www.samajalive.in
Thursday, December 11, 2025
15.1 C
Bhubaneswar

ଗୃହ ସଙ୍ଗରୋଧରେ ସତର୍କତା ଜରୁରୀ

ଭୁବନେଶ୍ୱର : ଓଡ଼ିଶାରେ ୮୦ ପ୍ରତିଶତ କରୋନା ପଜିଟିଭ୍‍ ବ୍ୟକ୍ତିଙ୍କ ଠାରେ କୌଣସି ଲକ୍ଷଣ ନାହିଁ। ତେଣୁ ସେମାନେ ନିଜ ଘରେ ନିୟମ ଅନୁସାରେ ସେମାନେ ପୃଥକବାସରେ ରହିବା ଉଚିତ। କେବଳ ଯେଉଁ କରୋନା ସଂକ୍ରମିତ ମଧୁମେହ, ହୃଦରୋଗ ଭଳି ଗୁରୁତର ରୋଗରେ ପୀଡ଼ିତ ଥିବେ, ସେହିମାନେ କୋଭିଡ୍‍ ହସ୍ପିଟାଲରେ ଭର୍ତ୍ତି ହେବା ଆବଶ୍ୟକ। ଶନିବାର ଅପରାହ୍ନରେ ପ୍ରେସ୍‍ ବିବୃତି ଜରିଆରେ ଏସ୍‍ସିବି ମେଡିକାଲର ବିଶେଷଜ୍ଞ ଡା ଜୟନ୍ତ ପଣ୍ଡା, କେୟାର ହସ୍ପିଟାଲର ଡାକ୍ତର ପ୍ରଜ୍ଞାନ ରାଉତ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦେଶକ ଡ଼ାକ୍ତର ଅମରେନ୍ଦ୍ରନାଥ ମହାନ୍ତି ଜନସାଧାରଣ କୋଭିଡ୍‍-୧୯କୁ ନେଇ ପଚାରିଥିବା ପ୍ରଶ୍ନର ଉତ୍ତର ଦେବା ସହ ଏହି ପରାମର୍ଶ ଦେଇଛନ୍ତି। ସେମାନେ କହିଥିଲେ ଯେ ହୋମ୍‍ ଆଇସୋଲେସନ୍‍ରେ ଥିବା ସଂକ୍ରମିତ ବ୍ୟକ୍ତିଙ୍କର ଯଦି କୌଣସି ଲକ୍ଷଣ ଦେଖାଦିଏ ତା ହେଲେ ସେ ହେଲ୍ପଲାଇନ୍‍ ନମ୍ବର ଅବା ଟେଲି ମେଡିସିନ୍‍ ନମ୍ବରରେ ଯୋଗାଯୋଗ କରି ଡାକ୍ତରଙ୍କ ପରାମର୍ଶ ନେଇପାରିବେ। ଅସୁସ୍ଥ ଅନୁଭବ କଲେ କିମ୍ବା ଅଧିକ ଲକ୍ଷଣ ପ୍ରକାଶ ପାଇଲେ ସେମାନେ ଡ଼ାକ୍ତରଙ୍କ ପରାମର୍ଶ ଅନୁସାରେ କୋଭିଡ୍‍ ହସ୍ପିଟାଲରେ ଭର୍ତ୍ତି ହୋଇପାରିବେ। ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତି ପଜିଟିଭ୍‍ ଚିହ୍ନଟ ହେଲେ ତୁରନ୍ତ କୋଭିଡ୍‍ ହସ୍ପିଟାରେ ଭର୍ତ୍ତି ହେବାକୁ ପଡ଼ିବ। କୋଭିଡ୍‍ରୁ ସୁସ୍ଥ ହେବା ପରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ୧୫ରୁ ୨୦ ଦିନ ପର୍ଯ୍ୟନ୍ତ ପୁଷ୍ଟିକର ଖାଦ୍ୟ ଖାଇବା ମଲ୍ଟି ଭିଟାମିନ୍‍ ବଟିକା ସେବନ ସହିତ ଶ୍ୱାସକ୍ରିୟା ପାଇଁ ବ୍ୟାୟାମ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ। ହୋମ୍‍ ଆଇସୋଲେସନ୍‍ରେ ଥିବା ବ୍ୟକ୍ତି ପ୍ରଚୁର ପାଣି ପିଇବା ଆବଶ୍ୟକ। ରୋଗୀଙ୍କ ଦେଖାଶୁଣା କରୁଥିବା ବ୍ୟକ୍ତି ମାସ୍କ, ସାନିଟାଇଜର୍‍ ବ୍ୟବହାର କରିବା ଜରୁରୀ। ସମସ୍ତେ ସତର୍କ ରହି ନିୟମ ଅନୁସାରେ କାର୍ଯ୍ୟ କଲେ କରୋନା ସଂକ୍ରମଣ ହ୍ରାସ ପାଇବ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories