www.samajalive.in
Saturday, December 13, 2025
26.1 C
Bhubaneswar

ଆଜିଠାରୁ ଇଂଲଣ୍ଡ-ଅଷ୍ଟ୍ରେଲିଆ ଟି୨୦ ସିରିଜ୍

ଲଣ୍ଡନ: ମାର୍ଚ୍ଚରୁ ସାରାବିଶ୍ୱରେ ମହାମାରୀ କରୋନା ସଂକ୍ରମଣ କାୟାବିସ୍ତାର ଆରମ୍ଭ କରିବା ପରଠାରୁ ଇଂଲଣ୍ଡ ହେଉଛି ଏକମାତ୍ର ଦେଶ; ଯେଉଁଠାରେ ଆନ୍ତର୍ଜାତିକ କ୍ରିକେଟ୍‍ ଖେଳାଯାଇଛି। ଇଂଲଣ୍ଡ ବିଶ୍ୱରେ ଅନ୍ୟତମ ଅତ୍ୟଧିକ ସଂକ୍ରମିତ ଦେଶ। ଏହାସତ୍ତ୍ବେ ଏହା ୨ଟି ଭ୍ରମଣକାରୀ ଦଳ ସହ ଇଂଲଣ୍ଡ ୩ଟି ସିରିଜ୍‍ ଖେଳି ସାରିଲାଣି। ଶୁକ୍ରବାରଠାରୁ ଘରୋଇ ଇଂଲଣ୍ଡ ଓ ଚିର ପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆ ମଧ୍ୟରେ ସୀମିତ ଓଭର ସିରିଜ୍‍ ଆରମ୍ଭହେବ। ପ୍ରଥମେ ଉଭୟ ଦେଶ ୩ଟି ଟ୍ୱେଣ୍ଟି୨୦ ମ୍ୟାଚ୍‍ର ସିରିଜ୍‍ ଖେଳିବା ପରେ ଉଭୟ ଦଳଙ୍କ ମଧ୍ୟରେ ୩ ମ୍ୟାଚ୍‍ର ଦିନିକିଆ ସିରିଜ୍‍ ଖେଳାଯିବ।

ଇଂଲଣ୍ଡ ପାଇଁ ଏହା ବଡ଼ ଉପଲବ୍‍ଧି ଯେ ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ଟେଷ୍ଟ ସିରିଜ୍‍ ଏବଂ ପରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ଓ ଟ୍ୱେଣ୍ଟି୨୦ ସିରିଜ୍‍ ଏହା ସଫଳତାର ସହ ଆୟୋଜନ କରିସାରିଛି। ଉଭୟ ସିରିଜ୍‍ରେ ଜଣେ ମାତ୍ର ଖେଳାଳି କି ସପୋର୍ଟ ଷ୍ଟାଫ୍‍ କରୋନା ସଂକ୍ରମିତ ହୋଇନଥିଲେ। ଏବେ ଅଷ୍ଟ୍ରେଲିଆ ସହ ଘରୋଇ ଇଂଲଣ୍ଡ ଖେଳିବାକୁ ଯାଉଛି। ଶୁକ୍ରବାର ସାଉଥାମ୍ପ୍‍ଟନରେ ପ୍ରଥମ ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳାଯିବ। ଏହି ମ୍ୟାଚ୍‍ ଭାରତୀୟ ସମୟ ରାତି ୧୦.୩୦ରୁ ଆରମ୍ଭହେବ। ନିକଟରେ ପାକିସ୍ତାନ ସହ ଟ୍ୱେଣ୍ଟି୨୦ ସିରିଜ୍‍କୁ ଡ୍ର ରଖିଥିବା ଇଂଲଣ୍ଡ ତା’ର ପ୍ରଦର୍ଶନରେ ଉନ୍ନତି ଆଣିବାକୁ ଚାହିଁବ। ତେବେ ପାକିସ୍ତାନ ସହ ଟି୨୦ ସିରିଜ୍‍ରୁ ବିଶ୍ରାମ ନେଇଥିବା ଇଂଲଣ୍ଡର ପ୍ରମୁଖ ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାକୁ ଯାଉଛନ୍ତି। ଆଗକୁ ଆଇପିଏଲ୍‍ ଥିବାରୁ ସେମାନେ ଏପରି ନିଷ୍ପତ୍ତି ନେଇଛନ୍ତି। ତେଣୁ ଜୋସ୍‍ ବଟ୍‍ଲର, ଜୋଫ୍ରା ଆର୍ଚର, ସାମ୍‍ କରନ୍‍, ମାର୍କ ଉଡ୍‍ଙ୍କ ପରି ଖେଳାଳି ଏହି ସିରିଜ୍‍ ଖେଳିବାକୁ ଥିବାରୁ ଇଂଲଣ୍ଡର ଶକ୍ତିବୃଦ୍ଧି ଘଟିଛି। ତେବେ ଅସୁସ୍ଥ ପିତାଙ୍କ ପାଖରେ ଥିବାରୁ ତାରକା ଅଲ୍‍ରାଉଣ୍ଡର ବେନ୍‍ ଷ୍ଟୋକ୍‍ସ ଏହି ସିରିଜ୍‍ ଖେଳିବେନାହିଁ।

- Advertisement -

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ବେଶ୍‍ ସଂଖ୍ୟକ ଖେଳାଳି ଏହି ଗସ୍ତ ପରେ ଇଂଲଣ୍ଡରୁ ଆଇପିଏଲ୍‍ ଖେଳିବାକୁ ୟୁଏଇ ଯିବେ। ତେଣୁ ଦଳରେ ପ୍ରମୁଖ ଟ୍ୱେଣ୍ଟି୨୦ ଖେଳାଳିଙ୍କୁ ସାମିଲ କରାଯାଇଛି। ଆରୋନ୍‍ ଫିଞ୍ଚ୍‍ ନେତୃତ୍ୱାଧୀନ ଦଳରେ ଷ୍ଟିଭେନ୍‍ ସ୍ମିଥ୍‍, ମାର୍ନସ ଲାବୁସେନ୍‍, ଡେଭିଡ୍‍ ୱାର୍ଣ୍ଣର, ଗ୍ଲେନ୍‍ ମ୍ୟାକ୍ସୱେଲଙ୍କ ପରି ବ୍ୟାଟ୍‍ସମ୍ୟାନ୍‍ ଏବଂ ମିଚେଲ ଷ୍ଟାର୍କ, ପ୍ୟାଟ୍‍ କମିନ୍‍ସ, ଜୋସ୍‍ ହାଜେଲଉଡ୍‍ଙ୍କ ପରି ନାମୀ ବୋଲର ଅଛନ୍ତି। ତେଣୁ ଇଓନ୍‍ ମୋର୍ଗାନ୍‍ ନେତୃତ୍ୱାଧୀନ ଇଂଲଣ୍ଡକୁ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିବ। ଅଷ୍ଟ୍ରେଲିଆ ବିପକ୍ଷରେ ଏହି ୬ଟି ସୀମିତ ଓଭର ମ୍ୟାଚ୍‍ ସହ ଇଂଲଣ୍ଡର ଘରୋଇ ସିଜିନ୍‍ ଶେଷହେବ। ତେଣୁ ବିଜୟ ସହ ସିଜିନ୍‍ ଶେଷ କରିବାକୁ ଇଂଲଣ୍ଡ ଚାହିଁବ। ଗତ ୨ଟି ଦଳ ବିପକ୍ଷ ମ୍ୟାଚ୍‍ ଭଳି ଅଷ୍ଟ୍ରେଲିଆ ବିପକ୍ଷ ସମସ୍ତ ମ୍ୟାଚ୍‍ ବିନା ଦର୍ଶକରେ ଖେଳାଯିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories