www.samajalive.in
Monday, December 8, 2025
24.1 C
Bhubaneswar

ବ୍ୟର୍ଥ ହେଲା ବ୍ୟାଙ୍କ ସମ୍ମୁଖରୁ ଟଙ୍କାଭର୍ତ୍ତି ବ୍ୟାଗ୍‍ ଲୁଟ୍‍ ଉଦ୍ୟମ

ପିପିଲି: ପିପିଲିରେ ଏବେ ଚାଲିଛି ଲୁଟେରାଙ୍କ ରାଜ୍‍ । ସ୍ପଷ୍ଟ ଦିବାଲୋକରେ ଆଉ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଲୁଟେରା ଖେଳାଇଛନ୍ତି ଆତଙ୍କ । ଯିଏ ଯୋଉଠି ପାଇଲା ଲୋକଙ୍କ ଠାରୁ ଲୁଟ୍‍ କରିବାକୁ ପଛାଉନାହାନ୍ତି । ପୁଲିସ ପ୍ରତି ସେମାନଙ୍କର ଭୟ କିମ୍ବା ଖାତିର ନଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ସାଧାରଣଲୋକଙ୍କ ଧନ ଓ ଜୀବନର ସୁରକ୍ଷା ପ୍ରତି ବିରାଟବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଜି ଦିନ ୧୨ଟା ସମୟରେ ପିପିଲି ମେଡିକାଲ ଛକ ସ୍ଥିତ ଇଣ୍ଡସ୍‍ଇଣ୍ଡ ବ୍ୟାଙ୍କ ଶାଖାକୁ ଟଙ୍କା ଡିପୋଜିଟ୍‍ କରିବାକୁ ଆସିଥିବା ଜଣେ ବୟସ୍କ ବ୍ୟବସାୟୀଙ୍କ ଠାରୁ ଟଙ୍କାଭର୍ତ୍ତି ବ୍ୟାଗ୍‍ ଲୁଟ୍‍ ଉଦ୍ୟମ କରି ବିଫଳ ହେବା ପରେ ଲୁଟେରା ଖସି ପଳାଇବାରେ ସକ୍ଷମ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

ପ୍ରାପ୍ତ ସୂଚନା ଅନୁଯାଇ, ଖୋର୍ଦ୍ଧା ଜିଲାର ଜଣେ ୭୨ ବର୍ଷିୟ ବ୍ୟବସାୟୀ ଆଜି ୭ଲକ୍ଷ ୩୧ ହଜାର ଟଙ୍କା ଡିପୋଜିଟ୍‍ କରିବାକୁ ପିପିଲି ମେଡିକାଲ ଛକ ସ୍ଥିତ ଇଣ୍ଡସ୍‍ଇଣ୍ଡ ବ୍ୟାଙ୍କ ଶାଖାକୁ ନିଜର ଜଣେ କର୍ମଚାରୀଙ୍କ ସହ ବାଇକ୍‍ରେ ଆସିଥିଲେ। ବ୍ୟାଙ୍କ ସମ୍ମୁଖରେ ବାଇକ୍‍ ରଖି ବ୍ୟବସାୟୀ ଜଣକ ଟଙ୍କା ଭର୍ତ୍ତି ବ୍ୟାଗ୍‍ ଧରି ବ୍ୟାଙ୍କ ମଧ୍ୟରେ ପଶିବା ପୂର୍ବରୁ ଜଣେ ଲୁଟେରା ବ୍ୟାଙ୍କ ବାରଣ୍ଡାରେ ତାଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‍କୁ ଛଡାଇବାକୁ ଉଦ୍ୟମ କରିଥିଲା। ବ୍ୟବସାୟୀ ଜଣକ ଟଙ୍କା ଭର୍ତ୍ତି ବ୍ୟାଗ୍‍କୁ ଛାଡିନଥିବା ବେଳେ ଲୁଟେରା ଜଣକ ଉକ୍ତ ବ୍ୟାଗ୍‍କୁ ଖୁବ୍‍ ଜୋର୍‍ରେ ଟାଣି ଟାଣି ନେଇଥିଲା ।

- Advertisement -

ଫଳରେ ବ୍ୟବସାୟୀ ଜଣକ ବ୍ୟାଗ୍‍ ସହ ଟାଣି ହୋଇ ବ୍ୟାଙ୍କ ବାରଣ୍ଡା ତଳକୁ ପ୍ରାୟ ୨୫ରୁ ୩୦ଫୁଟ୍‍ ଦୂରତା ପର୍ଯ୍ୟନ୍ତ ଘୋଷାରି ହୋଇଯାଇଥିଲେ। ବ୍ୟବସାୟୀ ଜଣକ ତଳେ ପଡି ଘୋଷାରି ହୋଇ ଯାଉଥିବାରୁ ଦେଖି ନିକଟରେ ଥିବା ଏକ ଦୋକାନର ମାଲିକ ମାନସ ଦିକ୍ଷିତ ଚିତ୍କାର କରି ଲୁଟେରାକୁ ଗୋଡାଇବାରୁ ସେ ବ୍ୟାଗ୍‍କୁ ଛାଡି ଦୌଡିଥିଲା। ତେବେ ନିକଟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଏକ ଆପାଚି ବାଇକ୍‍ରେ ସାଥି ଲୁଟେରା ସହ ଲୁଟେରା ଜଣକ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା। ଖବର ପାଇ ପିପିଲି ଥାନା ଏସ୍‍ଆଇ ସନ୍ଦୀପ କୁମାର ଦାସ, ଏଏସ୍‍ଆଇ ରବିନ୍ଦ୍ର କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କ ଓ ନିକଟବର୍ତ୍ତି ଅଞ୍ଚଳରେ ଥିବା କେତେକ ବ୍ୟବସାୟ ପ୍ରତିଷ୍ଠାନର ସିସିଟିଭି ଫୁଟେଜ୍‍କୁ ଯାଞ୍ଚ କରିବା ସହ ଲୁଟେରାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି। ତେବେ ଉକ୍ତ ବ୍ୟବସାୟୀଙ୍କ ସହ ବ୍ୟାଙ୍କକୁ ଆସିଥିବା ତାଙ୍କ କର୍ମଚାରୀକୁ ପୁଲିସ ଥାନାରେ ପଚରାଉଚୁରା ଚଳାଇଥିବା ସୂଚନା ମିଳିଛି। ଏହି ଘଟଣାରେ ବୃଦ୍ଧ ବ୍ୟବସାୟୀ ଜଣକ ଖଣ୍ଡିଆଖାବରା ହୋଇଥିବା ବେଳେ ନିଜର ସାହସିକତା ଯୋଗୁଁ ଲୁଟ୍‍ ହେବାରୁ ବର୍ତ୍ତି ଯାଇଥିଲେ। ଏନେଇ ସେ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories