www.samajalive.in
Thursday, December 11, 2025
15.1 C
Bhubaneswar

ପୂର୍ବତନ ସାଂସଦ ନରେନ୍ଦ୍ର କୁମାର ସ୍ୱାଇଁଙ୍କ ବିୟୋଗରେ ବାଚସ୍ପତିଙ୍କ ଶୋକ

ଭୁବନେଶ୍ୱର: ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର କୁମାର ସ୍ୱାଇଁଙ୍କ ବିୟୋଗରେ ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି।

ଏକ ଶୋକ ବାର୍ତ୍ତାରେ ଡ.ପାତ୍ର କହିଛନ୍ତି ଯେ ରାଜ୍ୟସଭା ସାଂସଦ ଓ ବିଜୁ ଜନତା ଦଳର ଜଣେ ଆଗଧାଡ଼ିର ନେତା ଭାବେ ସ୍ୱର୍ଗତ ସ୍ୱାଇଁଙ୍କର କାର୍ଯ୍ୟଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା। ଯୁବାବସ୍ଥାରୁ ସେ ବିଭିନ୍ନ ସଂଗଠନ ସହିତ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ। ଜଣେ ନିଷ୍ଠାପର ରାଜନେତା ଓ ଦରଦୀ ମଣିଷ ଭାବେ ସେ ଜନମାନସରେ ସର୍ବଦା ଜୀବିତ ରହିବେ। ତାଙ୍କର ନୀତି ଓ ଆଦର୍ଶ ଆଗାମୀ ପିଢ଼ି ନିମନ୍ତେ ପ୍ରେରଣାର ଉତ୍ସ ହୋଇ ରହିବ। ତାଙ୍କର ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି। ବାଚସ୍ପତି ଡ.ପାତ୍ର ଦିବଂଗତ ନେତାଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଅମର ଆତ୍ମାର ସଦ୍‍ଗତି କାମନା କହିଛନ୍ତି। ତତ୍‍ ସଙ୍ଗେ ସଙ୍ଗେ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଆନ୍ତରିକ ସମବେଦନା ଜଣାଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories