www.samajalive.in
Wednesday, December 10, 2025
14.1 C
Bhubaneswar

ପିସି କାରବାର ଘଟଣା, ନିଲମ୍ବନ ହେଲେ ପଞ୍ଚାୟତ ଅଧିକାରୀ

ଖୋର୍ଦ୍ଧା : ଅଫିସରଙ୍କୁ ସ୍ୱଚ୍ଛତା ବାଟ ଦେଖାଇବାକୁ ରାଜ୍ୟ ସରକାର ପଞ୍ଚାୟତିରାଜ ବିଭାଗରେ ୫-ଟି କାର୍ଯ୍ୟକ୍ରମ ଜାରି ରହିଛି। କିନ୍ତୁ ଠିକାଦାରଙ୍କୁ ବ୍ଲକ୍‌ରେ ୧୧ ପ୍ରତିଶତ ପିସି ଏବଂ ପଞ୍ଚାୟତରେ ୫ ପ୍ରତିଶତ ପିସି ଦେବାକୁ ପଡୁଛି । ଉକ୍ତ ପିସି ଅର୍ଥରୁ କିଏ କେତେ ପ୍ରତିଶତ ନେଉଛନ୍ତି ତାହା ମୂଲଚାଲ ମଧ୍ୟ ହେଉଛି। ଏହା ଅନ୍ୟ କୌଣସି ସ୍ଥାନରେ ନୁହେଁ ବରଂ ଖୋଦ୍‌ ପଞ୍ଚାୟତ କାର୍ଯ୍ୟାଳୟରେ ହେଉଛି। ଉକ୍ତ ସମୟରେ ପିସି ଅର୍ଥକୁ ବିଡିଓଙ୍କଠାରୁ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ଅଧିକାରୀ, ସରପଞ୍ଚ ଯାଏ ମିଳିମିଶି ଭାଗବାଣ୍ଟି ନେବା ସହ କିଏ କେତେ ପିସି ନେଉଛି ଏ କଥାକୁ ଖୋଦ୍‌ ଟାଙ୍ଗୀ ବ୍ଲକ୍‌ ଅନ୍ତର୍ଗତ ପଞ୍ଚାୟତ ଅଧିକାରୀ ରାମଚନ୍ଦ୍ର ମହାରଣା ଜନୈକ ଠିକାଦାରଙ୍କ ସମ୍ମୁଖରେ ବଖାଣୁଛନ୍ତି । ଏଭଳି ପିସି କାରବାର ବାର୍ତ୍ତାଳାପର ଭିଡିଓ ଭାଇରାଲ ଘଟଣା ଟାଙ୍ଗୀ ପଞ୍ଚାୟତ ଅଧିକାରୀ ରାମଚନ୍ଦ୍ର ମହାରଣାଙ୍କ ପାଇଁ ମହାଙ୍ଗା ସାବ୍ୟସ୍ତ ହୋଇଛି। ପଞ୍ଚାୟତିରାଜ ବିଭାଗର ଅକୁହା କଥା ହାଟରେ ପଡ଼ି ଦାଣ୍ଡରେ ଗଡ଼ିବା ପରେ ଜିଲ୍ଲାପାଳ ସନତ ମହାନ୍ତି ତାଙ୍କୁ ଦାୟିତ୍ୱରୁ ନିଲମ୍ବନ କରିଛନ୍ତି ।
ସୂଚନା ଅନୁସାରେ, ଟାଙ୍ଗୀ ବ୍ଲକ୍‌ ଟାଙ୍ଗୀ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ଅଧିକାରୀ ରାମଚନ୍ଦ୍ର ମହାରଣା ଏବଂ ଜନୈକ ଠିକାଦାରଙ୍କ କଥାବାର୍ତ୍ତାର ଏକ ଭିଡିଓ ଗତକାଲି ଭାଇରାଲ ହୋଇଥିଲା। ଏଥିରେ ପଞ୍ଚାୟତ ଅଧିକାରୀ ଶ୍ରୀ ମହାରଣା ବ୍ଳକରେ ୧୧ ପ୍ରତିଶତ ଏବଂ ପଞ୍ଚାୟତରେ ୫ ପ୍ରତିଶତ ଦେବା କଥା ଠିକାଦାର ସମ୍ମୁଖରେ ବର୍ଣ୍ଣନା କରିଥିଲେ । ଖାଲି ସେତିକି ନୁହେଁ ବରଂ ଉକ୍ତ ଭିଡ଼ିଓରେ ଅଡ଼ିଟ୍‌ ଅଫିସର ଏକ ପ୍ରତିଶତ, ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ଅଢ଼େଇ ପ୍ରତିଶତ, ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ୪ ପ୍ରତିଶତ, ତାଙ୍କର ସହଯୋଗୀ ଦୁଇ ପ୍ରତିଶତ ଏବଂ ବିଡ଼ିଓ ଦୁଇ ପ୍ରତିଶତ ପିସି ନେଉଥିବା କଡ଼ାଗଣ୍ଡା ହିସାବ ଠିକାଦାର ଆଗରେ ବଖାଣିଥିଲେ । ଟାଙ୍ଗୀ ପଞ୍ଚାୟତରେ ଏକ ପ୍ରକଳ୍ପ ପାଇଁ ୨୦୧୯-୨୦ରେ ଦେଢ଼ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିଲା । ୩୮ ହଜାର ଟଙ୍କା ପିସି, ଭାଟ, ରୟାଲ୍‌ଟି ବାବଦ କାଟିବା ଘଟଣା ଅଭିଯୋଗ ଆସିବା ପରେ ଏଭଳି ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଘଟଣା ସମ୍ପର୍କରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତ ଅବଗତ ହେବା ପରେ ଗତକାଲି ଟାଙ୍ଗୀ ବିଡିଓଙ୍କୁ ତଦନ୍ତ ଆଦେଶ ଦେଇଥିଲେ । ବିଡିଓଙ୍କ ରିପୋର୍ଟ ଆଧାରରେ ଜିଲ୍ଲାପାଳ ଶ୍ରୀ ମହାନ୍ତି ପଞ୍ଚାୟତ ଅଧିକାରୀ ରାମଚନ୍ଦ୍ର ମହାରଣାଙ୍କ କାର୍ଯ୍ୟରୁ ନିଲମ୍ବନ କରିଥିବା ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରାଉତ ସୂଚନା ଦେଇଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories