www.samajalive.in
Monday, December 8, 2025
13.1 C
Bhubaneswar

+୨ କଳା ପରୀକ୍ଷାରେ ଆଠଗଡ କଲେଜର ସୁବ୍ରତ ଓ ମହିଳା କଲେଜର ରଞ୍ଜୁ ଟପ୍ପର

ଆଠଗଡ: ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର +୨ କଳା ପରୀକ୍ଷାର ଫଳାଫଳ ଶନିବାର ପ୍ରକାଶ ପାଇଛି। ଆଠଗଡର ଗୋପବନ୍ଧୁ ବିଜ୍ଞାନ କଲେଜରେ ମୋଟ ୨୩୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮୮ (୭୯.୬୬%) କୃତକାର୍ଯ୍ୟ ହୋଇଥିବାବେଳେ ଛାତ୍ର ସୁବ୍ରତ ସାହୁ ସର୍ବାଧିକ ୪୯୨(୮୨%) ନମ୍ବର ରଖି କଲେଜ ଟପ୍ପର ହୋଇଥିବା ଜଣାପଡ଼ିଛି। ସେହିପରି ଧନ୍ଦାମୂଳକ ଶିକ୍ଷା ବିଷୟ ପରୀକ୍ଷାରେ ୨୪ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୬ଜଣ (୬୬.୬୬%) କୃତକାର୍ଯ୍ୟ ହୋଇଥିବାବେଳେ ଛାତ୍ରୀ ଲକ୍ଷ୍ମୀପ୍ରିୟା ରାଉତ ସର୍ବାଧିକ ୩୮୮ନମ୍ବର ରଖି କଲେଜ ଟପ୍ପର ହୋଇଛନ୍ତି। +୨ କଳାରେ ପ୍ରଥମ ଶ୍ରେଣୀରେ ୫୯ଜଣ, ୨ୟ ଶ୍ରେଣୀରେ ୩୯ଜଣ ଓ ୩ୟ ଶ୍ରେଣୀରେ ୯୦ଜଣ ପାସ କରିଥିବା କଲେଜ ଅଧ୍ୟକ୍ଷ ଡଃ ଲୋକନାଥ ସାହୁଙ୍କ ସୁତ୍ରରୁ ପ୍ରକାଶ। +୨ ଧନ୍ଦାମୂଳକ ଶିକ୍ଷାରେ ପ୍ରଥମ ଶ୍ରେଣୀରେ ୫ଜଣ ୨ୟ ଶ୍ରେଣୀରେ ଏକ ଜଣ ଓ ୩ୟ ଶ୍ରେଣୀରେ ୧୦ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏତଦ୍‍ବ୍ୟତୀତ ପରୀକ୍ଷା ଦେଇଥିବା ୨୭ଜଣ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମାତ୍ର ୧୧ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ବାକି ୧୬ଜଣ ଫେଲ ହୋଇଥିବା ଜଣାପଡ଼ିଛି।

ସେହିପରି ଆଠଗଡର ଗୋପବନ୍ଧୁ କନିଷ୍ଠ ମହିଳା ମହାବିଦ୍ୟାଳୟରେ ମୋଟ ୧୭୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୫୭ (୮୯.୨୦%) କୃତକାର୍ଯ୍ୟ ହୋଇଥିବାବେଳେ ଛାତ୍ରୀ ରଞ୍ଜୁ ବେହେରା ସର୍ବାଧିକ ୪୭୦(୭୮.୩୩%) ନମ୍ବର ରଖି କଲେଜ ଟପ୍ପର ହୋଇଥିବା ଜଣାପଡ଼ିଛି। +୨ କଳାରେ ପ୍ରଥମ ଶ୍ରେଣୀରେ ୩୦ଜଣ, ୨ୟ ଶ୍ରେଣୀରେ ୧୫ଜଣ ଓ ୩ୟ ଶ୍ରେଣୀରେ ୮୨ଜଣ ପାସ କରିଥିବା କଲେଜ ଅଧ୍ୟକ୍ଷା ମମତା ମିଶ୍ରଙ୍କ ସୁତ୍ରରୁ ପ୍ରକାଶ। ଏତଦ୍‍ବ୍ୟତୀତ ପରୀକ୍ଷା ଦେଇଥିବା ୩ ଜଣ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମାତ୍ର ୨ ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ବାକି ଜଣେ ଫେଲ ହୋଇଥିବା ଜଣାପଡ଼ିଛି।

- Advertisement -

 

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories