www.samajalive.in
Monday, December 8, 2025
14.1 C
Bhubaneswar

ଆଜି ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ ହେବ ୫ ରାଫେଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ :  ଆଜି ୫ଟିଯାକ ରାଫେଲ ଯୁଦ୍ଧ ବିମାନକୁ ଆନୁଷ୍ଠାନିକ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯିବ। ରାଫେଲ ଯୁଦ୍ଧ ବିମାନ ସାମିଲ ଅବସରରେ ହରିଆଣାର ଆମ୍ବାଲା ଏୟାରବେସ୍‌ରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସକାଳ ୧୦ ଟାରେ ଆୟାଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ  ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଫ୍ରାନ୍ସ ପ୍ରତିରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ଯୋଗ ଦେବେ । ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଅମ୍ବାଲା ବିମାନଘାଟୀଠାରେ ୫ଟିଯାକ ରାଫେଲ ଯୁଦ୍ଧ ବିମାନକୁ  ଭାରତୀୟ ବାୟୁ ସେନାକୁ ହସ୍ତାନ୍ତର କରିବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଏବଂ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀଙ୍କ ଯୋଗଦାନ ଯୋଗୁଁ ଅମ୍ବାଲା ବାୟୁସେନା ଷ୍ଟେସନ ତଥା ଏହାର ଆଖପାଖ ଅଞ୍ଚଳର ସୁରକ୍ଷା ବୃଦ୍ଧି କରାଯାଇଛି। ଗୁପ୍ତଚର ଏଜେନ୍ସିଗୁଡ଼ିକ ପ୍ରତି ସେକେଣ୍ଡରେ ଖବର ସଂଗ୍ରହ କରୁଛନ୍ତି ।

ସୂଚନାଯୋଗ୍ୟ ଗତ ମାସ ୨୯ ତାରିଖରେ ୫ଟି ଯାକ ରାଫେଲ ଯୁଦ୍ଧବିମାନ ଭାରତରେ ଆସି ପହଞ୍ଚିଥିଲା। ସେଗୁଡ଼ିକୁ ଆନୁଷ୍ଠାନିକ ଭାବେ ବିମାନବାହିନୀରେ ସାମିଲ କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଭାରତ ପ୍ରଥମ ଦଫାରେ ଫ୍ରାନ୍ସରୁ ୫ଟି ରାଫେଲ ଯୁଦ୍ଧବିମାନ ପାଇଛି। ସେଗୁଡ଼ିକ ମଧ୍ୟରେ ୩ଟି ସିଙ୍ଗିଲ ସିଟେଡ୍‍ ବିମାନ ଥିବାବେଳେ ୨ଟି ଡବଲ ସିଟେଡ୍‍ ବିମାନ ରହିଛି।

- Advertisement -

ରାଫେଲ୍ ବିମାନର ୧୦ ବିଶେଷତ୍ବ

୧ – ଏହା ୩୬ ହଜାର ଫୁଟରୁ ୫୦ ହଜାର ଫୁଟ ପର୍ୟ୍ୟନ୍ତ ଉଚ୍ଚତାରେ ଉଡ଼ିବାରେ ସକ୍ଷମ । କେବଳ ଏତିକି ନୁହେଁ, ଏହା ୧ ମିନିଟରେ ୫୦ ହଜାର ଫୁଟରେ ପହଞ୍ଚିବ ।

୨- ଏଥିରେ ଥରେ ଇନ୍ଧନ ଭର୍ତ୍ତି ହେଲେ ୩, ୭୦୦ କିମି ପର୍ୟ୍ୟନ୍ତ ଉଡିପାରିବ ।

୩- ଏହାର ଘଣ୍ଟା ପ୍ରତି ଗତି ୧୯୨୦ କିଲୋମିଟର ।

୪ – ଏହା ୧,୩୧୨ ଫୁଟର ଅତି କ୍ଷୁଦ୍ର ରନୱେରୁ ଉଡ଼ିବାରେ ସକ୍ଷମ ।

୫- ଏହାର ୧୫, ୫୯୦ ଗ୍ୟାଲନ୍ ଇନ୍ଧନ ବହନ କରିବାର କ୍ଷମତା ଅଛି ।
୬- ରାଫେଲ ଆକାଶ ମାର୍ଗରେ ମଧ୍ୟ ମାରାତ୍ମକ କ୍ଷେପଣାସ୍ତ୍ର ପରିବହନ ଓ ନିକ୍ଷେପ କରିବାରେ ସକ୍ଷମ ।

୭- ରାଫେଲ୍ ଏକ ସମୟରେ ୨, ୦୦୦ ସାମୁଦ୍ରିକ ମାଇଲ୍ ପର୍ୟ୍ୟନ୍ତ ଉଡିପାରେ ।

୮- ରାଫେଲ୍ ଆମେରିକୀୟ ୠ-୧୬ ଠାରୁ ୦.୮୨ ଫୁଟ ଉଚ୍ଚ ଅଟେ ।

୯-ରାଫେଲ୍ ଆମେରିକୀୟ ୠ-୧୬ ଠାରୁ ୦.୭୯ ଫୁଟ ଲମ୍ବା ଅଟେ ।

୧୦- ଏହାର ଡେଣାର ଲମ୍ବ ୧୦.୯୦ ମିଟର, ଜେଟର ଉଚ୍ଚତା ୫.୩୦ ମିଟର ଏବଂ ଲମ୍ବ ୧୫ .୩୦ ମିଟର ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories