www.samajalive.in
Monday, December 8, 2025
13.1 C
Bhubaneswar

୫୦ଫୁଟ ଉଚ୍ଚ ପାଣିଟାଙ୍କିରୁ ଉଦ୍ଧାର ହେଲେ ମାନସିକ ବିକୃତ ବ୍ୟକ୍ତି

ଫୁଲବାଣୀ: ସମସ୍ତେ ଦେଖୁ ଦେଖୁ ହଠାତ୍‍ ଏକ ମାନସିକ ବିକୃତ ବ୍ୟକ୍ତି ଚଢିଗଲେ ଏକ ୫୦ ଫୁଟ ଉଚ୍ଚର ଏକ ପାଣି ଟାଙ୍କିରେ। ୫୦ ଫୁଟ ଉପରୁ ଡ଼େଇଁବା ପାଇଁ ମଧ୍ୟ ଉଦ୍ୟମ କରିଥିଲେ। କିନ୍ତୁ ଠିକ୍‍ ସମୟରେ କୋଟଗଡ଼ ଦମକାଳ ବାହିନି ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ମାନସିକ ବିକାରଗ୍ରସ୍ତ ବ୍ୟକ୍ତକୁ ଉଦ୍ଧାର କରିଛନ୍ତି। ଯାହାଙ୍କ ବୟସ ପ୍ରାୟ ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଇଛି। ତେବେ ତାହାର ନାମ କିମ୍ବା ଅନ୍ୟ କୌଣସି ଠିକଣାଜଣାପଡ଼ିନାହିଁ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଘଟଣା ଘଟିଛି କନ୍ଧମାଳ ଜିଲା କୋଟଗଡ଼ ବ୍ଳକର ଜୁବାଗୁଡ଼ା ପଞ୍ଚାୟତରେ।

ଖବର ପ୍ରକାରେ , ଆଜି ମଧ୍ୟାହ୍ନ ପ୍ରାୟ ୧୧ଟା ସମୟରେ ଗ୍ରାମ ସାମାନ୍ୟ ଚଳ ଚଞ୍ଚଳ ଥିବା ବେଳେ ଅଠାତ୍‍ ଏକ ମାନସିକ ବିକାରଗସ୍ତ ଯୁବକ ଉକ୍ତ ପାଣିଟାଙ୍କି ନିକଟକୁ ଯାଇଥିଲା। ତେବେ ଦେଖୁ ଦେଖୁ ଯୁବକ ଜଣକ ଉକ୍ତ ୫୦ଫୁଟ ଉପରକୁ ଚଢିଯାଇ ଡ଼େଇଁ ପଡ଼ିବା ପାଇଁ ଉଦ୍ୟମ କରିଥିଲା। ଏଥିରେ ଗ୍ରାମବାସୀ ହସ୍ତକ୍ଷେପ କରିବା ପରେ ଯୁବକ ଜଣକ ୫୦ଫୁଟ ଉଚରେ ଥିବା ପାଣିଟାଙ୍କିକୁ ଡ଼େଇଁ ପଡ଼ିଥିଲା। ସଙ୍ଗେ ସଙ୍ଗେ ଗ୍ରାମବାସୀ ମାନେ କୋଟଗଡ଼ ଦମକଳ ବାହିନିକୁ ଡ଼ାକିବା ପରେ ଦମକଳ ବାହିନି ଦଳ ସେଠାର ପହଁଚି ପ୍ରାୟ ୧ ଘଂଟା ଉଦ୍ୟମ ପରେ ବିକୃତ ମାନସିକ ବ୍ୟକ୍ତକୁ ସୁରକ୍ଷିତ ଭାବେ ଉଦ୍ଦାର କରିଥିବାର ଜଣାଯାଇଛି। ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories