www.samajalive.in
Monday, December 8, 2025
13.1 C
Bhubaneswar

ବିବିଏଲ୍‍ ଖେଳିବାକୁ ଯୁବରାଜ ଆଶାୟୀ

ମେଲ୍‍ବୋର୍ଣ୍ଣ : ଗତବର୍ଷ ଆନ୍ତର୍ଜାତିକ କ୍ରିକେଟ୍‍ରୁ ଅବସର ନେଇଥିଲେ ଭାରତର ତାରକା ବ୍ୟାଟ୍‍ସମ୍ୟାନ ଯୁବରାଜ ସିଂହ। ଏହାସହ ସେ ପଞ୍ଜାବ ପାଇଁ ଘରୋଇ କ୍ରିକେଟ୍‍ ମଧ୍ୟ ଖେଳୁନାହାନ୍ତି। ତେବେ ଆଇପିଏଲ୍‍ ଢାଞ୍ଚାରେ ଅଷ୍ଟ୍ରେଲିଆରେ ଖେଳା ଯାଉଥିବା ପେସାଦାର ଟୁର୍ଣ୍ଣାମେଣ୍ଟ ବିଗ୍‍ ବାସ୍‍ ଲିଗରେ ଖେଳିବାକୁ ଇଚ୍ଛାପ୍ରକଟ କରିଛନ୍ତି ଯୁବରାଜ। କ୍ରିକେଟ୍‍ ଅଷ୍ଟ୍ରେଲିଆକୁ ଯୁବରାଜ ଏହା ଜଣାଇଦେବା ପରେ ଯୁବିଙ୍କ ପାଇଁ ଏକ କ୍ଲବ୍‍ ବା ଫ୍ରାଞ୍ଚାଇଜି ଯୋଗାଡ଼ କରିବାରେ ଲାଗିଛି କ୍ରିକେଟ୍‍ ଅଷ୍ଟ୍ରେଲିଆ।

ଅଦ୍ୟାବଧି କୌଣସି ଭାରତୀୟ ଖେଳାଳି ବିଗ୍‍ ବାସ୍‍ ଲିଗ୍‍ (ବିବିଏଲ୍‍) ଖେଳିନାହାନ୍ତି। ଆନ୍ତର୍ଜାତିକ ଓ ଘରୋଇ କ୍ରିକେଟ୍‍ ଖେଳୁଥିବା କୌଣସି ଭାରତୀୟ କ୍ରିକେଟରଙ୍କୁ ବିବିଏଲ୍‍ କିମ୍ବା ଅନ୍ୟ କୌଣସି ବିଦେଶୀ ଟ୍ୱେଣ୍ଟି୨୦ ଖେଳିବାର ଅନୁମତି ବିସିସିଆଇ ଦେଇନାହିଁ। ତେବେ ୩୮ ବର୍ଷ ବୟସ୍କ ଯୁବରାଜ ସିଂହ ଗତବର୍ଷ ଆନ୍ତର୍ଜାତିକ ଓ ଘରୋଇ କ୍ରିକେଟ୍‍ରୁ ଅବସର ନେଇ ସାରିଥିବାରୁ ତାଙ୍କ ପାଇଁ ବିବିଏଲ୍‍ ଖେଳିବାରେ କୌଣସି ପ୍ରତିବନ୍ଧକ ନାହିଁ। ଯୁବରାଜ ସିଂହଙ୍କ ମ୍ୟାନେଜର ଅଷ୍ଟ୍ରେଲିଅା ଗଣମାଧ୍ୟମକୁ କହିଛନ୍ତି ଯେ ଯୁବରାଜ ସିଂହ ବିବିଏଲ୍‍ ଖେଳିବାକୁ ଆଶାପ୍ରକଟ କରିଛନ୍ତି।

- Advertisement -

ଏହା ସେ କ୍ରିକେଟ୍‍ ଅଷ୍ଟ୍ରେଲିଆକୁ ଜଣାଇ ଦେଇ ସାରିଥିବାରୁ ଯୁବରାଜଙ୍କ ପାଇଁ ଏକ ଫ୍ରାଞ୍ଚାଇଜି ଖୋଜିବାରେ କ୍ରିକେଟ୍‍ ଅଷ୍ଟ୍ରେଲିଆ ସହଯୋଗ କରୁଛି। ବାମହାତି ଅଲ୍‍ରାଉଣ୍ଡର ଯୁବରାଜ ସିଂହ ୨୦୧୧ ବିଶ୍ୱକପ୍‍ରେ ପ୍ଲେୟର ଅଫ୍‍ ଦି ଟୁର୍ଣ୍ଣାମେଣ୍ଟ ଘୋଷିତ ହୋଇଥିଲେ। ଭାରତ ଏହି ବିଶ୍ୱକପ୍‍ ଜିତିଥିବା ବେଳେ ୨୦୧୭ରେ ଶେଷଥର ଭାରତ ପାଇଁ ଖେଳିଥିଲେ। ଯୁବରାଜ ଭାରତ ପାଇଁ ୩୦୪ଟି ଦିନିକିଆ ମ୍ୟାଚ୍‍ ଖେଳି ୮୭୦୧ ରନ୍‍ ସ୍କୋର୍‍ କରିଥିବା ବେଳେ ୧୧୧ଟି ୱିକେଟ ନେଇଛନ୍ତି। ଏହାସହ ଯୁବରାଜ ୪୦ଟି ଟେଷ୍ଟମ୍ୟାଚ୍‍ ଓ ୫୮ଟି ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳିଛନ୍ତି। ଅଷ୍ଟ୍ରେଲିଆନ୍‍ କ୍ରିକେଟର୍ସ ଆସୋସିଏସନ୍‍ର ସଭାପତି ସେନ୍‍ ୱାଟ୍‍ସନ ଚେନ୍ନଇ ସୁପର କିଙ୍ଗ୍‍ସ ପାଇଁ ଆଇପିଏଲ୍‍ ଖେଳନ୍ତି। ଯୁବରାଜ ବିବିଏଲ୍‍ ଖେଳିବାକୁ ଆଗ୍ରହ ପ୍ରକାଶ କରିଥିବାରୁ ୱାଟ୍‍ସନ ଏହାକୁ ସ୍ୱାଗତ କରିଛନ୍ତି। ଏହାସହ ୱାଟ୍‍ସନ କହିଛନ୍ତି ଯେ ଭାରତୀୟ କ୍ରିକେଟର ଖେଳିଲେ ବିଗ୍‍ ବାସ୍‍ ଲିଗ୍‍ର ଗୁରୁତ୍ୱ ବହୁତ ବଢ଼ିଯିବ।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories