www.samajalive.in
Friday, December 12, 2025
27.1 C
Bhubaneswar

ପ୍ରବଳ ବିରୋଧ ସତ୍ତ୍ବେ ଧ୍ବନିମତରେ ରାଜ୍ୟସଭାରେ କୃଷି ବିଲ୍ ଗୃହିତ

ନୂଆଦିଲ୍ଲୀ : ପ୍ରବଳ ହଟ୍ଟଗୋଳ ମଧ୍ୟରେ ରବିବାର ବାଚନିକ ଭୋଟରେ ରାଜ୍ୟସଭାରେ କୃଷି ବିଲ୍ ଗୃହିତ ହୋଇଛି।

ମୌସୁମୀ ଅଧିବେଶନର ସପ୍ତମ ଦିନରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର  ରାଜ୍ୟସଭାରେ କୃଷି ସମ୍ବନ୍ଧୀୟ ୩ଟି ବିଲ୍ ଆଗତ କରିଥିଲେ। ତେବେ କଂଗ୍ରେସ,ତୃଣମୂଳ କଂଗ୍ରେସ, ବିଜୁ ଜନତା ଦଳ ସମେତ ବିଭିନ୍ନ ଦଳର ବିରୋଧ ସତ୍ତ୍ବେ ଶେଷରେ ଧ୍ବନିମତରେ ଏହି ବିଲ୍ ରାଜ୍ୟ ସଭାରେ ଗୃହିତ ହୋଇଛି। ପୂର୍ବରୁ ଏହି ବିଲ୍ ଲୋକସଭାରେ ଗୃହିତ ହୋଇଥିଲା। ତେବେ ଏହାକୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ବିଭିନ୍ନ ଦଳ ପକ୍ଷରୁ ଦାବି କରାଯାଇଥିଲା।

- Advertisement -

କୃଷି ବିଲକୁ ନେଇ ଆଜି ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଟିଏମସିର ଡେରିକ ଓବ୍ରାଏନ ଗୃହର ମଧ୍ୟଭାଗକୁ ଚାଲିଆସି ଉପାଧ୍ୟକ୍ଷଙ୍କ ଟେବୁଲ ଉପରୁ ରୁଲ୍ ବୁକକୁ ନେଇ ଚିରିଦେଇଥିଲେ। ପରେ ଉପାଧ୍ୟକ୍ଷ ୧୦ ମିନିଟ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଏହା ପରେ ଗୃହରେ ଭୋଟିଂ ଆରମ୍ଭ ହୋଇଥିଲା ଓ ବାଚନିକ ଭୋଟରେ ଗୃହିତ ହୋଇଥିଲା।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories