www.samajalive.in
Thursday, December 11, 2025
15.1 C
Bhubaneswar

ଦ୍ୱିତୀୟ ଦିନିକିଆ : ଭାରତ ୮୬ ରନରେ ପରାସ୍ତ

ଲଣ୍ଡନ : ଜୋ ରୁଟ୍‍ଙ୍କ ଶତକ ବଳରେ  ଇଂଲଣ୍ଡ  ଶନିବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତକୁ ୮୬ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଇଂଲଣ୍ଡ ତିନିଟିକିଆ ସିରିଜକୁ ୧-୧ ସ୍ଥିତିକୁ ଆଣିବାରେ ସଫଳ ହୋଇଛି। ଆସନ୍ତା ମଙ୍ଗଳବାର ଲିଡ୍‍ସରେ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ ଖେଳାଯିବ। ଟସ୍‍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ବିନିମୟରେ ୩୨୨ ରନ କରିଥିଲା। ଜବାବରେ ଭାରତ ୫୦ ଓଭରରେ ୨୩୬ ରନରେ ଅଲଆଉଟ ହୋଇଥିଲା।
୩୨୩ ରନ୍‍ର ବିଶାଳ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଦୁଇ ଭାରତୀୟ ଓପନର ରୋହିତ ଶର୍ମା ଓ ଶିଖର ଧାୱନ ୪୯ ରନ ସଂଗ୍ରହ କରିଥିଲେ। ତେବେ ୬୦ ରନ ମଧ୍ୟରେ ଦଳ ରୋହିତ (୧୫) ଓ ଧାୱନ (୩୬) ଓ ଲୋକେଶ ରାହୁଲଙ୍କ (୦) ୱିକେଟ ହରାଇ ଅସୁବିଧାର ସମ୍ମୁଖୀନ ହୋଇଥିଲା। ବିରାଟ କୋହଲି ଓ ସୁରେଶ ରୈନା ସତର୍କତାର ସହ ବ୍ୟାଟିଂ କରି ୪ର୍ଥ ୱିକେଟ ପାଇଁ ୮୦ ରନ ଯୋଗକରିଥିବାବେଳେ କୋହଲି (୪୫) ଆଉଟ ହୋଇଥିଲେ। ରୈନା ୪୬ ରନ କରି ପଞ୍ଚମ ଖେଳାଳି ଭାବେ ଆଉଟ ହେବାପରେ ଭାରତର ବିଜୟ ଆଶା ମଉଳି ଯାଇଥିଲା। ମହେନ୍ଦ୍ର ସିଂହ ଧୋନି (୩୭) ଓ ହାର୍ଦ୍ଦିକ ପାଣ୍ଡ୍ୟା (୨୧) ରନ କରିଥିବାବେଳେ ଭାରତ ୫୦ ଓଭରରେ ୨୩୬ ରନରେ ଅଲଆଉଟ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ଲିଆମ ପ୍ଲଙ୍କେଟ ୪ଟି ଓ ଡେଭିଡ ୱିଲି, ଆଦିଲ ରସିଦ ପ୍ରତ୍ୟେକ ୨ଟି ୱିକେଟ ଅକ୍ତିଆର କରିଥିଲେ।
ଇଂଲଣ୍ଡ ଅଧିନାୟକ ଇଓନ ମୋର୍ଗାନ ଟସ୍‍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦୁଇ ଓପନର ଜାସନ ରୟ ଓ ଜନି ବେୟାରଷ୍ଟୋ ପ୍ରଥମ ୱିକେଟ ପାଇଁ ୧୦.୨ ଓଭରରେ ୬୯ ରନ ସଂଗ୍ରହ କରିଥିଲେ। ଏହି ଯୋଡି କ୍ରିଜ୍‍ରେ ଜମିଆସୁଥିବାବେଳେ ବେୟାରଷ୍ଟୋ ୩୮ ରନ କରି କୁଳଦୀପଙ୍କ ବଲରେ ବୋଲ୍‍ଡ ହୋଇଥିଲେ। ଅଳ୍ପ ସମୟ ବ୍ୟବଧାନରେ ଜାସନ ବ୍ୟକ୍ତିଗତ ୪୦ ରନ କରି କୁଳଦୀପଙ୍କ ବଲରେ ଉମେଶ ଯାଦବଙ୍କ ହାତରେ ଧରାପଡିଥିଲେ। ଜୋ ରୁଟ୍‍ ଓ ମୋର୍ଗାନ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରି ୩ୟ ୱିକେଟ ପାଇଁ ୧୬.୨ ଓଭରରେ ୧୦୩ ରନ ଯୋଗକରିଥିଲେ। ମୋର୍ଗାନ ନିଜର ଅର୍ଦ୍ଧଶତକ (୫୩) ହାସଲ କରିବାପରେ କୁଳଦୀପଙ୍କ ତୃତୀୟ ଶିକାର ପାଲଟିଥିଲେ। ରୁଟ୍‍ ଗୋଟିଏପଟେ ସତର୍କତାର ସହ ବ୍ୟାଟିଂ ଜାରି ରଖିଥିବାବେଳେ ଅନ୍ୟପଟରୁ ନିୟମିତ ବ୍ୟବଧାନରେ ଆଉ ତିନିଟି ୱିକେଟର ପତନ ଘଟିଥିଲା। ବେନ୍‍ ଷ୍ଟୋକ୍‍ସ ୫, ଜୋସ୍‍ ବଟ୍‍ଲର ୪ ଓ ମୋଇନ ଅଲ୍ଲୀ ୧୩ ରନ କରି ପ୍ୟାଭିଲିୟନ ଫେରିଯାଇଥିଲେ। ତେବେ ରୁଟ୍‍ ଓ ଡେଭିଡ ୱିଲି ୭ମ ୱିକେଟ ପାଇଁ ୮୩ ରନ୍‍ ଯୋଗକରିବା ଫଳରେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟରେ ୩୨୨ ରନ କରିଥିଲା। ରୁଟ୍‍ ୧୧୩ ରନ କରି ରନଆଉଟ ହୋଇଥିବାବେଳେ ୱିଲି ୫୦ ରନରେ ଅପରାଜିତ ଥିଲେ। ଭାରତ ପକ୍ଷରୁ କୁଳଦୀପ ୩ଟି ୱିକେଟ ଅକ୍ତିଆର କରିଥିବାବେଳେ ଉମେଶ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ୟୁଜ୍‍ବେନ୍ଦ୍ର ଚହଲ ପ୍ରତ୍ୟେକ ଗୋଟିଏ ୱିକେଟ ପାଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories