www.samajalive.in
Monday, December 8, 2025
24.1 C
Bhubaneswar

ଶିକ୍ଷିତ ସମାଜ ପାଇଁ ଗ୍ରାମର ଯୁବକଯୁବତୀଙ୍କ ଅଭିନବ ଉପାୟ ; ଦ୍ୱାର ସମ୍ମୁଖରେ ଶିକ୍ଷାଦାନ କାର୍ଯ୍ୟକ୍ରମ

ଫୁଲବାଣୀ : ଗତ ୫ ମାସ ଧରି କେରୋନା ନିମନ୍ତେ ସମଗ୍ର ଦେଶ ଲକଡାଉନ୍ ହୋଇଯାଇଥିବା ବେଳେ ଶିକ୍ଷା ଭଳି ଏକ ମୌଳିକ ଅଧିକାରରୁ ପ୍ରାୟ ଶିଶୁ ବଞ୍ଚିତ ଅଛନ୍ତି। ସରକାର ଅନଲାଇନରେ ପାଠ ପଢିବା ନିମନ୍ତେ ବ୍ୟବସ୍ଥା କରିଥିବା ବେଳେ କନ୍ଧମାଳ ଜିଲ୍ଲାରେ ବିଭିନ୍ନ କାରଣ ନିମନ୍ତେ ଏହାର କାର୍ଯ୍ୟକାରିତା ସେତେଟା ଅନୁକୂଳ ପ୍ରଭାବ ପକାଇପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ଜିଲାରେ ମହିଳା ସୁରକ୍ଷା ମଂଚ ଓ ଜୀବିକା ସୁରକ୍ଷା ମଂଚ ପକ୍ଷରୁ ବିକଳ୍ପ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଆନ୍ତର୍ଜାତୀୟ ଅନୁଷ୍ଠାନ ସେଭ୍ ଦି ଚିଲ୍‌ଡ୍ରେନ୍ ସହାୟତାରେ ଟିକାବାଲି ଓ ରାଇକିଆ ବ୍ଲକ୍ ଅଂଚଳରେ ଆରମ୍ଭ ହୋଇଛି ଘରକୁ ଘର ଯାଇ ଶିକ୍ଷାଦାନ କାର୍ଯ୍ୟକ୍ରମ। ପିଲାମାନଙ୍କୁ ଏକତ୍ରିତ କରି କୋଭିଡ୍ ନିୟମକୁ ପାଳନ କରିବା ସହିତ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରାଯାଉଅଛି। ବିଶେଷ କରି ଅଙ୍ଗନୱାଡି ଓ ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ଶିଶୁ ମାନଙ୍କୁ ନିଜ ନିଜ ଗ୍ରାମରେ ଏକତ୍ରିତ କରି ପ୍ରକଳ୍ପରେ କାର୍ଯ୍ୟରତ କର୍ମୀମାନଙ୍କ ସହାୟତାରେ ଶିକ୍ଷା ପ୍ରଦାନ କରାଯିବା ସହିତ ଅବିଭାବକ ମାନଙ୍କ ସହାୟତାରେ ବିଭିନ୍ନ ପ୍ରକାରର ଶିକ୍ଷଣୀୟ ସାମଗ୍ରୀ ପିଲାମାନଙ୍କ ନିମନ୍ତେ ପ୍ରସ୍ତୁତି କରାଯାଉଛି।

ଏଥିସହିତ ଗ୍ରାମରେ ଶିକ୍ଷିତ ଯୁବକଯୁବତୀମାନେ ମଧ୍ୟ ଏହିକାର୍ଯ୍ୟରେ ସାହାର୍ଯ୍ୟ କରିବା ସହିତ ସକାଳ ଓ ସନ୍ଧ୍ୟା ସମୟରେ ପିଲାମାନଙ୍କୁ ଶିକ୍ଷା ଦାନ କରୁଛନ୍ତି, ଯାହା ଫଳରେ ପିଲାମାନେ ସେମାନଙ୍କର ସମୟର ସଦୁପଯୋଗ କରିବା ସହିତ ଶିକ୍ଷଣୀୟ କାର୍ଯ୍ୟରେ ଲିପ୍ତ ରହୁଥିବାର ଦେଖାଯାଇଛି। ବିଶେଷ କରି ଗ୍ରାମର ଶିକ୍ଷିତ  ଯୁବକ ଯୁବତୀ ମାନେ ଏହି ଭଳି ସମୟରେ ନିଜ ଗ୍ରାମ ଓ ନିଜ ଅଂଚଳ ପାଇଁ କିଛି କରିବା ପାଇଁ ହେଲେ ସେମାନଙ୍କ ନିକଟରେ ଥିବା ଜ୍ଞାନକୁ ଶିଶୁ ମାନଙ୍କ ଶିକ୍ଷାର ବିକାଶ ନିମନ୍ତେ ବିନିଯୋଗ କରିବାର ଆବଶ୍ୟକତା ରହିଥିବା ଯୋଗୁଁ ଏହା ଏକ ମାଧ୍ୟମ ବୋଲି ବହୁ ଅଭିଭାବକ ପ୍ରକାଶ କରିଛନ୍ତି। ଏହିଭଳି ଭାବରେ ପ୍ରତ୍ୟେକ ଗ୍ରାମରେ ଯଦି ଯୁବ ଶିକ୍ଷିତ ସମାଜ ଶିଶୁ ମାନଙ୍କ ଶିକ୍ଷା ନିମନ୍ତେ ଆଗେଇ ଆସନ୍ତି ତେବେ ଏହି ସମୟରେ କୌଣସି ମଧ୍ୟ ଶିଶୁ ଶିକ୍ଷାରୁ ବଂଚିତ ରହିବେ ନାହିଁ ବୋଲି ମତ ପ୍ରକାଶ ପାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories