www.samajalive.in
Thursday, December 11, 2025
13.1 C
Bhubaneswar

ଆଜି ଘରେ ଘରେ ସ୍ୱସ୍ୱାଦୁ ଘାଣ୍ଟ ତରକାରୀ

ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ବା ମୂଳାଷ୍ଟମୀ ଦିନ ଦ୍ୱିତୀୟା  ଓଷା ପାଳନ କରାଯିବାର ପରଦିନ ପ୍ରସ୍ତୁତ କରାଯାଏ ଘାଣ୍ଟ ତରକାରୀ। ଘାଣ୍ଟ ତରକାରୀର ଏକ ସ୍ୱତନ୍ତ୍ର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଇଷ୍ଟଦେବୀ ଏବଂ ମା’ଲକ୍ଷ୍ମୀଙ୍କୁ ଅର୍ପଣ କରାଯାଏ। ଏହାସହ ଏହି ତରକାରୀକୁ ସାହିପଡ଼ିଶା ଓ ବନ୍ଧୁବାନ୍ଧବ ଘରେ ମଧ୍ୟ ବଣ୍ଟାଯାଏ। ଏହି ଘାଣ୍ଟ ତରକାରୀ ଦ୍ୱିତୀୟା ଓଷାର ଘାଣ୍ଟ ତରକାରୀ ଭାବେ ବେଶ ପ୍ରସିଦ୍ଧ। ପରମ୍ପରା ଅନୁଯାୟୀ ଏହି ଘାଣ୍ଟରେ କଞ୍ଚା କଦଳୀ, ଜହ୍ନି, କଖାରୁ, ସାରୁ, ଓଉ, କନ୍ଦମୂଳ, ନଡ଼ିଆ, ମୁଗ, ଚଣା, କାଙ୍କଡ଼, ବାଇଗଣ, ବିନ, ଗାଜର, ମାଟି ଆଳୁ, ଅମୃତଭଣ୍ଡା, ପରିବା ବ୍ୟବହାର କରାଯାଏ। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏହି ଘାଣ୍ଟ ତରକାରୀ ସ୍ୱତନ୍ତ୍ର ମହକ ଥାଏ। ଘାଣ୍ଟ ପ୍ରସ୍ତୁତ ପରେ ଭଗବାନଙ୍କୁ ଅର୍ପଣ ପରେ ଅନ୍ୟମାନଙ୍କୁ ବଣ୍ଟା ଯିବା ପରେ ଘରର ସଦସ୍ୟ ଏକାଠି ବସି ଘାଣ୍ଟ ତରକାରୀର ମଜା ନେଇଥାଆନ୍ତି। ଏହି ପର୍ବ ପରମ୍ପରା ସହ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବାକୁ ମଧ୍ୟ ବାର୍ତ୍ତା ଦେଇଥାଏ। ସ୍ୱାସ୍ଥ୍ୟ ପାଇଁ ସମସ୍ତ ଋତୁର ସବୁ ପରିବା ଖାଇବା ନିତ୍ୟାନ୍ତ ଆବଶ୍ୟକ। ଭିନ୍ନ ଭିନ ପ୍ରକାର ପନିପରିବାକୁ ଦୈନିକ ଖାଇବା ପାଇଁ ମଧ୍ୟ ପରାମର୍ଶ ମିଳିଥାଏ। ଘାଣ୍ଟ ତରକାରୀ ଦିନଟି ପନିପରିବାର ମହତ୍ତ୍ୱକୁ ସତେଜ କରିଦେଇଥାଏ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories