www.samajalive.in
Saturday, December 13, 2025
14.1 C
Bhubaneswar

ମାଡ଼ି ଚାଲିଛି ସଂକ୍ରମଣ; ବୁଧବାରରୁ  ସଂସଦ ମୁତଲବୀ!

ନୂଆଦିଲ୍ଲୀ : ଚଳିତମାସ ୧୪ ତାରିଖରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନକୁ ମଝିରୁ କାଣ୍ଟଛାଣ୍ଟ କରାଯିବ। କରୋନା ସଂକ୍ରମଣ ହାର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସଂସଦର ଉଭୟ ସଦନକୁ ଅକ୍ଟୋବର ପହିଲା ପର୍ଯ୍ୟନ୍ତ ନ ଚଳାଇ ଅଧାରୁ ବନ୍ଦ କରିବା ଲାଗି ଏକପ୍ରକାର ନିଷ୍ପତ୍ତି ହୋଇଥିବା ଜଣାପଡିଛି। ଆସନ୍ତା ବୁଧବାର ଅର୍ଥାତ୍ ୨୩ ତାରିଖ ପର୍ଯ୍ୟନ୍ତ ଗୃହକୁ ଚଳାଇ ପରଦିନଠାରୁ ଏହାକୁ ମୁଲତବୀ ଘୋଷଣା କରାଯିବା ନେଇ ଏକ ପ୍ରସ୍ତାବ ଉପରେ ଲୋକସଭା କାର୍ଯ୍ୟ ପରାମର୍ଶଦାତା ସମିତିରେ ସମସ୍ତ ରାଜନୈତିକ ଦଳର ନେତାମାନେ ଆଲୋଚନା କରିଛନ୍ତି। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଦଳର ପ୍ରତିନିଧିମାନେ ଉପସ୍ଥିତ ରହି ଏଭଳି ପ୍ରସ୍ତାବ ଉପରେ ସହମତି ପ୍ରକାଶ କରିଥିବା ଜଣାପଡିଛି। ତେବେ ଚୂଡାନ୍ତ ନିଷ୍ପତ୍ତି ସଂସଦୀୟ ବ୍ୟାପାର କ୍ୟାବିନେଟ୍‌ କମିଟି ନେବ।

ସୂଚନାଯୋଗ୍ୟ, ଇତିମଧ୍ୟରେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରି ଓ ପ୍ରହ୍ଲାଦ ପଟେଲଙ୍କ ସମେତ ୩୦ ଜଣ ସାଂସଦ କରୋନା ସଂକ୍ରମିତ ହୋଇଛନ୍ତି।  ବିରୋଧୀ ଦଳ ମଧ୍ୟ ସଂସଦକୁ ପୂରା ୧୮ ଦିନ (ନଭେମ୍ବର୧୪ରୁ ଅକ୍ଟୋବର ୧) ପର୍ଯ୍ୟନ୍ତ ଚଳାଇବା ବିପଦପୂର୍ଣ୍ଣ ବ୍ୟାପାର ବୋଲି କହିଛନ୍ତି। ତେଣୁ ସରକାର ଏହା ଉପରେ ବିଚାର କରୁଛନ୍ତି। ସଂସଦ ଭବନକୁ ଆସୁଥିବା ସାମ୍ବାଦିକ, ସଂସଦରେ କାର୍ଯ୍ୟରତ କର୍ମଚାରୀଙ୍କୁ ଦୈନିକ ଆଣ୍ଟିଜେନ୍‌ ପରୀକ୍ଷା କରାଯିବା ବାଧ୍ୟମତାମୂଳକ ହୋଇଛି। ସବୁ ସାଂସଦ ଓ ସାମ୍ବାଦିକ ମାନଙ୍କୁ ମଧ୍ୟ ଆରଟି-ପୀସିଆର ପରୀକ୍ଷା କରାଇବାକୁ ପଡୁଛି। ଅନେକ ସାଂସଦ ବୟସ୍କ ଥିବାବେଳେ ସମସ୍ତଙ୍କୁ ସଂକ୍ରମଣ ଆଶଙ୍କା ମଧ୍ୟ ରହିଛି। ଦୈନିକ ସଂକ୍ରମଣ ହାର ବଢୁଥିବାରୁ ଅଧିବେଶନକୁ କାଣ୍ଟଛାଣ୍ଟ କରାଯିବା ନେଇ ସ୍ଥିର ହୋଇଛି।

- Advertisement -

ପ୍ରକାଶଥାଉକି, ଇତିମଧ୍ୟରେ ଲୋକସଭାରେ ୩ଟି କୃଷି କ୍ଷେତ୍ର ସଂକ୍ରାନ୍ତ ବିଲ୍‌ ଗୃହୀତ ହୋଇସାରିଥିବାବେଳେ ଉଭୟ ସଦନରେ କୋଭିଡ୍‌ ମୁକାବିଲା ଲାଗି ଆବଶ୍ୟକ ପାଣ୍ଠି ଯୋଗାଡ ପାଇଁ ଆସନ୍ତା ଗୋଟିଏ ବର୍ଷ ପର୍ଯ୍ୟନ୍ତ ସମସ୍ତ ସାଂସଦଙ୍କ ଦରମା ୩୦ ପ୍ରତିଶତ ହ୍ରାସ କରାଯିବା ସଂକ୍ରାନ୍ତ ବିଧେୟକ ମଧ୍ୟ ଗୃହୀତ ହୋଇସାରିଛି। କୃଷି ବିଧେୟକକୁ ବୁଧବାର ସୁଦ୍ଧା ରାଜ୍ୟସଭାରେ ଗୃହୀତ କରାଇବା ପରେ ସଂସଦ ଅଧିବେଶନକୁ ବନ୍ଦ କରାଯାଇପାରେ ବୋଲି ସୂଚନା ମିଳୁଛି।

ସୂଚନାଯୋଗ୍ୟ, ମାର୍ଚ୍ଚରେ କରୋନା ମହାମାରୀ ଆରମ୍ଭ ହୋଇଥିବାବେଳେ ବଜେଟ୍‌ ଅଧିବେଶନ ଚାଲିଥିଲା। ସଂକ୍ରମଣକୁ ଦୃଷ୍ଟିରେ ରଖି ସେତେବେଳେ ବଜେଟ୍‌ ଅଧିବେଶନକୁ ଅଧାରୁ ବନ୍ଦ କରାଯାଇଥିଲା।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories