www.samajalive.in
Monday, December 8, 2025
27.1 C
Bhubaneswar

ଡ଼୍ରଗ୍ସ ଲିଙ୍କ ଘଟଣା ; ଏନସିବିର କାର୍ଯ୍ୟାଳୟରେ ହାଜିର ହେଲେ ସିମୋନ ଖମ୍ବାଟା

ମୁମ୍ବଇ : ବଲିଉଡର ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାର ଅନୁସନ୍ଧାନ କରୁଥିବା ଏନସିବି ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି।  ଡ଼୍ରଗ୍ସ ଲିଙ୍କ ଘଟଣାରେ ବହୁ ସିନେ ତାରକାଙ୍କ ନାଁ ସାମ୍ନାକୁ ଆସିଛି। ଏହାପରେ ଏନସିବି ବହୁ ବଡ଼ ବଡ଼ ସିନେ ତାରକାଙ୍କୁ ସମନ୍‍ ପଠାଇ ସାରିଛି। ଡ୍ରଗ୍ସ ଲିଙ୍କ ଘଟଣାରେ ଜେଲରେ ଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରାଯିବା ସମୟରେ ଅଭିନେତ୍ରୀ ରାକୁଲପ୍ରୀତଙ୍କ ସହ ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁରଙ୍କ ନାଁ ସାମ୍ନାକୁ ଆସିଥିଲା।
ଏହାକୁ ଭିତ୍ତି କରି ଆଜି ଏନସିବି ରାକୁଲପ୍ରୀତ ଓ ଫ୍ୟାଶନ ଡିଜାଇନର ସିମୋନ ଖମ୍ବାଟାକୁ ପଚରାଉଚରା ପାଇଁ ଡକାଯାଇଛି। ଏହାସହ ଆଗକୁ ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର,ଦୀପିକା ପାଦୁକୋନଙ୍କୁ ମଧ୍ୟ ପଚରାଉଚରା କରାଯିବ।
ରାକୁଲପ୍ରୀତଙ୍କୁ ଏନସିବିର କୌଣସି ସମନ ମିଳିନଥିବା ସେ କହିଛନ୍ତି। ଏହି କାରଣରୁ ସେ ଆଜି ପଚରାଉଚରା ପାଇଁ ବ୍ୟୁରୋ କାର୍ଯ୍ୟାଳୟକୁ ଆସିବେ ନାହିଁ। ଏହାସହ ସେ ବାହାନା କରୁଛନ୍ତି ବୋଲି ଏନସିବିଙ୍କ ସୂତ୍ରରୁ ପ୍ରକାଶ ପାଇଛି।
ସେହିପରି ଏନସିବିର କାର୍ଯ୍ୟାଳୟରେ ପଚରାଉଚରା ପାଇଁ ସିମୋନ ଖମ୍ବାଟା ପହଞ୍ଚିସାରିଛନ୍ତି।
ଉଲ୍ଲେଖ ଯୋଗ୍ୟ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କୁ ଡକାଇ ପଚରାଉଚରା କରିଥିଲା। ଦୀପିକା ଖୋଲାଖୋଲି ଭାବେ କରିଶ୍ମାଙ୍କ ସହ ଟ୍ରଗ୍ସକୁ ନେଇ ହ୍ବାଟ୍ସଆପ୍ ଚାର୍ଟ କରିଥିବା ଏନସିବି ଜାଣିବାକୁ ପାଇଥିଳା। ଦୀପିକା ତାଙ୍କ ମ୍ୟାନେଜର କରିଶ୍ମାଙ୍କୁ ମାଲ୍ ଅଛି କି ନାହିଁ ବୋଲି ଚାର୍ଟରେ ପଚାରିଛନ୍ତି ଏବଂ ଗଞ୍ଜେଇ ନୁହେଁ ଡ୍ରଗ୍ସ ଅଛି କି ନାହିଁ ବୋଲି ପଚାରିଥିବା ଜଣାପଡିଥିଲା।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories