www.samajalive.in
Saturday, December 13, 2025
26.1 C
Bhubaneswar

ରାସ୍ତାର ସୂଚନା ଦେବ ଇଣ୍ଟେଣ୍ଟ୍‍ସ-ଗୋ

ଭାରତୀୟ ଟେକ୍ନୋଲୋଜି କମ୍ପାନୀ ଇଣ୍ଟେଣ୍ଟ୍‍ସ ମୋବି ପ୍ରାଇଭେଟ ଲିମିଟେଡ ଏପରି ନାଭିଗେସନ୍‍ ଆପ୍‍ ପ୍ରସ୍ତୁତ କରିଛି ଯାହା ବ୍ୟବହାରକାରୀଙ୍କୁ ରାସ୍ତା ଦେଖାଇବା ସହ କେଉଁଠି ଖାଲଖମା, ପାଣିଭର୍ତ୍ତି ହୋଇଥିବା ଜାଗା, ଟ୍ରାଫିକ, ବ୍ରେକର, ସ୍ପିଡ୍‍ କ୍ୟାମେରା ଆଦି ଥିଲେ ସୂଚାଇ ଦେବ। ଏହି ଆପ୍‍କୁ ଗୁଗ୍‍ଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରାଯାଇପାରିବ। ପ୍ରତିଦିନ ଏହା ୯ହଜାର ନୂଆ ଖାଲଖମା ଏବଂ ସ୍ପିଡ ବ୍ରେକର ଚିହ୍ନଟ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏଥିପାଇଁ କମ୍ପାନୀ ୨ଲକ୍ଷ ସ୍କାଉଟ୍‍ଙ୍କ ସହାୟତା ନେଉଛି। ଏମାନଙ୍କ ମଧ୍ୟରେ ପ୍ରାୟ ସମୟ ରାସ୍ତାରେ ରହୁଥିବା କ୍ୟାବ୍‍ ଡ୍ରାଇଭର, ଟ୍ରକ୍‍ ଡ୍ରାଇଭର, ଡେଲିଭରୀ ଏଜେଣ୍ଟ ଆଦି ଅନ୍ତର୍ଭୁକ୍ତ। ୯୧ଏମ୍‍ବିର ଏହି ଆପ୍‍କୁ ବ୍ୟବହାର କରିବା ଲାଗି ଆଣ୍ଡ୍ରଏଡ ୫.୦ କିମ୍ବା ତା’ ଉପରକୁ ଥିବା ଅପରେଟିଂ ସିଷ୍ଟମ ଆବଶ୍ୟକ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories