www.samajalive.in
Sunday, December 14, 2025
26.1 C
Bhubaneswar

ୟୁରିଆ ସାର ଯୋଗାଣରେ ଦୁର୍ନୀତି ; ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଣ ଦାବିରେ କଂଗ୍ରେସର ବିକ୍ଷୋଭ

ବଲାଙ୍ଗିର : ବଲାଙ୍ଗିରରେ ୟୁରିଆ ସାରର ଅଭାବୀ ବିକ୍ରିକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଜିଲା କଂଗ୍ରେସ। ଜିଲାର ପ୍ରାୟ ସମସ୍ତ ବ୍ଲକରେ ସାରର ଅଭାବୀ ବିକ୍ରି ଚାଲିଥିବା ବେଳେ ଏହି କାରବାରରେ ଲାଭଖୋର ବ୍ୟବସାୟୀ ଓ ସରକାରୀ କର୍ମଚାରୀଙ୍କ ସଂପୃକ୍ତ ଚାଷୀମାନେ ଅଭିଯୋଗ ଆଣିଛନ୍ତି। ଏହାର ପ୍ରତିବାଦରେ ଶୁକ୍ରବାର ଜିଲାପାଳ ଅଫିସ ଘେରାଓ କରିଥିଲା କଂଗ୍ରେସ।

ବଲାଙ୍ଗିର ଜିଲାରେ ୟୁରିଆ ସାରର ଅଭାବୀ ବିକ୍ରି ହେଉଥିବା ନେଇ ପ୍ରାୟ ସମସ୍ତ ବ୍ଲକରେ ଦେଖିବାକୁ ମିଲିଛି। ପ୍ୟାକ୍ସ ହେଉ କି ସାର ଗୋଦାମ ସବୁ ସ୍ଥାନରେ ଚାଷୀଙ୍କ ଲମ୍ବା ଲାଇନ ଲାଗିରହିଛି। ଆବଶ୍ୟକ ପରିମାଣର ୟୁରିଆ ସାର ଚାଷୀ ମାନଙ୍କୁ ମିଲୁନଥିବା ବେଳେ ବିଭିନ୍ନ ସ୍ଥାନରେ ଚାଷୀଙ୍କୁ ସାର ନଦେଇ ଫେରାଇ ଦିଆଯାଉଛି। ଏମିତିରେ ଜିଲାରେ ୟୁରିଆ ସାରକୁ ନେଇ ଦୁର୍ଭାଗ୍ୟଜନକ ପରିସ୍ଥିତି ସୃଷ୍ଟି ହୋଇଛି। ସାର ନ ହେଲେ ଚଳିତ ଖରିଫ ଚାଷ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏନେଇ ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ପର୍ଯ୍ୟାପ୍ତ ପରିମାଣର ସାର ରହିଥିବା କହି ନିଜ ମୁଣ୍ଡରୁ ଦୋଷ ଖସାଉଛନ୍ତି। କିନ୍ତୁ ବାସ୍ତବରେ ରାଜ୍ୟ ବାହାରକୁ ସାରର ବେଆଇନ ଚାଲାଣ କରାଯାଉଥିବା ଓ ଏଥିରେ ବିଭାଗୀୟ କର୍ମଚାରୀ ମାନେ ସାମିଲ ରହୁଥିବା ଚାଷୀ ଅଭିଯୋଗ କରୁଛନ୍ତି। ତେବେ ଜିଲାରେ ଚାଲିଥିବା ଏହି କାରବାରକୁ ବିରୋଧ କରିଛି ଜିଲା କଂଗ୍ରେସ। କଂଗ୍ରେସ ନେତା ମନୀଷ ମିଶ୍ରଙ୍କ ନେତୃତ୍ୱରେ ଶୁକ୍ରବାର ଦଲୀୟ କର୍ମୀ ମାନେ ଜିଲାପାଳ ଅଫିସ ଘେରିଥିଲେ। ଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories