www.samajalive.in
Wednesday, December 10, 2025
14.1 C
Bhubaneswar

ନଭେମ୍ବର ପହିଲାରୁ ୟୁଜି ଓ ପିଜି ଲାଗି ସମ୍ଭାବ୍ୟ ଶିକ୍ଷାବର୍ଷ ଘୋଷଣା

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ହେଳେ ଛାତ୍ରଛାତ୍ରୀଙ୍କ ମନରେ ଚଳିତ ଶିକ୍ଷାବର୍ଷ କେବେଠୁ ଆରମ୍ଭ ହେବ ବୋଲି ପ୍ରଶ୍ନ ଥିବା ବେଳେ। ଆଜି ଏକ ଖୁସି ଖବର ଆସିଛି। ୨୦୨୦-୨୧ ୟୁଜି ଏବଂ ପିଜି ଲାଗି ସମ୍ଭାବ୍ୟ ଶିକ୍ଷାବର୍ଷ ଘୋଷଣା କରାଯାଇଛି। ନଭେମ୍ବର ପହିଲାରୁ ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି)ର ପ୍ରଥମ ବର୍ଷ ପାଇଁ ପାଠ ପଢା ଆରମ୍ଭ ହେବ। ହେଲେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ପାଠ ପଢା ଅନଲାଇନ କି ଅଫଲାଇନ ମାଧ୍ୟମରେ ହେବ। ତେବେ ସ୍ବତନ୍ତ୍ର କମିଟି ୟୁଜିସିକୁ ଦେଇଥିବା ଏକାଡେମିକା କ୍ୟାଲେଣ୍ଡର ୟୁଜିସି ଗ୍ରହଣ କରିଥିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଟ୍ବିଟ କରି ଜଣାଇଛନ୍ତି। କ୍ୟାଲେଣ୍ଡର ଅନୁସାରେ ଅକ୍ଟୋବର ୩୧ ସୁଦ୍ଧା ନାମଲେଖା ପ୍ରକ୍ରିୟା ସରିବ। ନଭେମ୍ବର ୧ରୁ ପାଠ ପଢା ଆରମ୍ଭ ହେବ। ମାର୍ଚ୍ଚ ୮ରୁ ୨୬ ପର୍ଯ୍ୟନ୍ତ ପ୍ରଥମ ସେମିଷ୍ଟର ପରୀକ୍ଷା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ମାର୍ଚ୍ଚ ୨୭ରୁ ଏପ୍ରିଲ ୪ ତାରିଖ ଯାଏ ସେମିଷ୍ଟର ବ୍ରେକ ଦିଆଯାଇଛି । ବ୍ରେକ ପରେ ପୁଣି ଏପ୍ରିଲ ୫ରୁ ପରବର୍ତ୍ତି ସେମିଷ୍ଟର ପାଇଁ ପାଠ ପଢା ଆରମ୍ଭ। ଅଗଷ୍ଟ ୧ରୁ ୮ ଯାଏ ପରୀକ୍ଷା ପ୍ରସ୍ତୁତି। ଅଗଷ୍ଟ ୯ରୁ ୨୧ ତାରିଖ ମଧ୍ୟରେ ବାର୍ଷିକ ପରୀକ୍ଷା ହେବ ବୋଲି ଉକ୍ତ କ୍ୟାଲେଣ୍ଡରରେ ଉଲ୍ଲେଖ ଅଛି। ଅଗଷ୍ଟ ୩୦ରୁ  ୨୦୨୧-୨୨ ବର୍ଷ ପାଇଁ ଶିକ୍ଷାବର୍ଷ ଆରମ୍ଭ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଟ୍ୱିଟ୍ କରି ଜଣାଇଛନ୍ତି।

 

- Advertisement -

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories