ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅନ୍ତର୍ଗତ ତୁରୁମୁଙ୍ଗା ଆରଆଇ ସର୍କଲ ଝାରବେଡା ନେଉଳଯୋଡି ନାଳରୁ ବେଆଇନ ବାଲି ଚୋରା ଚାଲାଣ ବେଳେ ପାଟଣା ତହସିଲଦାର ଶିବ ପ୍ରସାଦ ମୁର୍ମୁ ଚଢ଼ାଉ କରିଛନ୍ତି। ଚଢାଉରେ ତିନିଟି ଟ୍ରାକ୍ଟର ଜବତ କରିବା ସହ ୩୦ ହଜାର ୩ଶହ ୬୦ ଟଙ୍କା ଜୋରିମାନା ଆଦାୟ କରିଛନ୍ତି। ଏହି ଚଢ଼ାଉରେ ତହସିଲ କର୍ମଚାରୀ ସାମିଲ ଥିଲେ।
ସୂଚନା ଥାଉ କି, ତୁରୁମୁଙ୍ଗା ଆରଆଇ ସର୍କଲରେ ପୂର୍ବରୁ ବେଆଇନ ଭାବରେ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିଲା।



