www.samajalive.in
Monday, December 8, 2025
13.1 C
Bhubaneswar

ଦୁଇ ବାଇକ୍‍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର

ଢେଙ୍କାନାଳ : ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ  ଧକ୍କା ହେବାରୁ ଜଣେ ବାଇକ୍‍ ଆରୋହୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଗୁରୁଜୀଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁଜୀ ଗୁରୁତର ଆହତ ହୋଇ କଟକ ସ୍ଥାନାନ୍ତର ହୋଇଛନ୍ତି।

ସୂଚନାଯୋଗ୍ୟ,ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଢେଙ୍କାନାଳ-କାଇମାଟି ରାସ୍ତାର ସୁନ୍ଦରୀଖାଲଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମଙ୍ଗଳବାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଟ୍ରିକ୍ ସାର୍ଟିଫିକେଟ୍ ପ୍ରଦାନ କରାଯାଉଥିଲା। ଦିନ ୧ଟା ୪୫ ମିନିଟ୍ ସମୟରେ ବିଦ୍ୟାଳୟର କାର୍ଯ୍ୟସାରି ଗୁରୁଜୀ ନୂଆଗାଁର ଅଜିତ୍ କୁମାର ସ୍ୱାଇଁ (୫୪) ଓ ଭାପୁର ବୃନ୍ଦାବନପୁର ଗ୍ରାମର ପ୍ରଦୀପ କୁମାର ଦାଶ (୪୪) ଏକ ବାଇକ୍ ଯୋଗେ ସ୍କୁଲ୍ ଫାଟକରୁ ବାହାରିଥିଲେ। ଏହି ସମୟରେ ଢେଙ୍କାନାଳରୁ ଏକ ବାଇକ୍ ଯୋଗେ କ୍ଷୀପ୍ରଗତିରେ ଯାଉଥିବା ଦୁଇଜଣ ଯୁବକ ଗୁରୁଜୀଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଗୁରୁଜୀଦ୍ୱୟ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ବିଦ୍ୟାଳୟ ତରଫରୁ ଉଦ୍ଧାର କରାଯାଇ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ଗୁରୁଜୀ ଅଜିତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପ୍ରଦୀପଙ୍କୁ ଢେଙ୍କାନାଳରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଯୋଗୁଁ କଟକ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇ ଯୁବକଦ୍ୱୟ ବାଇକ୍ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏଭଳି ଅକସ୍ମାତ୍ ଘଟଣା ପ୍ରଚାରିତ ହେବାପରେ ବିଦ୍ୟାଳୟର ପରିଚାଳନା କମିଟି, ଗୁରୁଜୀ, ଗୁରୁମା, ଅଭିଭାବକ ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଭୀର ଶୋକପ୍ରକାଶ ପାଇଛି। ସଦର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍ ଦ୍ୱୟକୁ ଜବତ କରିବା ସହ ଏକ ମାମଲା ରୁଜୁ କରିଛି। ଦୁର୍ଘଟଣା ଘଟାଇଥିବା ଯୁବକଦ୍ୱୟଙ୍କ ସମ୍ପର୍କରେ ପୁଲିସ୍ ଅନୁସନ୍ଧାନ ଜାରି ରଖିଛି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories