରହିଛି ପ୍ରାଥମିକ ବିଦ୍ୟାଳୟ । ଛାତ୍ରଛାତ୍ରୀମାନେ ମଧ୍ୟ ବିପଦପୂର୍ଣ୍ଣ ସ୍ଥିତି ଉକ୍ତ ତାର ମାଧ୍ୟମରେ ନଦୀପାର ହେଉଛନ୍ତି। ବିନ୍ଦ୍ରାନଦୀ ପାର କରି ଗ୍ରାମବାସୀ କ.ନୂଆଗାଁ ଓ ରାଇକିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥାନ୍ତି। ନଦୀ ଉପରେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଓ ସରପଞ୍ଚ ଯୁବତୀ ପ୍ରଧାନ ଏକାଧିକ ଥର ଲିଖିତ ଭାବେ ବ୍ଲକ ଓ ଜିଲା ପ୍ରଶାସନ ନିକଟରେ ଦାବି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୋଲ ନିର୍ମାଣ ନେଇ କୌଣସି ପ୍ରକାର ପଦକ୍ଷେପ ନିଆଯାଇନି। ଜିଲା ପ୍ରଶସାନ ଏଥିପ୍ରତି ଦୃଷ୍ଟିଦେବାକୁ ସମାଜସେବୀ ଉମେଶ ଚନ୍ଦ୍ର ଦିଗାଳ , ପୂର୍ବତନ ସରପଞ୍ଚ ଅଶୋକ ପ୍ରଧାନ ଓ ଅନ୍ୟମାନେ ଦାବି କରିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories