www.samajalive.in
Monday, December 8, 2025
14.1 C
Bhubaneswar

୪୭ ଜଣଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର : ଓଡ଼ିଶାରୁ ତାପସ ଓ ବସନ୍ତ

ନୂଆଦିଲ୍ଲୀ : ଗୁରୁଦିବସ ଅବସରରେ ରାଷ୍ଟ୍ରପତି  ରାମନାଥ କୋବିନ୍ଦ ଶନିବାର ସାରା ଦେଶର ୪୭ ଜଣ ଶିକ୍ଷକଙ୍କୁ ପ୍ରଥମଥର ପାଇଁ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ପୁରସ୍କାର ସମାରୋହରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି  ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଶିକ୍ଷକମାନଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ। ଏଥର  ଜାତୀୟ ପୁରସ୍କାର ବିଜେତାମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ହେଉଛନ୍ତି ମହିଳା। ତେଣୁ ଶିକ୍ଷୟତ୍ରୀ ଭାବରେ ମହିଳାମାନଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ ।

ଡକ୍ଟର ଏସ୍.ରାଧାକ୍ରିଷ୍ଣନଙ୍କୁ ପ୍ରଣାମ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ଯେ ସେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ରାଜନେତା ଓ ଅସାଧାରଣ ଶିକ୍ଷକ ଥିଲେ। ସେ କହିଛନ୍ତି, ତାଙ୍କ ଜନ୍ମଦିନକୁ ଶିକ୍ଷକ ଦିବସ ଭାବେ ପାଳନ କରିବା, ଦେଶର ବିକାଶ ଦିଗରେ ତାଙ୍କର ଉଲ୍ଲେଖନୀୟ ସେବା ପ୍ରତି ଏକ ଶ୍ରଦ୍ଧାଞ୍ଜଳି ଏବଂ ସମଗ୍ର ଶିକ୍ଷକ ସମୁଦାୟ ପାଇଁ ସମ୍ମାନର ସଂକେତ ବୋଲି ରାଷ୍ଟ୍ରପତି କହିଥିଲେ।

- Advertisement -

ଏହି ସମାରୋହରେ ସ୍ୱାଗତ ଭାଷଣ ପ୍ରଦାନ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ  ରମେଶ ପୋଖରିୟାଲ ‘ନିଶଙ୍କ’କହିଥିଲେ, ଶିକ୍ଷକମାନେ ହିଁ ପ୍ରକୃତ ରାଷ୍ଟ୍ର ନିର୍ମାତା; ଶିକ୍ଷକମାନଙ୍କର ଅଧ୍ୟାପନା, ନିଷ୍ଠା ଓ ଅଧ୍ୟବସାୟ ରାଷ୍ଟ୍ରର ଭବିଷ୍ୟତକୁ ସୁଦୃଢ କରିଥାଏ । ଶିକ୍ଷା ରାଷ୍ଟ୍ରମନ୍ତ୍ରୀ  ସଞ୍ଜୟ ଧୋତ୍ରେ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଜ୍ୟର ୨ଜଣ କୃତୀ ଶିକ୍ଷକ ଭୁବନେଶ୍ୱର ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ଶିକ୍ଷକ ତାପସ କୁମାର ମହାନ୍ତି ଏବଂ ବୌଦ୍ଧ ଜିଲ୍ଲା ହରଭଙ୍ଗା ସରସରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ୨ ଜଣ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories