www.samajalive.in
Tuesday, December 9, 2025
19.1 C
Bhubaneswar

ବନ୍ୟାରେ ବୁଡ଼ିଲା ୫୦ ଏକର ନଳିତା ଚାଷ, କ୍ଷତି ପୂରଣ ଦାବି

ବାଙ୍କୀ: ବାଙ୍କୀ-ଡମପଡା ବ୍ଲକ ଅଧିନ ତାଳବସ୍ତ ପଞ୍ଚାୟତ ଏକ କୃଷି ପ୍ରଧାନ ଅଞ୍ଚଳ। ବ୍ୟାପକ ଧାନ ଚାଷ,ପରିବା ଚାଷ ଓ ନଳିତା ଚାଷ ପାଇଁ ଏଠିକାର ମାଟି ଉପଯୋଗୀ। ପ୍ରତିବର୍ଷ ବନ୍ୟା ଆସିଲେ ବ୍ୟାପକ ଚାଷରେ କ୍ଷୟକ୍ଷତି ହୋପଇଥାଏ। ଉପର ମୁଣ୍ଡରେ ଚଳିତ ବର୍ଷ ୫୦ଏକରରୁ ଅଧିକ ଜମିରେ ନଳିତା ଚାଷ କରାଯାଇଥିଲା। ଗତବର୍ଷ ନଳିତା ଚାଷର ବ୍ୟାପକ ବୃଦ୍ଧି ପାଇଁ ସରକାରୀ ବିହନ ମିଳିଲେ ଅଞ୍ଚଳର ଚାଷୀ ମାନେ ଲାଭବାନ ହେବାର ସମ୍ଭାବନା ରହିଥିଲା। ଚଳିତ ବର୍ଷ ଡମପଡା କୃଷି ସୂଚନା କାର୍ଯ୍ୟାଳୟ ପକ୍ଷରୁ ୫୦ଏକର ଚାଷ ପାଇଁ ଚାଷୀ ମାନଙ୍କୁ ମାଗଣାରେ ବିହନ ଓ ସାର ଔଷଧ ମିଳିଥିଲା। ଚାଷୀ ମାନେ ଆଗ୍ରହର ସହ ନଳିତା ଚାଷ କରିଥିଲେ। ଏହି ପଞ୍ଚାୟତର ଶରଧାପୁର, ପାଖରାଖାଲ, ଓସ୍ତପୁର, ଧରସ ଓ ହରିରାଜପୁର ପଞ୍ଚାୟତର ଜୋରକୂଳ ଗ୍ରାମର ଶତାଧିକ ଚାଷୀ ନଳିତା ଚାଷ କରିଥିଲେ। ଚଳିତ ବନ୍ୟାରେ ୮ରୁ ୧୦ଫୁଟ ପାଣି ନଳିତା କିଆରିରେ ବୁଡି ରହିବା ଦ୍ୱାରା ଗଛ ପଚିସଢି ଯାଇଛି।

ସୂଚନା ଯୋଗ୍ୟ ଯେ ନଳିତାକୁ ପାଣିରେ କଷାଇ ସଢିଲା ପରେ ଚାଷୀ ପାଗ ଦେଖି ସେଥିରୁ ଝୋଟ ବାହାର କରି କାଉଁରିଆ କାଠିକୁ ଅଲଗା କରିଥାଏ ସତ। ମାତ୍ର ଗଛ ପାକଳ ହେବା ପୂର୍ବରୁ ପାଣିରେ ବୁଡିଗଲେ ସେଥିରୁ ଝୋଟ ବାହାର କରିବା ସମ୍ଭବ ହୋଇନଥିବାରୁ ଚାଷୀ କ୍ଷତି ସହିଥାଏ। ଏଠାରେ ବନ୍ୟା ପ୍ରଭାବରେ ସ୍ଥାନୀୟ ଚାଷୀ ଟଙ୍କଧର ସ୍ୱାଇଁ,ଜଳଧର ସ୍ୱାଇଁ,ପ୍ରତାପ ସ୍ୱାଇଁ, ବୁଲୁ ସ୍ୱାଇଁ, ଭିକାରୀ ସ୍ୱାଇଁ, ପବିତ୍ର ସ୍ୱାଇଁ, ପ୍ରତାପ ପ୍ରଧାନ, ଶ୍ରୀନିବାସ ସ୍ୱାଇଁ, ଧବଳେଶ୍ୱର ପ୍ରଧାନ ପ୍ରମୁଖ ବହୁ ଚାଷୀଙ୍କର ନଳିତା ଫସଲ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ସରକାରୀ ସ୍ତରରେ ବିଭିନ୍ନ ଫସଲର ଆକଳନ କରାଯାଇ ରାଜସ୍ୱ କୃଷି ବିଭାଗ ମିଳିତ ତଦନ୍ତରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉଥିବା ପରି ଚଳିତ ବର୍ଷ ନଳିତା ଚାଷୀରେ କ୍ଷତି ସହିଥିବା ଚାଷୀ ମାନଙ୍କର ସର୍ବେକ୍ଷଣ କରାଯାଇ କୃଷି ଓ ରାଜସ୍ୱ ବିଭାଗ ତଦନ୍ତରେ ନଳିତା ଚାଷୀଙ୍କୁ ସରକାରୀ କ୍ଷତିପୂରଣ ଯୋଗାଇ ଦେଲେ ଚାଷୀ ମାନେ ଆର୍ଥିକ ପରିସ୍ଥିତିରୁ ସୁଧାର ପାଇବେ ବୋଲି ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି। ଚଳିତ ବର୍ଷ ବନ୍ୟା ପ୍ରଭାବିତ ନଳିତା ଚାଷୀଙ୍କ ଭାଗ୍ୟ ପାଣିରେ ଭାସିଯାଇଥିବା ପରିପ୍ରେକ୍ଷୀରେ କ୍ଷତିପୂରଣ ଯୋଗାଇ ଦେବାପାଇଁ ଦାବି କରାଯାଇଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories