www.samajalive.in
Monday, December 8, 2025
13.1 C
Bhubaneswar

ଓପିଜିସି ୟୁନିଟ ୩ରେ ତତଲା ପାଉଁଶ ପଡ଼ି ୩ କର୍ମଚାରୀ ଗୁରୁତର ଘଟଣା; ସହାୟତା ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା..

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବନହରପାଳିରେ ଥିବା ଓପିଜିସିର ଇବ୍ ଥର୍ମାଲ ତାପଜ ବିଦ୍ୟୁତ୍ ପ୍ରକଳ୍ପରେ ତତଲା ପାଉଁଶ ପଡ଼ି ୩ କର୍ମଚାରୀ ଗୁରୁତର ହେବା ଘଟଣାରେ ଶ୍ରମିକମାନେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମେତ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ସହ ପରିବାରକୁ ଆର୍ଥିକ ସହାୟତା ଦାବିରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ୟୁନିଟରେ ସମସ୍ତ ଶ୍ରମିକଙ୍କ ନିରାପତ୍ତାକୁ ଗୁରୁତ୍ୱ ପ୍ରଦାନ ଦାବି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ଶନିବାର ରାତି ୯ଟାରେ ଓପିଜିସି ୟୁନିଟ ୩ର ଅସ ହାଣ୍ଡେଲିଂ ପ୍ଲାଣ୍ଟରେ ଶ୍ରମିକ ମାନେ କାମ କରୁଥିବା ବେଳେ ହଠାତ ହପର ଗଳି ପଡି ଯଆଇଥିଲା ଓ ଶ୍ରମିକଙ୍କ ଉପରେ ଗରମ ପାଉଁଶ ପଡିଥିଲା। ଫଳରେ ୩ କର୍ମଚାରୀ ଆକାଶ ଖମାରୀ, ହୃଷୀକେଶ କର୍ତ୍ତା ଓ ପି.ଭଗବାନ ପାତ୍ର ଗୁରୁବାର ଆହତ ହୋଇଥିଲ। ସମସ୍ତେ ଏଆରଏସ ଠିକା ସଂସ୍ଥାର ଶ୍ରମିକ। ସମସ୍ତଙ୍କୁ ପ୍ରଥମେ ଓପିଜିସି ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ୩ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଘଟଣା ସ୍ଥଳକୁ ଓପିଜିସି କତ୍ତୃପକ୍ଷ ସହ ସ୍ଥାନୀୟ ପୁଲିସ ପହଞ୍ଚି ଆନ୍ଦୋଳନକାରୀ ସହ ଆଲୋଚନା କରିଥିବା ଜଣାପଡ଼ିଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories