www.samajalive.in
Saturday, December 13, 2025
26.1 C
Bhubaneswar

ନୀତୀଶଙ୍କ ମଦ ନିଷେଧ ଆଇନର ସଂଶୋଧନ

ପାଟନା : ରାଜ୍ୟରେ ପ୍ରବର୍ତ୍ତିତ ମଦ ନିଷେଧ ଆଇନର ସଂଶୋଧନ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ୨୦୧୬ରେ ପ୍ରବର୍ତ୍ତିତ ଏହି ଐତିହାସିକ ଆଇନରେ ଥିବା କିଛି କଡ଼ା ବ୍ୟବସ୍ଥାକୁ ନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟିହେବା ପରେ ନୀତୀଶ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମନ୍ତ୍ରୀ ପରିଷଦ ବୈଠକରେ ଆଇନର ସଂଶୋଧନ ପ୍ରସ୍ତାବ ଗୃହୀତ ହୋଇଛି; ଆସନ୍ତା ବିଧାନସଭା ଅଧିବେଶନରେ ଏହା ଉପସ୍ଥାପନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଚଳିତ ଆଇନରେ କାହା ଘରୁ ବେଆଇନ ଭାବେ ମହଜୁଦ ମଦ ଜବତ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ଓ ଜମି ସହିତ ସମସ୍ତ ସମ୍ପତ୍ତି ଜବତ ହେବାର ଯେଉଁ ବ୍ୟବସ୍ଥା ଥିଲା ସଂଶୋଧନ ପ୍ରସ୍ତାବରେ ଏହାକୁ ହଟାଇ ଦିଆଯାଇଛି। ଏହାଛଡ଼ା ସମୂହ ଜୋରିମାନା ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି। ପ୍ରଥମ ଥର ଧରାପଡ଼ିବା ଘଟଣାରେ ତିନି ମାସ କାରାଦଣ୍ଡ କିମ୍ବା ଆର୍ଥିକ ଦଣ୍ଡର ବ୍ୟବସ୍ଥା କରାଯାଇଛି। ଗତ ସପ୍ତାହରେ ଜଣେ ବିଜେପି ବିଧାୟକଙ୍କ ପୁଅ ଅନ୍ୟ ୪ଜଣ ସହଯୋଗୀଙ୍କ ସହ ଗିରଫ ହେବା ପରେ ନୀତୀଶ ଆଇନରେ ସଂଶୋଧନ ଆଣିଥିବା କୁହାଯାଉଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories