www.samajalive.in
Thursday, December 11, 2025
15.1 C
Bhubaneswar

ରାଜ୍ୟପାଳଙ୍କୁ ଭେଟିଲେ କଙ୍ଗନା : ଝିଅ ଭଳି ସେ ମୋ କଥା ଶୁଣିଲେ

ମୁମ୍ବଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂହ କୋଶିୟାରୀଙ୍କୁ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ବୈଠକ ଚାଲିଥିଲା। ଏହି ସମୟରେ କଙ୍ଗନା ରାଜ୍ୟପାଳଙ୍କୁ ତାଙ୍କ ନିଜ କଥା କହିଥିଲେ। ସେ ରାଜ୍ୟପାଳ କୋଶିୟାରୀଙ୍କଠାରୁ ନ୍ୟାୟ ଦାବି କରିଛନ୍ତି।

ରାଜ୍ୟପାଳ ଝିଅ ଭଳି ମୋ କଥା ଶୁଣିଲେ

- Advertisement -

ରାଜ୍ୟପାଳଙ୍କ ସହ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କଙ୍ଗନା କହିଛନ୍ତି ଯେ ମୁଁ ଜଣେ ସାଧାରଣ ନାଗରିକ ଭାବରେ ରାଜ୍ୟପାଳଙ୍କୁ ଭେଟିଛି ।  ମୋ ପ୍ରତି ହୋଇଥିବା ଅନ୍ୟାୟ ବିଷୟରେ ମୁଁ ତାଙ୍କ ସହ କଥା ହୋଇଛି। ଜଣେ ଝିଅ ଭଳି ସେ ମୋ କଥା ଶୁଣିଲେ। ମୋ ପ୍ରତି ହୋଇଥିବା ଦୁର୍ବ୍ୟବହାର ବିଷୟରେ ମୁଁ ତାଙ୍କୁ ଅବଗତ କରାଇଛି।

ଆଶା କରେ ମୁଁ ନ୍ୟାୟ ପାଇବି- କଙ୍ଗନା

କଙ୍ଗନା ଆହୁରି କହିଛନ୍ତି ଯେ ମୁଁ ରାଜ୍ୟପାଳଙ୍କୁ ନ୍ୟାୟ ମାଗିଛି । ମୋ ସହିତ କ’ଣ ଘଟିଛି ତାହା ତାଙ୍କୁ ଜଣାଇଛି। ରାଜନୀତି ସହ ମୋର କୌଣସି ସମ୍ପର୍କ ନାହିଁ। ଆଶା କରେ ମୁଁ ନ୍ୟାୟ ପାଇବି। ସୂଚନାଯୋଗ୍ୟ ମହାରାଷ୍ଟ୍ର ସରକାର ଓ କଙ୍ଗନା ରାଣାୱତଙ୍କ ମଧ୍ୟରେ ଲଢେଇ ଚାଲିଛି। ନିକଟରେ ବିଏମସି ମୁମ୍ବଇରେ କଙ୍ଗନାଙ୍କ କାର୍ଯ୍ୟାଳୟକୁ ଭାଙ୍ଗି ଦେଇଥିଲା, ଯାହାକୁ ନେଇ କଙ୍ଗନା ଆଜି ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂହ କୋଶିୟାରୀଙ୍କୁ ସାକ୍ଷାତ କରିବା ପାଇଁ ପହଞ୍ଚିଥିଲେ। ରାଜ୍ୟପାଳଙ୍କୁ ସାକ୍ଷାତ କରିବା ପାଇଁ  କଙ୍ଗନାଙ୍କ ସହିତ ତାଙ୍କ ଭଉଣୀ ରଙ୍ଗୋଲି ମଧ୍ୟ ଯାଇଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories