www.samajalive.in
Friday, December 12, 2025
17.1 C
Bhubaneswar

୨୦୦୪ ପାକ୍‌ ଗସ୍ତରେ ଧୋନିଙ୍କୁ ଦଳରେ ନେବାକୁ ଚାହୁଁଥିଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ୨୦୦୪ରେ ଭାରତୀୟ କ୍ରିକେଟ୍‌ ଦଳ ପାକିସ୍ତାନ ଗସ୍ତରେ ଯାଇଥିଲା। ଏହି ଗସ୍ତରେ ୱିକେଟରକ୍ଷକ ଭାବେ ମହେନ୍ଦ୍ର ସିଂହ ଧୋନିଙ୍କୁ ଦଳରେ ସାମିଲ କରିବାକୁ ତତ୍‌କାଳୀନ ଅଧିନାୟକ ସୌରଭ ଗାଙ୍ଗୁଲି ଚାହୁଁଥିଲେ ବୋଲି ମତ ଦେଇଛନ୍ତି ସେହି ସମୟରେ ଭାରତୀୟ ଦଳର ପ୍ରଶିକ୍ଷକ ଥିବା ଜନ୍ ରାଇଟ୍‌। ତେବେ ଧୋନିଙ୍କୁ ଭାରତୀୟ ଦଳରେ ସାମିଲ କରିବାକୁ ଗାଙ୍ଗୁଲି ସଫଳତା ହାସଲ କରିପାରିନଥିଲେ ବୋଲି ରାଇଟ୍‌ ସ୍ପଷ୍ଟ କରି ଦେଇଛନ୍ତି।
ଏହି ଗସ୍ତରେ ଟେଷ୍ଟ ସିରିଜ୍‌ରେ ପାର୍ଥିବ ପଟେଲ୍‌ ଓ ଦିନିକିଆରେ ରାହୁଲ ଦ୍ରାବିଡ୍‌ ଭାରତୀୟ ଦଳର ୱିକେଟରକ୍ଷକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୨୦୦୪ ବେଳକୁ ଧୋନିଙ୍କୁ ନେଇ ଜାତୀୟ ସ୍ତରରେ ବେଶ୍‌ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ବୋଲି ଜନ୍‌ ରାଇଟ୍ ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଗସ୍ତରେ ଭାରତୀୟ ଦଳ ୨-୧ରେ ଟେଷ୍ଟ ଓ ୩-୨ରେ ଦିନିକିଆ ସିରିଜ୍‌ ଜିତିଥିଲା। ଗାଙ୍ଗୁଲି ସର୍ବଦା ଯୁବ କ୍ରିକେଟର୍‌ଙ୍କୁ ପ୍ରୋତ୍ସାହନ ପ୍ରଦାନ କରୁଥିବାରୁ ୨୦୦୪ ଡିସେମ୍ବରରେ ଧୋନି ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ୍‌ରେ ନିଜ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ୨୦୦୫ ଡିସେମ୍ବରରେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ ବୋଲି ରାଇଟ୍ ମତ ଦେଇଛନ୍ତି। ଧୋନିଙ୍କୁ ଉଚ୍ଚପ୍ରଶଂସା କରି ରାଇଟ୍‌ କହିଥିଲେ ମୂଳରୁ ଧୋନିଙ୍କ କ୍ରିକେଟ୍‌ ରଣନୀତି ପ୍ରସ୍ତୁତିକୁ ନେଇ ବହୁତ ଜ୍ଞାନ ରହିଥିଲା। ସେ ଏହାର ସଠିକ୍‌ ଉପଯୋଗ କରି ପରବର୍ତ୍ତୀ ସମୟରେ ଭାରତୀୟ ଦଳର ସଫଳ ଅଧିନାୟକ ଭାବେ ନିଜକୁ ପ୍ରତିପାଦିତ କରିପାରି ଥିଲେ। ସୂଚନାଥାଉକି ଧୋନିଙ୍କ ନେତୃତ୍ବରେ ଭାରତୀୟ ଦଳ ୨୦୦୭ରେ ଟ୍ବେଣ୍ଟି୨୦ ବିଶ୍ବକପ୍‌, ୨୦୧୧ରେ ଦିନିକିଆ ବିଶ୍ବକପ୍‌ ଓ ୨୦୧୩ରେ ଚମ୍ପିଆନ୍‌ସ ଟ୍ରଫି ଜିତିଥିଲା। ଧୋନି ୨୦୦ଟି ଦିନିକିଆରେ ଭାରତୀୟ ଦଳର ନେତୃତ୍ବ ନେଇଥିବା ବେଳେ ତାଙ୍କର ବିଜୟ ହାର ୫୫% ରହିଥିବା ବେଳେ ୭୨ଟି ଟ୍ବେଣ୍ଟି୨୦ରେ ତାଙ୍କ ବିଜୟହାର ୫୮.୩୩%, ୬୦ଟି ଟେଷ୍ଟରେ ବିଜୟହାର ୪୫% ରହିଥିଲା।
ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଗ୍ରହଣ କରିଥିଲେ ସୁଦ୍ଧା ଚେନ୍ନଇ ସୁପର କିଙ୍ଗ୍‌ସ ଦଳ ତରଫରୁ ଆଇପିଏଲ୍‌ରେ ଖେଳିବା ଜାରି ରଖିବେ। ଧୋନିଙ୍କ ସଂପର୍କରେ ମତ ଦେଇ ରାଇଟ୍‌ ଆହୁରି କହିଥିଲେ ଧୋନି ଜଣେ ବୁଦ୍ଧିମାନ କ୍ରିକେଟର୍‌। ଏଥିସହ ସେ ସବୁ କଥାକୁ ଧ୍ୟାନ ଦେଇ ଶୁଣିଥାନ୍ତି। ଭୁଲ୍‌ରୁ ଶିକ୍ଷା ଲାଭ କରି ତାହାକୁ ଉପଯୋଗ କରି ପରବର୍ତ୍ତୀ ମ୍ୟାଚ୍‌ ବିଜୟୀ କରାଇବାର କଳା ଧୋନିଙ୍କୁ ଭଲ ଭା​‌େ​‌ବ ଜଣାଥିଲା ବୋଲି ରାଇଟ୍‌ ମତ ଦେଇଛନ୍ତି। ସେହିପରି ଧୋନି ଜଣେ ଆକ୍ରମଣାତ୍ମକ ବ୍ୟାଟସମ୍ୟାନ୍‌ ଓ ନିଜ ବିସ୍ଫୋରକ ବ୍ୟାଟିଂ ବଳରେ ସେ ବିଶ୍ବ କ୍ରିକେଟ୍‌ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ବୋଲି ଜନ୍‌ ରାଇଟ୍‌ କହିଛନ୍ତି।

Hot this week

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

Related Articles

Popular Categories