www.samajalive.in
Friday, December 12, 2025
23.1 C
Bhubaneswar

ବ୍ୟାଙ୍କିଙ୍ଗ୍‌ ନିୟାମକ ସଂଶୋଧନ ବିଲ୍‌ ଲୋକସଭାରେ ଗୃହୀତ

ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଆଜି ଲୋକସଭାରେ ବ୍ୟାଙ୍କିଙ୍ଗ୍‌ ନିୟାମକ ସଂଶୋଧନ ବିଲ୍‌ ୨୦୨୦କୁ ଅନୁ​‌ମୋଦନ ମିଳିଛି। ଏହି ବିଲ୍‌ ଗୃହୀତ ହେବା ପରେ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ମିଳିଛି ଅଧିକ କ୍ଷମତା। ଏହାଫଳରେ ଦେଶରେ ରହିଥିବା ଅର୍ବାନ୍‌ ​କୋ-ଅପରେଟିଭ୍‌ ବ୍ୟାଙ୍କଗୁଡିକ ଏଣିକି ରିଜର୍ଭ ବ୍ୟାଙ୍କର ନିରୀକ୍ଷଣରେ ରହିବେ। ଏଥିପାଇଁ ସରକାରଙ୍କୁ ଗତ ମୌସୁମୀ ଅଧିବେଶନରେ ଜୁନ୍‌ ୨୬ରେ ଆଣିଥିବା ଅଧ୍ୟାଦେଶକୁ ହଟାଇବାକୁ ପଡିଛି। ଆଜି ​‌​‌ଲୋକସଭାରେ ନୂଆ ସଂଶୋଧିତ ବିଲ୍‌କୁ ଅନୁମୋଦନ ମିଳିବା ପରେ ଏହାକୁ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଁ ପଠାଯିବ। ସ୍ବୀକୃତି ମିଳିବା ପରେ ଏହା ଆଇନରେ ପରିଣତ ହେବ। ଏହି ବିଲ୍‌ କୌଣସି ମୋରାଟୋରିୟମ୍‌ ଲାଗୁ ବିନା ଏକ ବ୍ୟାଙ୍କର ପୁନର୍ଗଠନ ଏବଂ ମିଶ୍ରଣ ପାଇଁ ଆର୍‌ବିଆଇକୁ କ୍ଷମତା ପ୍ରଦାନ କରୁଛି। ବିଲ୍‌ ଗୃହୀତ ହେବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଲେ, ଏହି ବିଲ୍‌ ଦେଶରେ ରହିଥିବା ସମବାୟ ବ୍ୟାଙ୍କଗୁଡିକୁ ସୁଦୃଢ କରିବା ସହ ଜମାକାରୀଙ୍କ ଅର୍ଥର ସୁରକ୍ଷା କରିବ।
ଏହାଛଡା ରାଜ୍ୟସଭାରେ ଆଜି ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବିଲ୍‌-୨୦୨୦କୁ ଅନୁମୋଦନ ଦିଆଯାଇଛି । ଏହାଫଳରେ ଏକ ଅତ୍ୟାଧୁନିକ ଆୟୁର୍ବେଦିକ ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ପଥ ଉନ୍ମୁକ୍ତ ହୋଇଛି । ଏହି ପ୍ରତିଷ୍ଠାନର ନାମ ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବା ଆଇଟିଆରଏ ରଖାଯିବ। ଗୁଜରାଟର ଜାମନଗରଠାରେ ଏହା ପ୍ରତିଷ୍ଠା ହେବ। ଏହାଛଡା ସରକାର ଏହାକୁ ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ବା ଆଇଏନ୍‌ଆଇ ମର୍ୟ୍ୟାଦା ପ୍ରଦାନ କରିବେ। ଏବେ ଜାମନଗରସ୍ଥିତ ଗୁଜରାଟ ଆୟୁର୍ବେଦ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ଥିବା ଆୟୁର୍ବେଦ ପ୍ରତିଷ୍ଠାନ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅନୁଷ୍ଠାନ ଭାବେ ସ୍ୱତନ୍ତ୍ର ଭାବେ ନିର୍ମାଣ ହେବ । ଏହା ସହିତ କେତେଗୁଡିଏ ପ୍ରତିଷ୍ଠିତ ଆୟୁର୍ବେଦିକ ଅନୁଷ୍ଠାନକୁ ଏହା ସହିତ ସହବନ୍ଧିତ କରି କାର୍ୟ୍ୟ କରିବାର ସୁବିଧା ମଧ୍ୟ ଯୋଗାଇ ଦିଆଯିବାକୁ ବିଲ୍‌ରେ କୁହାଯାଇଛି ।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories